50ଟି ପାରମ୍ପରିକ ଶିଳ୍ପ କ୍ଲଷ୍ଟରକୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ନୀତିନ
50ଟି

ଦେଶରେ ପାରମ୍ପରିକ ଶିଳ୍ପ ସଂସ୍ଥା ଓ କାରିଗରଙ୍କ ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ 50ଟି ପାରମ୍ପରିକ ଶିଳ୍ପ କ୍ଲଷ୍ଟରକୁ ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (MSME) ଏବଂ ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ସୋମବାର ସନ୍ଧ୍ୟାରେ 50ଟି ପାରମ୍ପରିକ ଶିଳ୍ପ କ୍ଲଷ୍ଟରଗୁଡିକର ପୁନଃନିର୍ମାଣ ପାଇଁ ପାଣ୍ଠିର କାରିଗର-ଆଧାରିତ ଯୋଜନା(SFURTI)ର ଉଦଘାଟନ କରିଛନ୍ତି । ଏହି ଯୋଜନା ଦେଶର 18ଟି ରାଜ୍ୟରେ ବିସ୍ତାର ହୋଇଥିବା ବେଳେ ପାରମ୍ପରିକ ଶିଳ୍ପ ସଂସ୍ଥା ଓ କାରିଗରଙ୍କ ବିକାଶ ପାଇଁ ଏହାକୁ ଉଦଘାଟନ କରାଯାଇଛି ।

ଏହି 50ଟି ପାରମ୍ପରିକ ଶିଳ୍ପରେ 42 ହଜାର କାରିଗର ଯୋଗ ଦେଇ ମୁସଲିନ, ଖଦି, ନଡ଼ିଆ କତା, ହସ୍ତଶିଳ୍ପ, ହସ୍ତତନ୍ତ, କାଠ ଶିଳ୍ପ, ଚମଡା, କୁମ୍ଭାର, କାର୍ପେଟ ବୁଣା, ବାଉଁଶ, କୃଷି ପ୍ରକ୍ରିୟାକରଣ, ଚା' ଆଦିରୁ ଜିନିଷ ପଦାର୍ଥ ପ୍ରସ୍ତୁତ କରି ଏକ ପାରମ୍ପରିକ ସେଗମେଣ୍ଟରେ ଯୋଗଦାନ କରିଥିଲେ । ତେବେ ଏହି 50ଟି ପାରମ୍ପରିକ ଶିଳ୍ପର ବିକାଶ ପାଇଁ MSME ମନ୍ତ୍ରଣାଳୟ 85 କୋଟି ଟଙ୍କା ବିନିଯୋଗ କରିଥିବା ଜଣାପଡିଛି ।

ପାରମ୍ପରିକ ଶିଳ୍ପ ସଂସ୍ଥା ଓ କାରିଗରଙ୍କ ବିକାଶ ସହିତ ଆୟ ବଢାଇବା ପାଇଁ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ (SFURTI)ର ଉଦଘାଟନ କରିଛନ୍ତି । ଉଦଘାଟନୀ ଉତ୍ସବରେ ଗଡକରୀ କହିଛନ୍ତି ଯେ ଗ୍ରାହକଙ୍କ ପାଇଁ କେଉଁ ପ୍ରକାରର ସାମଗ୍ରୀ ପ୍ରସ୍ତୁତ କରାଯିବ ଏବଂ ଏହାକୁ କିପରି ଆକର୍ଷଣୀୟ କରାଯାଇ ବଜାରରେ ବିକ୍ରି କରାଯାଇପାରିବ ଏହି ଦିଗ ଉପରେ ଗବେଷଣା କରିବା ଉଚିତ । ପାରମ୍ପରିକ ଉତ୍ପାଦର ଡିଜାଇନ ତଥା ଆକର୍ଷଣୀୟତା ବଢାଇବା ପାଇଁ ଅହମ୍ମଦାବାଦର ଜାତୀୟ ଡିଜାଇନ ସଂସ୍ଥା ସହିତ ସମ୍ପର୍କ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଦେଶ ଓ ଦେଶ ବାହାରେ ଏହି ଉତ୍ପାଦଗୁଡିକକୁ ବିକ୍ରି କରିବା ପାଇଁ ଆମାଜନ ଓ ଅଲିବାବାରେ ଉପଲବ୍ଧ ହେବା ଆବଶ୍ୟକ ।

ଏଭଳି କ୍ଲଷ୍ଟର ବିକାଶର ଗତି ବଢାଇବାକୁ ମଧ୍ୟ ମନ୍ତ୍ରୀ କହିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ 371ଟି କ୍ଲଷ୍ଟର ମଧ୍ୟରୁ 82ଟି ପ୍ରକୃତରେ କାର୍ଯ୍ୟକ୍ଷମ ହୋଇଛି । ତେବେ ରେଡ-ଟେପ ହ୍ରାସ ପାଇଲେ 5000 କ୍ଲଷ୍ଟରର ଲକ୍ଷ୍ୟ ସହଜରେ ହାସଲ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି । ଏହି କ୍ଲଷ୍ଟର ଉଦଘାଟନ MSMEର ରାଜ୍ୟ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ଏମ.ଏସ.ଏମ.ଇର ସେକ୍ରେଟାରୀ ବି.ବି ସ୍ବାଇଁ, ସାଂସଦ, ସ୍ଥାନୀୟ ବିଧାୟକ ଓ MSME ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ଛତିଶଗଡ, ଗୁଜୁରାଟ, ହରିୟାଣା, ଝାଡଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ନାଗାଲାଣ୍ଡ, ଓଡିଶା, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ଏହି କ୍ଲଷ୍ଟରଗୁଡ଼ିକର ଉଦଘାଟନ କରାଯାଇଛି ।

@ANI

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.