ହାଇଦ୍ରାବାଦର ମୁକୁଟରେ ଏକ ବିରଳ ରତ୍ନ
Breaking

ବିଶ୍ବର ସର୍ବାଧିକ ପ୍ରଗତିଶୀଳ ନଗରୀ ରୂପେ ମାନ୍ୟତା ପାଇବାକୁ ଉଦ୍ୟମରତ ହାଇଦ୍ରାବାଦର ମୁକୁଟରେ ଆଉ ଏକ ବିରଳ ମଣି ସଂଯୁକ୍ତ ହୋଇଯାଇଛି । ସବୁଜିମାର ବିସ୍ତାର ଦିଗରେ ହାଇଦ୍ରାବାଦର ଉଦ୍ୟମକୁ ପୁରସ୍କୃତ କରି ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ (FAO) ସହ କାର୍ଯ୍ୟରତ ‘ଆରବୋର ଡେ ଫାଉଣ୍ଡେସନ’ ନାମକ ଏକ ସଂସ୍ଥା ହାଇଦ୍ରାବାଦକୁ 2020 ବର୍ଷ ନିମନ୍ତେ ‘ଟ୍ରି ସିଟି’ ବା ‘ବୃକ୍ଷ ନଗରୀ’ର ମାନ୍ୟତା ପ୍ରଦାନ କରିଛି । “କୋଟି ବୃକ୍ଷାର୍ଚ୍ଚନା” (କୋଟିଏ ଗଛର ପୂଜାର୍ଚ୍ଚନା) ଶୀର୍ଷକ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବାର ଠିକ୍‌ ପରଦିନ ହିଁ ଏହି ମାନ୍ୟତା ମିଳିଛି ।

ବିଶ୍ବର ସର୍ବାଧିକ ପ୍ରଗତିଶୀଳ ନଗରୀ ରୂପେ ମାନ୍ୟତା ପାଇବାକୁ ଉଦ୍ୟମରତ ହାଇଦ୍ରାବାଦର ମୁକୁଟରେ ଆଉ ଏକ ବିରଳ ମଣି ସଂଯୁକ୍ତ ହୋଇଯାଇଛି । ସବୁଜିମାର ବିସ୍ତାର ଦିଗରେ ହାଇଦ୍ରାବାଦର ଉଦ୍ୟମକୁ ପୁରସ୍କୃତ କରି ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ (FAO) ସହ କାର୍ଯ୍ୟରତ ‘ଆରବୋର ଡେ ଫାଉଣ୍ଡେସନ’ ନାମକ ଏକ ସଂସ୍ଥା ହାଇଦ୍ରାବାଦକୁ 2020 ବର୍ଷ ନିମନ୍ତେ ‘ଟ୍ରି ସିଟି’ ବା ‘ବୃକ୍ଷ ନଗରୀ’ର ମାନ୍ୟତା ପ୍ରଦାନ କରିଛି । “କୋଟି ବୃକ୍ଷାର୍ଚ୍ଚନା” (କୋଟିଏ ଗଛର ପୂଜାର୍ଚ୍ଚନା) ଶୀର୍ଷକ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବାର ଠିକ୍‌ ପରଦିନ ହିଁ ଏହି ମାନ୍ୟତା ମିଳିଛି । ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଜନ୍ମଦିନ ପାଳନ ଅବସରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏହି ସଫଳତା ହାସଲ କରିବାରେ ସାରା ଦେଶରେ ହାଇଦ୍ରାବାଦ ହିଁ ଏକମାତ୍ର ସହର । ସବୁଜିମା ଭରା ପରିବେଶକୁ ଭଲ ପାଉଥିବା ସବୁ ବ୍ୟକ୍ତିଙ୍କ ପାଇଁ ଏହା ଏକ ସୁଖଦ ଖବର ।

2017 ମସିହା ଜୁଲାଇ ମାସରେ ରାଜ୍ୟସଭା ସଦସ୍ୟ ସନ୍ତୋଷ କୁମାର, ଗ୍ରୀନ ଇଣ୍ଡିଆ ଚ୍ୟାଲେଞ୍ଜ ଶୀର୍ଷକ କାର୍ଯ୍ୟକ୍ରମର ଅଂଶବିଶେଷ ଭାବରେ ‘ସବୁଜ ତେଲଙ୍ଗାନା’ ଗଠନ ଉଦ୍ଦେଶ୍ୟରେ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଥିଲେ । ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଣୀତ ହରିତା ହରମ (ସବୁଜ ପୁଷ୍ପମାଳା) ଏବଂ କୋଟି ବୃକ୍ଷାର୍ଚ୍ଚନା କାର୍ଯ୍ୟକ୍ରମ କ୍ଷେତ୍ରରେ ମଧ୍ୟ ଅନୁରୂପ ଉତ୍ସାହ ଲକ୍ଷ୍ୟ କରାଯାଇଥିଲା । ଏକ ସ୍ବାଗତଯୋଗ୍ୟ ଘଟଣାକ୍ରମରେ, ଚଳଚ୍ଚିତ୍ର କଳାକାରମାନଙ୍କଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବହୁ ବିଶିଷ୍ଟ ବ୍ୟକ୍ତି ସବୁଜିମା ସୃଷ୍ଟି ଦିଗରେ ଉଦ୍ଦିଷ୍ଟ ଏହି ସବୁ ଅଭିଯାନରେ ଅଂଶଗ୍ରହଣ କରିଥିଲେ । ସବୁଜିମାର ବିସ୍ତାର ନିମନ୍ତେ ଏତେ ଅଧିକ ସଂଖ୍ୟକ ଚାରାରୋପଣ କରିବା କୌଣସି ରାଜନୈତିକ କିମ୍ବା ଆତ୍ମବଡ଼ିମା ପ୍ରଦର୍ଶନ ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମର ଅଂଶବିଶେଷ ହୋଇ ନପାରେ । ଜନସ୍ବାସ୍ଥ୍ୟର ବିକାଶ ଏବଂ ପାରିବେଶିକ ସନ୍ତୁଳନ ବଜାୟ ରଖିବା ଭଳି ରାଜ୍ୟର ଦୀର୍ଘସୂତ୍ରୀ ସ୍ବାର୍ଥସାଧନ ଦିଗରେ ଆୟୋଜିତ ଏକ ଯଜ୍ଞରେ ଏହା ଯୋଗଦାନ ସଦୃଶ । ଯେଉଁ ସବୁ ନୀତି ବଳରେ ଚାରାଗୁଡ଼ିକ ବଡ଼ ବଡ଼ ବୃକ୍ଷରେ ପରିଣତ ହୁଅନ୍ତି ଏବଂ ଯେଉଁ ସବୁ ନୀତି ବଳରେ ଅବାଧ ଗଛକଟାକୁ ରୋକାଯାଇପାରେ, ସେ ସବୁ ସବୁଜିମାର ଦୀର୍ଘକାଳୀନ ବିକାଶ ଦିଗରେ ହିଁ ଉଦ୍ଦିଷ୍ଟ ।

ହାଇଦ୍ରାବାଦକୁ ମିଳିଥିବା ଏହି ବିରଳ ଅନ୍ତର୍ଜାତୀୟ ସ୍ବୀକୃତି କାରଣରୁ ଦେଶର ସମସ୍ତ ସହର ଓ ନଗର ଭିତରେ ସବୁଜିମା ସୃଷ୍ଟି ପାଇଁ ସୁସ୍ଥ ପ୍ରତିଯୋଗିତା ଆରମ୍ଭ ହେବା ଉଚିତ । ନାଗରିକ ସମାଜର ସକ୍ରିୟ ଅଂଶଗ୍ରହଣ ଦ୍ବାରା ହିଁ ଏକ ସବୁଜ ଭାରତ ଗଠିତ ହୋଇପାରିବ । ବିଗତ ଅନେକ ବର୍ଷ ହେଲା ପରିବେଶବିତ୍‌ମାନେ ବ୍ୟକ୍ତିଗତ ଏବଂ ସାମାଜିକ ସ୍ତରରେ ସବୁଜିମା ବିକାଶ ଅଭିଯାନ ଉପରେ ଗୁରୁତ୍ବାରୋପ କରିଆସୁଛନ୍ତି । ପରିବେଶବିତମାନଙ୍କ ସତର୍କବାଣୀ ପ୍ରତି ଅବହେଳାପୂର୍ଣ୍ଣ ମନୋଭାବ ପ୍ରଦର୍ଶନ ଯୋଗୁଁ ହିଁ ପ୍ରଦୂଷଣ ନାମକ ରାକ୍ଷସ ଏହାର କାୟାବିସ୍ତାର କରିବାରେ ଲାଗିଛି । ‘ଗ୍ରୀନ୍‌ ପିସ୍‌’ ନାମରେ ପରିଚିତ ଦକ୍ଷିଣ ପୂର୍ବ ଏସିଆର ଏକ ସଂଗଠନ ପକ୍ଷରୁ କରାଯାଇଥିବା ଏକ ଅନୁଶୀଳନରୁ ଜଣାପଡ଼ିଛି ଯେ, ବାୟୁମଣ୍ଡଳରେ ରହିଥିବା କ୍ଷତିକାରକ ଉପାଦାନ ଦ୍ବାରା ସଂଘଟିତ ବାୟୁ ପ୍ରଦୂଷଣ ଯୋଗୁଁ ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର, ହାଇଦ୍ରାବାଦ, ଚେନ୍ନାଇ ଏବଂ ଲକ୍ଷ୍ନୌ ନଗରୀରେ 1 ଲକ୍ଷ 20 ହଜାର ଲୋକଙ୍କ ଜୀବନହାନି ଘଟିଛି । ଏହି ଛଅଟି ନଗରୀରେ ପ୍ରଦୂଷଣ ଯୋଗୁଁ ସୃଷ୍ଟି ହେଉଥିବା ବିଭିନ୍ନ ରୋଗର ଡାକ୍ତରୀ ଚିକିତ୍ସା ଖର୍ଚ୍ଚ ବାବଦରେ 1 ଲକ୍ଷ 30 ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ଏହି ସଂଗଠନ ପକ୍ଷରୁ ଆକଳନ କରାଯାଇଛି ।

ପରିବେଶ ପ୍ରଦୂଷଣ ବିଶ୍ବର ସବୁ ଦେଶକୁ ପ୍ରଭାବିତ କରୁଛି । ହେଲେ, ସବୁଠାରୁ ଅଧିକ ପ୍ରଭାବିତ 67ଟି ଦେଶ ମଧ୍ୟରେ ଭାରତ ସ୍ଥାନ ପାଇଛି । ଚୀନରେ ବନୀକରଣ କାର୍ଯ୍ୟକ୍ରମ ଜରିଆରେ ସୃଷ୍ଟ ସବୁଜିମା ବଳରେ ବର୍ଷକୁ 25 ଟନ୍‌ କାର୍ବନ ଡାଇଅକ୍‌ସାଇଡ୍‌ ବା ଅଙ୍ଗାରକାମ୍ଲ ବାଷ୍ପ ନଷ୍ଟ କରାଯାଉଛି ଏବଂ ପ୍ରତି ଦିନ 60 କିଲୋ ଅକ୍‌ସିଜେନ୍‌ ବା ଅମ୍ଲଜାନ ନିର୍ଗମନରେ ମଧ୍ୟ ଏହା ସକ୍ଷମ ହୋଇଛି । ବାସ୍ତବ କ୍ଷେତ୍ରରେ ଚୀନର ଏହି ବନୀକରଣ କାର୍ଯ୍ୟକ୍ରମ ଚମତ୍କାର ଭାବରେ ଫଳପ୍ରଦ ହୋଇଛି । କୋଷ୍ଟାରିକା ମଧ୍ୟ ଦେଶର ସବୁଜିମାରେ ଭରପୂର ଭୌଗୋଳିକ କ୍ଷେତ୍ର ପରିମାଣ 21 ପ୍ରତିଶତରୁ 52 ପ୍ରତିଶତକୁ ବୃଦ୍ଧି କରିଛି । ଅନୁରୂପ ଭାବରେ ବ୍ରାଜିଲ ମଧ୍ୟ 60 ପ୍ରତିଶତ ଭୌଗୋଳିକ କ୍ଷେତ୍ରରେ ସବୁଜିମା ସୃଷ୍ଟି କରିପାରିଛି । ଗଛକୁ ସୁରକ୍ଷିତ ରଖିବା ଏବଂ ଗଛ ଲଗାଇବା ଦିଗରେ ଜନ ଆନ୍ଦୋଳନ ସୃଷ୍ଟି ଯୋଗୁଁ ଏତେ ବ୍ୟାପକ ଅଞ୍ଚଳରେ ସବୁଜିମା ସୃଷ୍ଟି କ୍ଷେତ୍ରରେ ଏହି ସବୁ ଦେଶ ସଫଳତା ହାସଲ କରିଛନ୍ତି ।

ଗଛ ହିଁ ପରିବେଶର ତାପମାତ୍ରାରେ ସନ୍ତୁଳନ ରଖେ ଏବଂ ଜଳସ୍ରୋତ ନିୟନ୍ତ୍ରଣ କରେ । ମାନବ ଜାତିର ଭବିଷ୍ୟତକୁ ସୁସ୍ଥ ଓ ସୁରକ୍ଷିତ ରଖିବା ଦିଗରେ ଗଛ ହିଁ ପ୍ରଥମ ସୋପାନ । ସାମାଜିକ ବନୀକରଣ କାର୍ଯ୍ୟକ୍ରମର ବିକାଶ ନିମନ୍ତେ ନୀତି ଆୟୋଗର ଯୋଜନା ଏବଂ ‘ଗ୍ରୀନ୍‌ ଇଣ୍ଡିଆ’ ଅଭିଯାନ ଆରମ୍ଭ କରିବା ଲାଗି କେନ୍ଦ୍ର ସରକାରଙ୍କ ପ୍ରୟାସ କେବଳ ଏକ ସୁଚିନ୍ତିତ ଆଦର୍ଶ ଯୋଜନା ରୂପରେ କାଗଜକଲମରେ ସୀମିତ ରହିବା ଉଚିତ ନୁହେଁ । ହାଇଦ୍ରାବାଦର ସଫଳତାରେ ଅନୁପ୍ରାଣିତ ହୋଇ ଦେଶର ସବୁ ସହର ଏବଂ ନଗରରେ ସବୁଜିମା ସୃଷ୍ଟି ନିମନ୍ତେ ଅନୁରୂପ ଆଗ୍ରହ ଜନ୍ମିଲେ ହିଁ ବାସ୍ତବରେ ଏକ ସବୁଜ ଭାରତ ବା ‘ଗ୍ରୀନ୍‌ ଇଣ୍ଡିଆ’ଗଠନର ସ୍ବପ୍ନ ସାକାର ହୋଇପାରିବ ।

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.