ୟୁପିରେ ଯୁବତୀଙ୍କୁ ଏସିଡ ମାଡ, ମାମଲା ରୁଜୁ
ୟୁପିରେ

ଉତ୍ତରପ୍ରଦେଶରେ ଜଣେ ଯୁବତୀଙ୍କୁ ଏସିଡ ମାଡ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ଲକ୍ଷ୍ନୌ: ଉତ୍ତରପ୍ରଦେଶର ହାପୁର ଠାରେ ରବିବାର ରାତିରେ ଜଣେ ଯୁବତୀଙ୍କ ଉପରେ ଏସିଡ଼ ଆକ୍ରମଣ ହୋଇଛି । ଏହି ଘଟଣାରେ ମାମଲା ରୁଜୁ ହେବା ସହିତ ତୁରନ୍ତ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଏସପି ନିରଜ ଜେଡୌନ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଗତ ରବିବାର ରାତି 7ଟା 30 ମିନିଟରେ ଯୁବତୀଙ୍କୁ ଏସିଡ ମାଡ ହୋଇଥିଲା । ତେବେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କର ଅଧିକ ଚିକିତ୍ସା ପାଇଁ ମେରଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ବର୍ତ୍ତମାନ ଯୁବତୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଯୁବତୀଙ୍କ ଉପରେ ଏସିଡ ମାଡର କାରଣ ବର୍ତ୍ତମାନ ଜଣାପଡିନାହିଁ । ତେବେ ଖୁବଶୀଘ୍ର ଅଭିଯୁକ୍ତକୁ ଚିହ୍ନଟ କରାଯାଇ ଗିରଫ କରାଯିବ ବୋଲି ଏସପି ନିରଜ କହିବା ସହିତ ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଛନ୍ତି ।

@ANI

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.