ଡିଏଫ ଫାଉଣ୍ଡେସନ, ଅନାହାରଙ୍କ ପାଲଟିଛି ସାହାରା
Breaking

ଅନାହାରଙ୍କୁ ଖାଦ୍ୟ ଯୋଗାଇ ଦେବାଠୁ ବଡ଼ ପୁଣ୍ୟ କିଛି ନାହିଁ। ସମାଜରେ ଏମିତି ବହୁତ ଲୋକ ଅଛନ୍ତି, ଯେଉମାନେ ଅକ୍ଷମତା ଯୋଗୁଁ ଦୁଇ ଓଳା ପେଟକୁ ଖାଇବାକୁ ପାଆନ୍ତି ନାହିଁ। ଏଭଳି ଲୋକଙ୍କ ପାଇଁ ସାହାରା ପାଲଟିଛି ଡିଏଫ ଫାଉଣ୍ଡେସନ।

ବେଙ୍ଗାଲୁରୁ: ଭୋକ...ସଉକିନିଆ ଖାଦ୍ୟ ଖାଇ କିଛି ଲୋକଙ୍କ ଭୋକ ମେଣ୍ଟୁଥିବା ବେଳେ କିଛି ଲୋକଙ୍କ ପାଇଁ ଏହା ପାଲଟିଛି ଏକ ସମସ୍ୟା । ପେଟର ଭୋକ ମେଣ୍ଟାଇବାକୁ କେତେ ଲୋକେ କେତେ ଯେ ପରିଶ୍ରମ କରନ୍ତି ତାହାର ହିସାବ ନାହିଁ। କିଛି ଲୋକ ଭୋକ ମେଣ୍ଟାଇବାକୁ ଆପଣାନ୍ତି ଭିକ୍ଷାବୃତ୍ତି । ଆଜିକାଲି ସହରାଞ୍ଚଳରେ ଭିକ୍ଷୁକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କିଛି ଲୋକଙ୍କ ସକ୍ଷମ ଥାଇ ମଧ୍ୟ ଏହି ବୃତ୍ତି ଆପଣାଇ ନେଉଛନ୍ତି, ଫଳରେ ଅକ୍ଷମଙ୍କୁ ଦୁଇ ଓଳା ଖାଇବା ମୁଠେ ମିଳିବା କଷ୍ଟକର ହୋଇପଡ଼ୁଛି। ଏଭଳି ସମୟରେ କର୍ଣ୍ଣାଟକ ବେଲଗଭୀ ଅଞ୍ଚଳର ଯୁବଗୋଷ୍ଠୀ ବାହାର କରିଛନ୍ତି ଏକ ନିଆରା ଉପାୟ । ଯାହା ଦ୍ବାରା ଏଭଳି ଲୋକଙ୍କ ଭୋକ ମେଣ୍ଟି ପାରୁଛି।

ଡିଏଫ ଫାଉଣ୍ଡେସନ, ଅନାହାରଙ୍କ ପାଲଟିଛି ସାହାରା

ବେଲଗଭୀ ଅଞ୍ଚଳ ବାସିନ୍ଦା ଆରବୀ ମାଲି ପେଷାରେ ଜଣେ ଇଞ୍ଜିନିୟର। ନିଜ ଅଞ୍ଚଳରେ ଭୋକିଲାଙ୍କ ପେଟରେ ଦାନା ଦେବାକୁ ସେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ସେ ଡିଏଫ ଫାଉଣ୍ଡେସନ ନାମରେ ଏକ ଟିମ ଗଢ଼ିଛନ୍ତି। ଯେଉଁଥିରେ 20 ଜଣ ଯୁବକଯୁବତୀ ସାମିଲ ହୋଇଛନ୍ତି। ଏହି ଯୁବଗୋଷ୍ଠୀ ଭିକାରୀଙ୍କୁ ମାଗଣା ଫୁଡ କାର୍ଡ ବାଣ୍ଟୁଛନ୍ତି। ଯୁବଗୋଷ୍ଠୀଙ୍କ ଏହି ମହତ କାମରେ ସ୍ଥାନୀୟ ହୋଟେଲ ଆସୋସିଏସନ ମଧ୍ୟ ସହଯୋଗ କରୁଛନ୍ତି।

ଡିୟର ହୁଡ ଫୁଡ କାର୍ଡ ବା ଫୁଡ କାର୍ଡ ଏକ ଏଟିଏମ କାର୍ଡ ଭଳି। ସହରରେ ଭୋକିଲାଙ୍କୁ ଖାଦ୍ୟ ଯୋଗାଇ ଦେବାକୁ ଏହି କାର୍ଡ ଜାରି ହୋଇଛି। ଏହି କାର୍ଡର ମୂଲ୍ୟ ମାତ୍ର 10 ଟଙ୍କା। କାମ କରିବାକୁ ଅସମର୍ଥ ଥିବା ଭିକ୍ଷୁକ ବା ବୃଦ୍ଧାଙ୍କୁ ଏହି ଫୁଡ କାର୍ଡ ଦିଆଯାଉଛି। ବେଲଗଭୀରେ 450ରୁ ଅଧିକ ହୋଟେଲ ରହିଛି। ଯେଉଁ ହୋଟେଲରେ ଫୁଡ କାର୍ଡ ସ୍ବୀକାର ହେଉଛି ସେହି ହୋଟଲରେ ଏହି ଲୋକମାନଙ୍କୁ ମାଗଣାରେ ଖାଦ୍ୟ ମିଳି ପାରିବ। ଦୁଇଟି ଫୁଡକାର୍ଡ ଦେଲେ ହୋଟଲରେ ସେମାନଙ୍କୁ ଟିଫନରୁ ଆରମ୍ଭ କରି ମିଲ୍ ପର୍ଯ୍ୟନ୍ତ ଖାଦ୍ୟ ମିଳି ପାରିବ।

ଜାନୁଆରୀ ପ୍ରଥମ ସପ୍ତାହରୁ ଏହି କାର୍ଡ ପ୍ରଣାଳୀରେ ସହରର ବିଭିନ୍ନ ହୋଟେଲରେ ଗରିବ ଶ୍ରେଣୀ ଲୋକଙ୍କୁ ସଫଳତା ପୂର୍ବକ ଖାଦ୍ୟ ଯୋଗାଇ ଦିଆଯାଉଛି। ହୋଟେଲ ଫୁଡକାର୍ଡ ପ୍ରଚଳିତ ହେଉଛି ବୋଲି ଜାଣିବା ପାଇଁ ହୋଟେଲ ଆଗରେ ଏକ ବୋର୍ଡ ବା ଷ୍ଟିକର ମଧ୍ୟ ଲଗାଯାଉଛି। ଯୁବଗୋଷ୍ଠୀଙ୍କ ସହାୟତାରେ କୁନ୍ଦନଗରୀରେ ଭୋକିଲାଙ୍କୁ ଖାଦ୍ୟ ମିଳି ପାରୁଛି। ସହରରେ ଡିଏଫ ଫାଉଣ୍ଡେସନ ପକ୍ଷରୁ ବହୁ ଅକ୍ଷମ ଓ ବୃଦ୍ଧ ବୟସ୍କଙ୍କୁ ଫୁଡ କାର୍ଡ ବଣ୍ଟନ କରାଯାଇଛି।

2022 ସୁଦ୍ଧା ମନ୍ଦିର, ରେଳ ଷ୍ଟେସନ, ବସଷ୍ଟାଣ୍ଡ ଓ ସହରର ଅନ୍ୟସ୍ଥାନରେ ଥିବା ସମସ୍ତ ଭିକାରୀଙ୍କୁ ଫୁଡକାର୍ଡ ବଣ୍ଟନ କରିବାକୁ ଲକ୍ଷ୍ୟ ରଖିଛି ଡିଏଫ ଫାଉଣ୍ଡେସନ। ବେଲଗଭୀ ନଗର ନିଗମ ଅନ୍ତର୍ଗତ ଆସୁଥିବା ସମସ୍ତ ମାନସିକ ରୋଗୀ, ନିରାଶ୍ରୟ ଓ ଶରଣାର୍ଥୀ କେନ୍ଦ୍ର ପର୍ଯ୍ୟନ୍ତ ଏହି କାର୍ଡ ବିତରଣ ହେବ। ଡିଏଫ ଫାଉଣ୍ଡେସନକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.