
ତାମିଲନାଡୁରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ ରବିବାର ତାମିଲନାଡୁ ଗସ୍ତ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୁବମୋର୍ଚ୍ଚାକୁ ସମ୍ବୋଧିତ କରିଥିଲେ । ଅଧିକ ପଢନ୍ତୁ...
ସେଲମ: ତାମିଲନାଡୁ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ବ୍ୟକ୍ତିଗତ ସମ୍ପର୍କ ରହିଛି । ଶ୍ରୀଲଙ୍କାରେ ତାମିଲନାଡୁ ଶରଣାର୍ଥୀଙ୍କ ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ସୁବିଧା ଅସୁବିଧାର ପ୍ରତିଶୃତିବଦ୍ଧ ରହିଛନ୍ତି । ସେମାନଙ୍କର ସୁରକ୍ଷିତ ଜୀବନଯାପନ ଠାରୁ ସମାନତା ଓ ସମ୍ମାନରେ କିପରି ବିଦେଶରେ ବଞ୍ଚିବାକୁ ସେନେଇ ସରକାର ସବୁବେଳେ ଚେଷ୍ଟିତ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ।
ଆଗକୁ ତାମିଲନାଡୁରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ରବିବାର ତାମିଲନାଡୁ ଗସ୍ତ କରି ରାଜନାଥ ଭାରତୀୟ ଜନତା ଯୁବ ମୋର୍ଚ୍ଚାରେ ପହଞ୍ଚି ସମ୍ବୋଧନ କରିଥିଲେ । ଏହି ମାଟିରେ ଅନେକ ଯୋଦ୍ଧା ଜନ୍ମ ନେଇଛନ୍ତି । ରାଜରାଜ ଚୋଲା ଏବଂ ରାଜେନ୍ଦ୍ର ଚୋଲା ଭଳି ଯୋଦ୍ଧା ଦେଶର ସାମରିକ ଓ ନୌସେନା କ୍ଷେତ୍ରରେ ତାଙ୍କର ଅବଦାନ ରହିଛି ବୋଲି ରାଜନାଥ ନିଜ ସମ୍ବୋଧନ କହିଥିଲେ ।
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଡ. ଏପିଜେ ଅବଦୁଲ କଲାମଙ୍କୁ ରାଷ୍ଟ୍ରପତି କରାଇଥିଲେ । ତେବେ ଏହା କଣ ତାମିଲନାଡୁ ପ୍ରତି କେନ୍ଦ୍ର ସରକାରଙ୍କ ସମ୍ମାନ ନଥିଲା ।1974ରେ କଂଗ୍ରେସ ସରକାର ସମୟରେ ଶ୍ରୀଲଙ୍କା ପାଇଁ କାଟଚାଟିଭୁ ଦ୍ବୀପ ଛାଡି ଦେଇଥିଲେ । ସେତେବେଳେ ଏହି ନିଷ୍ପତ୍ତିକୁ ବାଜପେୟୀ ଦୃଢ ନିନ୍ଦା କରିଥିଲେ ବୋଲି ରାଜନାଥ କହିଥିଲେ ।
ସେହିପରି ବିଜେପି କେବେ ମଧ୍ୟ ତାମିଲନାଡୁର ଝିଅ ପୁରୁଚି ଥାଲାଇଭା ଜୟ ଆମ୍ମା ଙ୍କୁ ଭୁଲିବ ନାହିଁ । ଦେଶରେ ପ୍ରଥମ ମହିଳା ଭାବେ ସେ ରାଜ୍ୟରେ ସରକାର ଗଢିବା ସମୟରେ ତାଙ୍କୁ ବାଜପେୟୀ ସମ୍ପୂର୍ଣ୍ଣ ସମର୍ଥନ କରିଥିଲେ । ବାଜପେୟୀଙ୍କ ପରି ମୋଦିଙ୍କ ମଧ୍ୟ ତାମିଲନାଡୁ ପ୍ରତି ଏକ ବ୍ୟକ୍ତିଗତ ସମ୍ପର୍କ ରହିଛି । ଯାହା ତାଙ୍କ କାର୍ଯ୍ୟରୁ ସମ୍ପୂର୍ଣ୍ଣ ବାରି ହୋଇପଡେ ।
ପ୍ରଧାନମନ୍ତ୍ରୀ ମୋଦି ଶ୍ରୀଲଙ୍କାରେ ତାମିଲ ଶରଣାର୍ଥୀଙ୍କୁ ସଶକ୍ତିକରଣ ପାଇଁ ନିରନ୍ତର ଚେଷ୍ଟା କରୁଛନ୍ତି । 2015ରେ ମୋଦି ପିଏମ ହେବା ପରେ ଶ୍ରୀଲଙ୍କାର ଜାଫ୍ନାକୁ ଗସ୍ତ କରିଥିଲେ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ସେ ଏହି ଅଞ୍ଚଳକୁ ଯାଇଥିଲେ । ସେଠାରେ 27 ହଜାର ଗୃହହୀନ ତାମିଲ ଭାଇ-ଉଭଣୀଙ୍କୁ ଘରେ ଦେଇଥିଲେ। ଶ୍ରୀଲଙ୍କାର ତାମିଲ ଶରଣାର୍ଥୀଙ୍କ ଉତ୍ତମ ଜୀବନଯାପନ ପାଇଁ ମଧ୍ୟ କେନ୍ଦ୍ର ସରକାର ପ୍ରତିଶ୍ରୃତିବଦ୍ଧ । ଶ୍ରୀଲଙ୍କା ସରକାରଙ୍କ ହେପାଜତରୁ 16 ହଜାର ମତ୍ସ୍ୟଜୀବୀଙ୍କୁ ସରକାର ମୁକ୍ତ କରିପାରିଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ କହିଥିଲେ ।
ଏହା ସହ ସେ, ତାମିଲନାଡୁର ସଂସ୍କୃତି, ପରମ୍ପରା, କାବ୍ୟ କବିତାକୁ ପ୍ରଶଂସା କରିଥିଲେ । ତାମିଲ ଭାଷା କେବଳ ସୁନ୍ଦର ନୁହେଁ ବରଂ ପ୍ରାଚୀନ । କହିବାକୁ ଗଲେ ଏହା ସମସ୍ତ ଭାରତୀୟ ଭାଷାର ଆମ୍ମା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ