2022ରେ ହେବ ଚନ୍ଦ୍ରଯାନ-୩ର ଉତ୍‌କ୍ଷେପଣ: ଇସ୍ରୋ ମୁଖ୍ୟ
କୋରୋନା

କୋରୋନା ପାଇଁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ଚନ୍ଦ୍ରଯାନ-୩ର ଉତ୍‌କ୍ଷେପଣ ବିଳମ୍ବିତ ହେବ । ଏ ସମ୍ପର୍କରେ ରବିବାର ଇସ୍ରୋ ମୁଖ୍ୟ କେ ଶିବନ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ଚନ୍ଦ୍ରଯାନ-୩ର ଉତ୍‌କ୍ଷେପଣ ବିଳମ୍ବିତ ହେବ । ଏ ସମ୍ପର୍କରେ ରବିବାର ଇସ୍ରୋ ମୁଖ୍ୟ କେ ଶିବନ ସୂଚନା ଦେଇଛନ୍ତି । ଶିବନ କହିଛନ୍ତି ଯେ, ଚଳିତ ବର୍ଷ ଉତ୍‌କ୍ଷେପଣ ହେବାକୁ ଥିବା ଚନ୍ଦ୍ରଯାନ-୩ ବିଳମ୍ବିତ ହେବ । କୋରୋନା ମହାମାରୀ କାରଣରୁ ଏହାର ଉତ୍‌କ୍ଷେପଣ ୨୦୨୨ରେ ହେବ। ଏହାସହ ସେ ଆହୁରି କହିଛନ୍ତି ଚନ୍ଦ୍ରଯାନ-୩ରେ ଅର୍ବିଟର ରହିବ ନାହିଁ । ଏଥିରେ କେବଳ ଲ୍ୟାଣ୍ଡର ରହିବ। ଚନ୍ଦ୍ରଯାନ -୨କୁ ଯେଉଁଠାରେ ଅବତରଣ ପାଇଁ ଯୋଜନା କରାଯାଇଥିଲା ସେହିଠାରେ ହିଁ ଚନ୍ଦ୍ରଯାନ-୩କୁ ଅବତରଣ କରାଯିବ।

ତେବେ ଏହା 2020ର ଶେଷ ଭାଗରେ ଉତକ୍ଷେପଣ ହେବାର ଯୋଜନା ଥିଲା । କିନ୍ତୁ କୋଭିଡ ପାଇଁ ଏହାର ଉତ୍‌କ୍ଷେପଣ ବିଳମ୍ବ ହୋଇଛି । ଇସ୍ରୋ ପାଇଁ ଚନ୍ଦ୍ରଯାନ-୩ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ କାରଣ ଏହା ପରବର୍ତ୍ତୀ ମିଶନ ପାଇଁ ଭାରତ ତାର ସାମର୍ଥ୍ୟ ପ୍ରଦର୍ଶନ କରିବ । ସେ କହିଛନ୍ତି ଯେ ଗଗନଯାନ ପ୍ରକଳ୍ପ ଅଧୀନରେ ପ୍ରଥମ ମାନବବିହୀନ ମିଶନ ଇସ୍ରୋ ପ୍ରଥମେ ଗତ ବର୍ଷ ଡିସେମ୍ବରରେ ଆରମ୍ଭ କରିବାର ଥିଲା ।

ତେବେ 2022 ସୁଦ୍ଧା ତିନି ଜଣ ଭାରତୀୟଙ୍କୁ ମହାକାଶକୁ ପଠାଇବାକୁ ଗଗନଯାନ ଯୋଜନା କରିଛି । ଏହି ମିଶନ ପାଇଁ ମନୋନୀତ ହୋଇଥିବା ଚାରିଜଣ ପାଇଲଟ୍ ବର୍ତ୍ତମାନ ଭାରତର ତୃତୀୟ ମିଶନ୍ ଚନ୍ଦ୍ରଯାନ-୩ରେ ତାଲିମ ନେଉଛନ୍ତି, ଯାହା ଚନ୍ଦ୍ର ପାଇଁ ତୃତୀୟ ମିଶନ ବୋଲି ଇସ୍ରୋ ମୁଖ୍ୟ କେ ଶିବନ କହିଛନ୍ତି।

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.