ହାତୀକୁ ବାଡେଇ ଚାକିରିରୁ ବିଦାହେଲେ ମହନ୍ତ

ତାମିଲନାଡୁରେ ଅତି ନିଷ୍ଠୁର ଭାବେ ହାତୀକୁ ବାଡେଇ ଥିବା ମହନ୍ତଙ୍କୁ ଚାକିରିରୁ ବହିଷ୍କାର । ଅଧିକ ପଢନ୍ତୁ...
ଚେନ୍ନାଇ: ହାତୀ ନବୀକରଣ ଶିବିରରେ ଜଣେ ମହନ୍ତ ହାତୀକୁ ମାଡମାରିବାର ଭିଡିଓ ଭାଇରାଲ ହେବା ପରେ ସରକାର ଉକ୍ତ ମହନ୍ତ ଭିନିଲ କୁମାରଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି ।
କୋଏମ୍ବାଟୁର ମେଟୁପାଲାୟାମରେ ହାତୀ ସ୍ବତନ୍ତ୍ର ନବୀକରଣ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ତାମିଲନାଡୁର ବିଭିନ୍ନ ସ୍ଥାନରୁ 26 ଟି ହାତୀ ଅଂଶଗ୍ରହଣ କରିଥିବାବେଳେ ଶ୍ରୀବିଲିପୁଥୁର ହାତୀ ଜୟମାଲୟାଡ ମଧ୍ୟ ଏଥିରେ ଭାଗ ନେଇଥିଲା । କାର୍ଯ୍ୟକ୍ରମରେ ଶ୍ରୀବିଲିପୁଥୁର ହାତୀ ଜୟମାଲୟାଡକୁ ତାଙ୍କ ମହନ୍ତ ଅତି ନିଷ୍ଠୁର ମାଡ ମାରୁଥିବା ଦେଖିବାକୁ ମିଳିଛି । ଏହି ସମୟର ଦୃଶ୍ୟ ଭାଇରାଲ ହେବା ପରେ ମହନ୍ତଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ