ଟ୍ରକ ଉପରକୁ ମାଡିଗଲା କାର୍, 6 ଛାତ୍ର ମୃତ
Breaking

ମଧ୍ୟପ୍ରଦେଶ ଇନ୍ଦୋରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଟ୍ରକ ଉପରକୁ ମାଡିଗଲା ଦ୍ରୁତ ଗତିରେ ଆସୁଥିବା ଏକ କାର୍। ଘଟଣାସ୍ଥଳରେ 6 ଜଣ ଛାତ୍ର ମୃତ। ଅଧିକ ପଢନ୍ତୁ...

ଇନ୍ଦୋର: ମର୍ମନ୍ତୁଦ ସଡକ ଦୁର୍ଘଟଣା। ବେପରୁଆ ଗାଡି ଚାଳନା ପାଇଁ ଚାଲିଗଲା 6 ଛାତ୍ରଙ୍କ ଜୀବନ। ତେବେ ଘଟଣାଟି ସୋମବାର ବିଳମ୍ବିତ ରାତ୍ରିରେ ମଧ୍ୟପ୍ରଦେଶ ଇନ୍ଦୋରରେ ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏହି କାର୍ ପେଟ୍ରୋଲ ପମ୍ପ କଡରେ ଥୁଆ ହୋଇଥିବା ଏକ ଟ୍ରକ୍ ସହ ଧକ୍କା ହୋଇଥିଲା। ଯାହା ଫଳରେ ଘଟଣାସ୍ଥଳରେ 6 ଜଣ ଆଖି ବୁଜିଥିଲେ।

ଟ୍ରକ ଉପରକୁ ମାଡିଗଲା କାର୍, 6 ଛାତ୍ର ମୃତ

ଦୁର୍ଘଟଣାର ବେଗ୍ ଅଧିକ ଥିବାରୁ କାର୍ କିଛି ଦୂରକୁ ଛିଟକି ପଡିଥିଲା। ଏବଂ ଗାଡିରେ ଥିବା ପିଲାଙ୍କୁ ଚିହ୍ନଟ କରିବା ଅସମ୍ଭବ ହୋଇପଡିଥିଲା। କାର୍ ଭିତରେ ମୃତଦେହ ଫସି ରହିଥିବାରୁ ପୋଲିସକୁ ବାହାର କରିବାକୁ ନାକେଦମ ହେବାକୁ ପଡିଛି।

ସମସ୍ତ ମୃତକଙ୍କ ଶରୀରରକୁ ବ୍ୟବଚ୍ଛେଦ ପାଇଁ ଏମୱାଇ ଡାକ୍ତରଖାନା ମୁରୁରୀକୁ ପଠାଯାଇଛି। ଘଟଣାକୁ ନେଇ ଏକ ମାମଲା ରୁଜୁ ହେବା ସହ ପୋଲିସ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ସମସ୍ତ ମୃତକ ମଧ୍ୟପ୍ରଦେଶର।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.