ବନ୍ଦୀ ଜୀବନ କାଟୁଥିବା କବି ଭରଭରା ରାଓଙ୍କୁ ମିଳିଲା ଜାମିନ
ବନ୍ଦୀ

ସମାଜସେବୀ ତଥା କବି ଭରଭରା ରାଓଙ୍କୁ ଚିକିତ୍ସା ଯୋଗାଇବାକୁ ଅନୁମତି ଦେଲେ ବମ୍ବେ ହାଇକୋର୍ଟ । ସେ 2016 ସୁରଜଗଡ ଲୁହାପଥର ଖଣି ଅଗ୍ନିକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଅଧିକ ପଢନ୍ତୁ...

ମୁମ୍ବାଇ: ଜେଲରେ ବନ୍ଦୀ ଜୀବନ କାଟୁଥିବା ସମାଜସେବୀ ତଥା କବି ଭରଭରା ରାଓଙ୍କୁ ଚିକିତ୍ସା ଯୋଗାଇବାକୁ ଅନୁମତି ଦେଲେ ବମ୍ବେ ହାଇକୋର୍ଟ । ସେ 2016 ସୁରଜଗଡ ଲୁହାପଥର ଖଣି ଅଗ୍ନିକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ।

ଫେବୃଆରୀ 2019ରେ ମହାରାଷ୍ଟ୍ରର ଗଡଚିରୋଲି ପୋଲିସ 82 ବର୍ଷିୟ ରାଓଙ୍କୁ ଗିରଫ କରିଥିଲା । ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ମଙ୍ଗଳବାର ରାଓଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।

ଗିରଫ ପରେ ମାମଲାର ବିଚାର ଚାଲିଛି । ଏହା ପୂର୍ବରୁ ତଲୋଜା ଜେଲରେ ରଖାଯାଇଥିବାବେଳେ ରାଓଙ୍କ ସ୍ନାୟୁ ଜନିତ ସମସ୍ୟା ଦେଖା ଯାଇଥିଲା । ତେଣୁ ସେ ସବୁ କିଛି ଭୁଲି ଯାଇଥିଲେ । 82 ବର୍ଷ ବର୍ଷୀୟ ରାଓ ତାଙ୍କ ପରିବାର ଜାମିନ ଏବଂ ସ୍ନାୟୁଗତ ତଥା ଶାରୀରିକ ସ୍ବାସ୍ଥ୍ୟ ଖରାପ ଯୋଗୁଁ ତାଙ୍କୁ ତୁରନ୍ତ ମୁମ୍ବାଇର ନାନାବତୀ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟଙ୍କ ନିକଟରେ ଆବେଦନ କରିବାକୁ କହିଥିଲେ । ପରିବାର ଲୋକଙ୍କ ଆବେଦନ ପରେ ବମ୍ବେ ହାଇକୋର୍ଟ ରାଓଙ୍କ ଚିକିତ୍ସା ପାଇଁ ଅନୁମତି ଦେଇଥିଲେ ।

ଗତବର୍ଷ ଜୁଲାଇ 16 ତାରିଖ ରାଓ କୋଭିଡ ଦ୍ବାରା ସଂକ୍ରମିତ ହୋଇଥିଲେ । ଏହି ସମୟରେ ତାଙ୍କର ଚିକିତ୍ସା ପାଇଁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଜୁଲାଇ 30ରେ ସୁସ୍ଥ ହୋଇ ପୁଣି ଥରେ ଜେଲ ଜୀବନ କାଟୁଛନ୍ତି ।

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.