କୋଭିଡ ରିପୋର୍ଟ ନେଗେଟିଭ ବାଧ୍ୟତାମୂଳକ ପ୍ରସଙ୍ଗ, ନରମିଲେ କର୍ଣ୍ଣାଟକ ସରକାର
Breaking

କର୍ଣ୍ଣାଟକ ରାଜ୍ୟ ସରକାର କେରଳରୁ ଯାତ୍ରୀମାନଙ୍କ ପାଇଁ ରାଜ୍ୟ ସୀମା ଅତିକ୍ରମ କରିବାକୁ ବାଧ୍ୟତାମୂଳକ କୋଭିଡ ନେଗେଟିଭ ପ୍ରମାଣପତ୍ର ଦେଖାଇବା ନିର୍ଦ୍ଦେଶରେ ମରମ ଆଭିମୁଖ୍ୟ ପୋଷଣା କରିଛନ୍ତି । ଅଧିକ ପଢନ୍ତୁ ...

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜ୍ୟ ସରକାର କେରଳରୁ ଯାତ୍ରୀମାନଙ୍କ ପାଇଁ ରାଜ୍ୟ ସୀମା ଅତିକ୍ରମ କରିବାକୁ ବାଧ୍ୟତାମୂଳକ କୋଭିଡ ନେଗେଟିଭ ପ୍ରମାଣପତ୍ର ଦେଖାଇବା ନିର୍ଦ୍ଦେଶରେ ମରମ ଆଭିମୁଖ୍ୟ ପୋଷଣ କରିଛନ୍ତି । ଆଗାମୀ ଦୁଇ ଦିନ ପାଇଁ କର୍ଣ୍ଣାଟକକୁ ରାଜ୍ୟ ସୀମା ଅତିକ୍ରମ କରିବା ପାଇଁ କୋଭିଡ ପ୍ରମାଣପତ୍ର ବାଧ୍ୟତାମୂଳକ କରାଯିବ ନାହିଁ କର୍ଣ୍ଣାଟକ ସରକାର ଘୋଷଣା କରିଛନ୍ତି ।

କୋଭିଡ ରିପୋର୍ଟ ନେଗେଟିଭି ବାଧ୍ୟତାମୂଳକ ପ୍ରସଙ୍ଗ, ନରମିଲେ କର୍ଣ୍ଣାଟକ ସରକାର

ତେବେ କର୍ଣ୍ଣାଟକ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ କର୍ଣ୍ଣାଟକ ହାଇକୋର୍ଟରେ କେରଳ ପକ୍ଷରୁ ଏକ ଜନସ୍ବାର୍ଥ ମାମାଲା ମଧ୍ୟ ଦାୟର ହୋଇଛି । ଏହି ମାମଲାର ଶୁଣାଣି କେରଳ ସପକ୍ଷରେ ଯିବା ନେଇ କେରଳବାସୀ ଆଶାବାଦୀ ଥିବା ଦେଖାଦେଇଛି । ସେପଟେ କର୍ଣ୍ଣାଟକ ଦ୍ବାରା ବନ୍ଦ ହୋଇଥିବା 12 ଟି ସୀମା ଫାଟକ ଏପର୍ଯ୍ୟନ୍ତ ଖୋଲାଯାଇ ନାହିଁ।

ମଙ୍ଗଳବାର ଠାରୁ କେରଳରୁ କର୍ଣ୍ଣାଟକକୁ ରାଜ୍ୟ ସୀମା ଦେଇ ଯାତ୍ରା କରିବା ପାଇଁ କୋଭିଡ ନେଗେଟିଭ ପ୍ରମାଣପତ୍ର ବାଧ୍ୟତାମୂଳକ କରାଯିବ ବୋଲି କର୍ଣ୍ଣାଟକ ରାଜ୍ୟ ସରକାର ଘୋଷଣା କରିଥିଲେ । କର୍ଣ୍ଣାଟକ ସରକାର ସୀମାନ୍ତରେ ଏହି ନର୍ଦ୍ଦେଶକୁ ପାଳନ କରିବା ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ତେବେ କେରଳ ଓ ମହାରାଷ୍ଟ୍ରରୁ କର୍ଣ୍ଣାଟକକୁ ଆସୁଥିବା ଦୁଇ ରାଜପଥରେ କଡାକଡି ଚେକିଙ୍ଗ ମଧ୍ୟ କରାଯାଇଥିଲା । କର୍ଣ୍ଣାଟକ ସରକାରଙ୍କ ଏପରି ନିଷ୍ପତ୍ତି ପରେ କିଛି ସ୍ଥାନରେ ଯାତ୍ରୀ ମାନଙ୍କର ପ୍ରତିବାଦ ମଧ୍ୟ ଦେଖିବାକୁ ମିଳିଥିବା ଖବର ସାମ୍ନାକୁ ଆସିଥିଲା ।

କର୍ଣ୍ଣାଟକ ସରକାରଙ୍କ ବିରୋଧରେ ରାଜ୍ୟବାସୀ ପ୍ରତିବାଦ ପରେ ରାଜ୍ୟ ଏହାର ଆଭିମୁଖ୍ୟକୁ ନରମ କରିଥିବା କୁହାଯାଉଛି ଏବଂ ଆସନ୍ତା ଦୁଇ ଦିନ ପାଇଁ RT-PCR ପରୀକ୍ଷା ପ୍ରମାଣପତ୍ର ବାଧ୍ୟତାମୂଳକ କରାଯିବ ନାହିଁ ବୋଲି ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.