ସୀମାରେ ସୈନ୍ୟ ପ୍ରତ୍ୟାହାର ପରେ ଚୀନ FDI ପଲିସିରେ ହେବନି ପରିବର୍ତ୍ତନ
ସୀମାରେ

ଚୀନ ସହିତ ନିବେଶ ତଥା ଏଫଡିଆଇ ନିୟମରେ କୌଣସି ପରିବର୍ତ୍ତନ ହେବ ନାହିଁ କି ଆଗାମୀ ଭବିଷ୍ୟତରେ ଏଭଳି କୌଣସି ଯୋଜନା ନଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଦୀର୍ଘ ଦିନର ବିବାଦ ଓ ସଂଘର୍ଷ ପରେ ପାଙ୍ଗୋଙ୍ଗ ହ୍ରଦରୁ ନିଜ ସୈନ୍ୟଙ୍କୁ ପଛକୁ ହଟାଇ ସାରିଛି ଚୀନ । ଲଦାଖରେ ମଧ୍ୟ ବାକି ସ୍ଥାନରେ ଚୀନ ନିଜ ସୈନ୍ୟଙ୍କୁ ଫେରାଇନେବ । ହେଲେ ଚୀନ ଭବିଷ୍ଯତରେ କୌଣସି ଚାଲ ଚଳାଇ ପାରେ କି ଚୀନ ? ଅନ୍ୟପକ୍ଷେ ଭାରତୀୟ ବଜାରରୁ ଲାଭ ଉଠାଇ ଆସୁଥିବା ଚୀନ ପାଇଁ ନିବେଶରେ ସୃଷ୍ଟି ହେବ କି ବାଧା? ଏଭଳି ଅନେକ ପ୍ରଶ୍ନ ମଧ୍ୟରେ ଚୀନ ସହିତ ନିବେଶ ତଥା ଏଫଡିଆଇ ନିୟମରେ କୌଣସି ପରିବର୍ତ୍ତନ ହେବ ନାହିଁ କି ଆଗାମୀ ଭବିଷ୍ଯତରେ ଏଭଳି କୌଣସି ଯୋଜନା ନଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଚୀନର ସମସ୍ତ ନିବେଶକଙ୍କୁ ପ୍ରକ୍ରିୟା ଓ ସରକାରୀ ମଞ୍ଜୁରୀର ସମସ୍ତ ନିୟମ ପାଳନ କରିବାକୁ ପଡିବ । କେବଳ ସେହି ନିବେଶକୁ ମଞ୍ଜୁରୀ ଦିଆଯିବ, ଯହା ଭାରତୀୟ ସୁରକ୍ଷା ହିତରେ କୌଣସି ପ୍ରଭାବ ପକାଇବ ନାହିଁ । କୌଣସି ବି ଚୀନ କମ୍ପାନୀ ଯଦି ଭାରତର ସୁରକ୍ଷା ଉପରେ ସମ୍ଭାବ୍ୟ ପ୍ରଭାବ ପକାଏ, ତେବେ ତାକୁ ମଞ୍ଜୁରୀ ଦିଆଯିବ ନାହିଁ ।

ସରକାରୀ ସୂଚନାରେ କୁହାଯାଇଛି ଯେ କେନ୍ଦ୍ର ସରକାର ଅତ୍ୟନ୍ତ କଡା ଏଫଡିଆଇ ପଲିସି ରଖିଛନ୍ତି । ନୀତିରେ ସଂସୋଧନ ଆଣିଛନ୍ତି ସରକାର । ନୂଆ ନିୟମ ଅନୁଯାୟୀ, ଭାରତ ସହିତ ନିଜ ଲାଗିଥିବା ସମସ୍ତ ସୀମାବର୍ତ୍ତୀ ଦେଶଗୁଡିକରୁ ଆସୁଥିବା ନିବେଶ ପ୍ରସ୍ତାବକୁ ସୁରକ୍ଷା ଦୃଷ୍ଟିରୁ ଆକଳନ କରାଯିବ । ଏହି ଦେଶଗୁଡିକୁ ଭାରତର ସୁରକ୍ଷା ମାମଦଣ୍ଡପ ପାଳନ କରିବାକୁ ପଡିବ । ଏହା ପରେ ହିଁ ନିବେଶ ପାଇଁ ଅନୁମତି ପ୍ରଦାନ କରାଯିବ । ନିବେଶ ପ୍ରସ୍ତାବର ସୁରକ୍ଷା ସହିତ ଜଡିତ ସମସ୍ତ ବିନ୍ଦୁ ଉପରେ ଗୃହ ମନ୍ତ୍ରଣାଳୟର ରହିଥାଏ କଡା ନଜର ।

ସୀମାର ଗଲୱାନ ଘାଟିରେ ଭାରତୀୟ ଓ ଚୀନ ସେନା ମଧ୍ୟରେ ରକ୍ତ ସଂଘର୍ଷ ପରେ ଭାରତକୁ ଆସୁଥିବା ଚୀନ ନିବେଶ ଉପରେ ଲଗାଯାଇଥିଲା ଅଙ୍କୁଶ । କେବଳ ଏତିକି ନୁହେଁ, ଚୀନ ଆପ୍ସ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଦିଆଯାଇଥିଲା ।

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.