କୌଣସି ପାରମ୍ପରିକ ଔଷଧ କୋଭିଡରୁ ସୁସ୍ଥ କରିପାରିବ ନାହିଁ: WHO
Breaking

ପତଞ୍ଜଳି କମ୍ପାନୀକୁ ଡବ୍ଲ୍ୟୁଏଚର ଝଟକା । କୋରୋନା ବିପକ୍ଷରେ ଡବ୍ଲ୍ୟୁଏଚ କୌଣସି ପାରମ୍ପରିକ ଔଷଧର ସମୀକ୍ଷା କରିନାହିଁ କିମ୍ବା ପ୍ରମାଣପତ୍ର ଦେଇନାହିଁ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ:କୋଭିଡ ସଂକ୍ରମଣକୁ ନେଇ ଜୋରଦାର ଅନୁସନ୍ଧାନ ଜାରି ରହିଛି । କୋଭିଡ ଚିକିତ୍ସାରେ କାମ ଦେବନି କୌଣସି ପାରମ୍ପରିକ ଔଷଧ । ପାରମ୍ପରିକ ଔଷଧ କୋରୋନାରୁ ସୁସ୍ଥ କରିପାରିବ ନାହିଁ ବୋଲି ବିଶ୍ବ ସ୍ବାସ୍ଥ୍ଯ ସଙ୍ଗଠନ ସ୍ପଷ୍ଟ କରିଛି । ଡବ୍ଲ୍ଯୁଏଚଓ ଟ୍ବିଟ କରି ଏଭଳି ବୟାନ ଦେଇଛି ।

ଡବ୍ଲ୍ଯୁଏଚଓ କୋରୋନା ଉପରେ କୌଣସି ପାରମ୍ପରିକ ଔଷଧର ଗୁଣବତ୍ତା ଉପରେ ସମୀକ୍ଷା କରିନାହିଁ କିମ୍ବା ପ୍ରମାଣପତ୍ର ମଧ୍ୟ ଦେଇନାହିଁ । କୋରୋନା ପାଇଁ ଔଷଧ ପ୍ରସ୍ତୁତ କରିଥିବା ନେଇ ପତଞ୍ଜଳି ଦାବି କରିବା ପରେ ଏଭଳି ବୟାନ ଦେଇଛି ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନ ।

ପତଞ୍ଜଳି ଦ୍ବାରା ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ, ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ସାର୍ଟିଫିକେଟ ସନ ସ୍କିମ ଅନୁଯାୟୀ ସେଣ୍ଟ୍ରାଲ ଡ୍ରଗ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନର ଆୟୁଷ ବିଭାଗରୁ ଫାର୍ମାସ୍ୟୁଟିକାଲ ପ୍ରଡକ୍ଟ ସାର୍ଟିଫିକେଟ ପାଇଛି ।

ଆୟୁଷ ମନ୍ତ୍ରଣାଳୟ କରୋନିଲ ଔଷଧ ବ୍ୟବହାର ସହିତ ଅତିରିକ୍ତ ଥେରାପି କୋଭିଡ-19 ବିରୋଧରେ ଚିକିତ୍ସା କରାଯାଇପାରିବ ବୋଲି ସୁପାରିଶ କରିଥିଲା । ପତଞ୍ଜଳି ଆୟୁର୍ବେଦ ଜୁନ 23, 2020ରେ ଆୟୁର୍ବେଦ ଭିତ୍ତିକ କରୋନିଲ ବିକଶିତ କରିଥିଲା ।

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.