ମଝି ରାସ୍ତାରେ ଫାଟିଲା ଟାୟାର । ନିୟନ୍ତ୍ରଣ ହରାଇ ପିକଅପ୍ ଭ୍ୟାନକୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ୪ ମୃତ ଏବଂ ୧୭ ଗୁରୁତର । ରାଜସ୍ଥାନର ଚୁରୁ ଜିଲ୍ଲା ଅନ୍ତର୍ଗତ ଭୋଲରି ଥାନା ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା । ଅଧିକ ପଢନ୍ତୁ...
ଜୟପୁର: ରାଜସ୍ଥାନର ଚୁରୁ ଜିଲ୍ଲା ଅନ୍ତର୍ଗତ ଭୋଲରି ଥାନା ଅଞ୍ଚଳରେ ଭୟଙ୍କର ସଡକ ଦୁର୍ଘଟଣା । ଚଳନ୍ତା ଟ୍ରକର ଟାୟାର ଫାଟିବା ପରେ ନିୟନ୍ତ୍ରଣ ହରାଇ ପିକଅପ୍ ଭ୍ୟାନକୁ ଦେଲା ଧକ୍କା । ଏହି ଦୁର୍ଘଟଣାରେ ଦୁଇଜଣ ମହିଳାଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ଏବଂ ୧୭ ଜଣ ଗୁରୁତର । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତେ ହରିୟାଣାର ବାସିନ୍ଦା । ତେବେ ପୋଲିସ ସମସ୍ତ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ପୋଲିସର ସୂଚନାନୁସାରେ, ରବିବାର ବିଳମ୍ବିତ ରାତିରେ ତାରାନଗର-ସର୍ଦ୍ଦାରସହର ରାସ୍ତାର ବୁଚାଭାସ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ଚଳନ୍ତା ଟ୍ରକର ଟାୟାର ଅଚାନକ ଫାଟିଯିବା କାରଣରୁ ତାହା ନିୟନ୍ତ୍ରଣ ହରାଇ ଆଗରୁ ଆସୁଥିବା ପିକଅପ ଭ୍ୟାନକୁ ଭୁଲ୍ ପାର୍ଶ୍ବରେ ଯାଇ ଧକ୍କା ଦେଇଥିଲା । ଦୁର୍ଘଟଣାରେ ପିକଅପ ଭ୍ୟାନରେ ଥିବା ଦୁଇ ମହିଳାଙ୍କ ସହିତ ୪ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୭ ଜଣ ଗୁରୁତର ଆହତ ହୋଇଛନ୍ତି । ପିକଅପ ଭ୍ୟାନରେ ରାଜସ୍ଥାନର ୪ ଜଣ ଲୋକ ଥିବା ବେଳେ ଅନ୍ୟ ସମସ୍ତେ ହରିୟାଣାର ବୋଲି କୁହାଯାଉଛି।
ଘଟଣା ସମ୍ପର୍କରେ ସୂଚନା ପାଇ ପିଏମଓ ଡକ୍ଟର ଏଫ୍ ଏଚ୍ ଗୌରୀ, ଜିଲ୍ଲା କଲେକ୍ଟର ସାନୱର୍ମାଲ ବର୍ମା ଏବଂ ଏସପି ନାରାୟଣ ତୋଗାସ ପ୍ରମୁଖ ଡାକ୍ତରଖାନାରେ ପହଞ୍ଚିଥିଲେ । ତେବେ ମୃତକମାନେ ହରିୟାଣାର କାଲାବତୀ, ଭାଟେରୀ, ମୋନୁ ଏବଂ ରାମନାରାୟଣ ବୋଲି ଜଣାପଡିଛି ।