TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ଗୁରୁତ୍ବପୂର୍ଣ୍ଣ ଖବର...

1-ତେଲ ତାତି; ବିଧାନସଭାରେ ଭାଟ୍‌ ପ୍ରତ୍ୟାହାର କରିବାକୁ ଦାବି କଲା କଂଗ୍ରେସ

ଦେଶରେ ହୁ ହୁ ହୋଇ ବଢିଚାଲିଛି ତୈଳ ଦର । ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍‌ ଛାଡ କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି ।

2-2000 ଦର୍ଶକରେ ଅପେରା ପାଇଁ ଦିଆଯାଉ ଅନୁମତି: ତାରା ବାହିନୀପତି

ବିଧାନସଭାରେ ଯାତ୍ରା କଳାକାରଙ୍କ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ । ଦୀର୍ଘ 11 ମାସ ଧରି ଯାତ୍ରା ବନ୍ଦ ଥିବାରୁ ହନ୍ତସନ୍ତ ହେଉଛନ୍ତି କଳାକାର । ଏମାନଙ୍କ ପ୍ରତି ସରକାରଙ୍କ ଅବହେଳା କଥା ମଧ୍ୟ ଉଠାଇଥିଲେ ତାରା ବାହିନୀପତି ।

3-କୋଭିଡ କଟକଣାକୁ କଡାକଡି କରିବାକୁ ବିଧାୟକଙ୍କ ଦାବି

କୋଭିଡ୍‌ କଟକଣାକୁ ରାଜ୍ୟରେ କଡାକଡି କରିବାକୁ ଦାବି କରିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ ।

4-1999 ବାରଙ୍ଗ ଗଣଦୁଷ୍କର୍ମ ମାମଲା: ମୁହଁ ଖୋଲିଲେ ବିବନଙ୍କ ପତ୍ନୀ

ବହୁଚର୍ଚ୍ଚିତ 1999 ବାରଙ୍ଗ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ କାଲି ଗିରଫ କରିଛି କମିଶନରେଟ ପୋଲିସ । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିବନ ବିଶ୍ବାଳର ପତ୍ନୀ ଗୀତାଞ୍ଜଳି ବିଶ୍ବାଳ।

5-ସ୍ବାମୀ ସାମ୍ନାରେ ସ୍ତ୍ରୀ ଠୁ ଝାମ୍ପିନେଲେ ସୁନା ଚେନ

ରାଜଧାନୀରେ ଲୁଟେରାଙ୍କ ଆତଙ୍କରାଜ। ସ୍ବାମୀ ସାମ୍ନାରେ ସ୍ତ୍ରୀ ଠୁ ଝାମ୍ପିନେଲେ ସୁନା ଚେନ।ତିନି ଜଣ ଦୁର୍ବୁତ୍ତ ଏକ ବାଇକ ଯୋଗେ ଆସି ସୁନା ଚେନ ଝାମ୍ପିବା ପାଇଁ ବେକରେ ଖଣ୍ଡା ଲଗାଇ ଏଭଳି ଭୟଭୀତ କରାଇ ଝାମ୍ପି ନେଇଛନ୍ତି।

6-ସାରଦା ଚିଟଫଣ୍ଡ ଠକେଇ: 2 ସପ୍ତାହ ପାଇଁ ଘୁଞ୍ଚିଲା ମାମଲାର ଶୁଣାଣି

ମଙ୍ଗଳବାର ସୁପ୍ରିମକୋର୍ଟ ସାରଦା ଚିଟଫଣ୍ଡ ମାମଲାର ଶୁଣାଣିକୁ ଦୁଇ ସପ୍ତାହ ପାଇଁ ସ୍ଥଗିତ ରଖିଛନ୍ତି।

7-ମଙ୍ଗଳ ଗ୍ରହରୁ ପ୍ରଥମ ଅଡିଓ ରେକର୍ଡିଂ ପଠାଇଲା ନାସା ପର୍ସିଭେରାନ୍ସ ରୋଭର

ଭିଡିଓ ପରେ ମଙ୍ଗଳ ଗ୍ରହରୁ ପ୍ରଥମ ଅଡ଼ିଓ ରେକର୍ଡିଂ ପଠାଇଛି ନାସାର ପର୍ସିଭେରାନ୍ସ ରୋଭର ।

8-ବିଧାୟକଙ୍କ ଅଜବ ବୟାନ; ବାଜରା ରୁଟି ଖାଇଲେ ହେବନି କୋରୋନା

କୋରୋନାକୁ ଭୟ କରୁନାହାଁନ୍ତି ମଧ୍ୟପ୍ରଦେଶର ବିଧାୟକ । ଖୁଲମଖୁଲା ଉଲ୍ଲଙ୍ଘନ କରୁଛନ୍ତି କୋଭିଡ ନିୟମ ।

9-ବିଜୟ ହଜାରେ ଟ୍ରଫି: 3 ଖେଳାଳି କୋରୋନା ପଜିଟିଭ

ବର୍ଷର 2ୟ ଘରୋଇ ଟୁର୍ଣ୍ଣାମେଣ୍ଟ ବିଜୟ ହଜାରେ ଟ୍ରଫି ବର୍ତ୍ତମାନ ଖେଳାଯାଉଛି । lତେବେ 3ଜଣ କୋରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।

10-ଆରମ୍ଭ ହେଲା ତାପସୀ-ଅନୁରାଗଙ୍କ ‘ଦୋବାରା’

ପୁଣିଥରେ ଏକାଠି ହେଲେ ଅନୁରାଗ ଓ ତାପସୀ । ଏଥର ଥ୍ରିଲର ଡ୍ରାମା ଫିଲ୍ମ ‘ଦୋବାରା’ ନେଇ ପରଦାକୁ ଫେରିବେ ଏହି ଯୋଡି । ପୂର୍ବରୁ ‘ମନମର୍ଜିଆଁ’ରେ କାମ କରିସାରିଛନ୍ତି ଦୁଇଜଣ ।

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.