TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

1-ବିଧାନସଭାରେ ପାରିତ ହେଲା ଓଡିଶା ସାମୁଦ୍ରିକ ପରିଷଦ ବିଧେୟକ ୨୦୨୦

ବିଧାନସଭାରେ ପାରିତ ହେଲା ଓଡିଶା ସାମୁଦ୍ରିକ ପରିଷଦ ବିଧେୟକ ୨୦୨୦ । ରାଜ୍ୟରେ ସାମୁଦ୍ରିକ ବନ୍ଦର, ବିକାଶ, ନିର୍ମାଣ, ରକ୍ଷଣାବେକ୍ଷଣ, ଜାହାଜ ଚଳାଚଳ, ମାଲ ପରିବହନ ଜଳପଥର ଉନ୍ନତି କରଣ କାର୍ଯ୍ୟ କରିବ।

2-ଆଖି ବୁଜିଲେ ବାରିପଦାର ପୂର୍ବତନ ବିଧାୟକ ବିମଳ ଲୋଚନ ଦାସ

ହୃଦଘାତରେ ବାରିପଦା ପୂର୍ବତନ ବିଧାୟକଙ୍କ ମୃତ୍ୟୁ । ସେ ୨୦୦4 ରୁ ୨୦09 ପର୍ଯ୍ୟନ୍ତ ଜେଏମଏମ ଦଳରୁ ବିଧାୟକ ଥିଲେ ।

3-ସମ୍ବଲପୁର ଟାଉନ ଥାନା ଅଧିକାରୀଙ୍କ ନାଁରେ ଜାତି ପ୍ରମାଣପତ୍ର ଜାଲିଆତି ଅଭିଯୋଗ

ସମ୍ବଲପୁର ଟାଉନ ଥାନା ଅଧିକାରୀଙ୍କ ନାଁରେ ଜାତି ପ୍ରମାଣ ପତ୍ର ଜାଲିଆତି ଅଭିଯୋଗ । ଘଟଣାର ତଦନ୍ତ ଏସଡିପିଓଙ୍କ ଦ୍ଵାରା କରାଯାଉଛି କହିଲେ ଏସପି ।

4-ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦ, ମୋଦିଙ୍କ ପୋଷ୍ଟରରେ ଛାତ୍ର କଂଗ୍ରେସର କାଳିମାଡ଼

ରାଜଧାନୀର ପେଟ୍ରୋଲ ପମ୍ପରେ ଲାଗିଥିବା ମୋଦିଙ୍କ ପୋଷ୍ଟରରେ କାଳିମାଡ । ଅହେତୁକ ତୈଳଦର ବୃଦ୍ଧିକୁ ନେଇ ଛାତ୍ର କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଣ୍ଟନ ଛକ ଠାରେ ବିକ୍ଷୋଭ କରାଯାଇଛି ।

5-ଗୁଜୁରାଟ ପୌର ନିର୍ବାଚନ: ସୁରଟରେ କଂଗ୍ରେସର ଖେଳ ବିଗାଡିଲା AAP

ପ୍ରଥମ ଥର ଗୁଜୁରାଟ ପୌରପାଳିକା ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ଆପ ସୁରଟ ମହାନଗର ନିଗମରେ କଂଗ୍ରେସକୁ ପଛରେ ପକାଇ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଛି । ଯଦିଓ ସୁରଟ ମହାନଗର ନିଗମରେ ବିଜେପି କ୍ଷମତା ଦଖଲ କରୁଥିବା ନଜର ଆସୁଛି, କିନ୍ତୁ କଂଗ୍ରେସର ନିଦ ହଜାଇ ଦେଇଛି ଆମ ଆଦମୀ ପାର୍ଟିର ଏଣ୍ଟ୍ରି ।

6-ସେନାକୁ ଖୁବଶୀଘ୍ର ମିଳିବ 6 ହଜାର କୋଟିର ଅର୍ଜୁନ ଟ୍ୟାଙ୍କ୍‌, ପ୍ରତିରକ୍ଷା ମନ୍ତ୍ରଣାଳୟର ମଞ୍ଜୁରୀ

ଶକ୍ତିଶାଳୀ ସ୍ବଦେଶୀ ଯୁଦ୍ଧ ଟ୍ୟାଙ୍କ‌ ଅର୍ଜୁନ ମାର୍କ 1ଏକୁ ସେନାରେ ସାମିଲ କରିବା ନେଇ ମିଳିଛି ପ୍ରତିରକ୍ଷା ମନ୍ତ୍ରଣାଳୟର ମଞ୍ଜୁରୀ ।

7-5 ଦିନର ହ୍ରାସରେ ଲାଗିଲା ବ୍ରେକ, ବଢିଲା ସେୟାର ସୂଚକାଙ୍କ

5 ଦିନର ଲଗାତାର ହ୍ରାସରେ ଲାଗିଲା ବ୍ରେକ । ସାମାନ୍ୟ ବୃଦ୍ଧି ସହ ସବୁଜରେ ବନ୍ଦ ଆଜିର କାରବାର । ସେୟାର ସୂଚକାଙ୍କ ଉପରମୁହାଁ ସହ ମଜବୁତ ହୋଇଛି ନିବେଶକଙ୍କ ଧାରଣା ।

8-ଶ୍ରେଷ୍ଠ ଧନୀ ତାଲିକାରୁ ହଟିଲେ ଏଲନ ମସ୍କ, ସହିଲେ 15.2 ବିଲିଅନ ଡଲାର କ୍ଷତି

ଟେସଲା ବଜାରରେ ସେୟାର ତଳକୁ ଖସିବା ଦ୍ବାରା ଏଲନ ମସ୍କଙ୍କ ମୋଟ ସମ୍ପତିରେ 15.2 ବିଲିୟନ ଡଲାର ହ୍ରାସ ପାଇଛି । ଏପରିକି ମସ୍କଙ୍କ ଏକ ଟ୍ବିଟ କାରଣରୁ ସେ ବିଟକଏନରେ ଲଗାଯାଇଥିବା ସେୟାର ମଧ୍ୟ ତଳକୁ ଖସିଛି ।

9-ଆଡିଲେଡ ଟେଷ୍ଟରେ ପ୍ରଦର୍ଶନ କୌଣସି ପ୍ରଭାବ ପଡ଼ିବନି: ବିରାଟ କୋହଲି

ମୋଟେରା ହେବାକୁ ଥିବା ଦିବା ରାତ୍ର ମ୍ୟାଚ ଉପରେ ଆଡିଲେଡ ଦିବାରାତ୍ର ମ୍ୟାଚ ଖରାପ ପ୍ରଦର୍ଶନ କୌଣସି ପ୍ରଭାବ ପକାଇବ ନାହିଁ। ଇଂଲଣ୍ଡ ବିପକ୍ଷରେ ତୃତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ଏହା କହିଛନ୍ତି ବିରାଟ କୋହଲି।

10-ମନାଲିରେ ରେସ୍ତୋରାଁ ଖୋଲିବେ କଙ୍ଗନା, ସେୟାର କଲେ ଫଟୋ

ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ବଲିଉଡର କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରଣାୱତ ଏବେ ମନାଲିରେ ରେସ୍ତୋରାଁ ଖୋଲିବେ ।

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.