ଆନ୍ଧ୍ରପ୍ରଦେଶରେ ଦୁଃଖଦ ଘଟଣା: ସ୍ବାମୀଙ୍କ ମୃତ୍ୟୁର 1 ଘଣ୍ଟା ପରେ ପ୍ରାଣ ହରାଇଲେ ସ୍ତ୍ରୀ
ଦୁଖଃଦ

ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ସ୍ବାମୀଙ୍କ ଦେହାନ୍ତ ହେବାର ମାତ୍ର 1 ଘଣ୍ଟା ପରେ ସ୍ତ୍ରୀର ଦେହାନ୍ତ ହେବା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇଛି । ଅଧିକ ପଢନ୍ତୁ...

ଅମରାବତୀ: ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ସ୍ବାମୀଙ୍କ ଦେହାନ୍ତ ହେବାର ମାତ୍ର 1 ଘଣ୍ଟା ପରେ ସ୍ତ୍ରୀର ଦେହାନ୍ତ ହେବା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇଛି । ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶ କଡ୍ଡପା ଜିଲ୍ଲାର କାଶୀନଭାନା ବ୍ଲକରେ । ସ୍ଥାନୀୟ ଅକୁନାନାୟାରାପଲ୍ଲୀ ନାମକ ଏକ ଗ୍ରାମରେ ଅଶିନ ଭାସା ନାମକ ଜଣେ ବୃଦ୍ଧ ରୋଗରେ ପୀଡିତ ଥିବାବେଳେ ଆଜି ତାଙ୍କର ଦେହାନ୍ତ ହୋଇଥିଲା ।

ଦୁଖଃଦ ଘଟଣା, ସ୍ବାମୀଙ୍କ ମୃ୍ତ୍ୟୁର 1 ଘଣ୍ଟା ପରେ ପ୍ରାଣ ହରାଇଲେ ସ୍ତ୍ରୀ

ମାତ୍ର ଏହାର ମାତ୍ର 1 ଘଣ୍ଟା ପରେ ତାଙ୍କର ପତ୍ନୀ ନାନିମା ମଧ୍ୟ ପ୍ରାଣ ହରାଇଥିବା ଦେଖିବାକୁ ମିଳିଛି । ସ୍ବାମୀଙ୍କ ମୃତ୍ୟୁରେ ମାନସିକ ଭାବେ ଆଘାତ ପାଇ ତାଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକ ତଥା ତାଙ୍କ ପଡୋଶୀ ସୂଚନା ଦେଇଛନ୍ତି ।

ବୃଦ୍ଧଜଣଙ୍କ ମୃତ୍ୟୁ ପରେ ତାଙ୍କ ଅନ୍ତିମଯାତ୍ରା ପାଇଁ ଗ୍ରାମବାସୀ ପ୍ରସ୍ତୁତି ଚଳାଇଥିବାବେଳେ ହଠାତ ଏପରି ଦୁଃଖଦ ଖବର ସାମ୍ନାକୁ ଆସିଥିଲା । ସ୍ବାମୀଙ୍କ ମୃତ୍ୟୁ ଖବର ପାଇ ବିଚଳିତ ହୋଇ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟବାସିନ୍ଦା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.