11 ମାସ ପରେ କାଶ୍ମୀରରେ ଟ୍ରେନ ସେବା ଆରମ୍ଭ
Breaking

ମହାମାରୀ କୋରୋନା ପାଇଁ ଦୀର୍ଘ 11 ମାସ ପର୍ଯ୍ୟନ୍ତ ଜମ୍ମୁ-କାଶ୍ମୀରରେ ଟ୍ରେନ ସେବା ବନ୍ଦ ପଡିଥିଲା । ଆଜିଠୁ ପୁଣି ଥରେ ଟ୍ରାକରେ ଦୌଡିବ ଟ୍ରେନ । ଅଧିକ ପଢନ୍ତୁ...

ଶ୍ରୀନଗର: 11 ମାସ ପରେ ଜମ୍ମୁ-କାଶ୍ମୀର ଉପତ୍ୟକା ଓ ଜମ୍ମୁ ଡିଭିଜିନରେ ଆରମ୍ଭ ହେବାକୁ ଯାଉଛି ଟ୍ରେନ ସେବା । ମହାମାରୀ କୋରୋନା ପାଇଁ ଟ୍ରେନ ସେବା ବନ୍ଦ ପଡିଥିଲା । ଆଜିଠୁ ପୁଣି ଥରେ ଟ୍ରାକ ଦୌଡିବ ଟ୍ରେନ । ପ୍ରଥମ ଦିନରେ ବାରମୂଳାରୁ ବନିହାଲକୁ ଆଂଶିକ ଭାବେ ଟ୍ରେନ ଚଳାଚଳ କରିବ ।

ସମ୍ପୂର୍ଣ୍ଣ ଭାବେ ଟ୍ରେନ ଚଳାଚଳ କରିବା ପୂର୍ବରୁ ରବିବାର ବାରମୂଳାରୁ ବନିହାଲ 137 କିମି ପର୍ଯ୍ୟନ୍ତ ଟ୍ରାଏଲ କରାଯାଇଥିଲା । ବିନା ଯାତ୍ରୀ ଦ୍ବାରା ଟ୍ରେନ ଚଳାଚଳ କରି ସମସ୍ତ ପ୍ରସ୍ତୁତି ଶେଷ କରାଯାଇଛି ବୋଲି ଉତ୍ତରାଞ୍ଚଳର ରେଳୱେର ଜଣେ ଅଧିକାରୀ କହିଛନ୍ତି ।

ଆଜି ସକାଳ 11.25 ମିନିଟରୁ ବନିହାଲରୁ ଗୋଟିଏ ଟ୍ରେନ ବାରମୂଳା ଯିବ । ସେହିପରି ବାରମୂଳାରୁ ଆଉ ଏକ ଟ୍ରେନ ସକାଳ 09.10ରେ ବନିହାଲ ଅଭିମୁଖେ ଗଡିବ । ଦୈନିକ ଦୁଇଟି ଟ୍ରେନ ଏହି ଦୁଇ ସ୍ଥାନ ମଧ୍ୟରେ ଚଳାଚଳ କରିବାକୁ ପ୍ରାରମ୍ଭିକ ଭାବେ ନିଷ୍ପତ୍ତି ହୋଇଛି । ଆଗକୁ ସ୍ଥିତି ଦେଖି ଟ୍ରେନ ସଂଖ୍ୟା ବଢାଯାଇପାରେ। ତେବେ ବାରମୂଳାରୁ ବନିହାଲ ମଧ୍ୟର ମୋଟ 17ଟି ଷ୍ଟେସନ ରହିଛି ।

@IANS

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.