ଉତ୍ତରାଖଣ୍ଡ ଜଳପ୍ରଳୟ: 70 ଜଣଙ୍କ ମୃତଦେହ ଉଦ୍ଧାର
Breaking

ଉତ୍ତରାଖଣ୍ଡ ଜଳପ୍ରଳୟରେ ବର୍ତ୍ତମାନ ସୁଦ୍ଧା ମିଳିଲାଣି 70 ଜଣଙ୍କ ମୃତଦେହ । ଅଧିକ ପଢନ୍ତୁ...

ଡେରାଡୁନ: ଉତ୍ତରାଖଣ୍ଡରେ ହିମସ୍ଖଳନ ପାଇଁ ସୃଷ୍ଟି ହୋଇଥିବା ଜଳପ୍ରଳୟରେ ବର୍ତ୍ତମାନ ସୁଦ୍ଧା 70 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମଙ୍ଗଳବାର, ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ପୂର୍ବରୁ 68 ଜଣଙ୍କ ମୃତଦେହ ମିଳିଥିବାବେଳେ ଆଉ ଦୁଇଟି ମୃତଦେହ ମିଳିଛି ।

ଗତକାଲି ଏହି ଦୁଇଟି ମୃତଦେହ କିର୍ତ୍ତି ନଗର ଓ ଶ୍ରୀନଗରର ଚୌରାସରୁ ମିଳିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ସେହିପରି 206 ଜଣ ନିଖୋଜଙ୍କ ମଧ୍ୟରୁ 70 ଜଣଙ୍କ ମୃତଦେହ ଓ 29ଟି ମାନବ ଅର୍ଗାନ ମିଳିଛି । ଅନ୍ୟପଟେ 134 ଜଣ ନିଖୋଜଙ୍କୁ ସର୍ଚ୍ଚ ଅପରେସନ ମାଧ୍ୟମରେ ଖୋଜା ଚାଲିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଇଣ୍ଡୋ-ତିବତିୟାନ ବର୍ଡର ପୋଲିସ, ଏନଡିଆରଏଫ ଓ ଅନ୍ୟାନ୍ୟ ଏଜେନ୍ସି ଏହି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ସୂଚନାଥାଉକି, ଚଳିତ ମାସ 7 ତାରିଖରେ ଉତ୍ତରାଖଣ୍ଡର ଚମୋଲୀ ଅଞ୍ଚଳରେ ଜଳ ପ୍ରଳୟ ହୋଇଥିଲା ।

@ANI

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.