ଉତ୍ତରପ୍ରଦେଶ ବଜେଟ୍; ଯୋଗୀ ଖୋଲିବେ ଅର୍ଥପେଡି
ଉତ୍ତରପ୍ରଦେଶ

ଆଜି ଉତ୍ତରପ୍ରଦେଶ ସଂସଦରେ ହେବ ବଜେଟ୍ ଉପସ୍ଥାପନ । ଯୋଗୀ ସରକାର ତାଙ୍କ କାର୍ଯ୍ୟକାଳ ସମୟରେ ପଞ୍ଚମ ଥର ପାଇଁ ସଂସଦରେ ବଜେଟ୍ ଉପସ୍ଥାପିତ କରିବାକୁ ଯାଉଛନ୍ତି । ଅଧିକ ପଢନ୍ତୁ...

ଲକ୍ଷ୍ନୌ: ସର୍ବଦା ଚର୍ଚ୍ଚାରେ ଉତ୍ତରପ୍ରଦେଶ ରାଜନୈତିକ ପାଣିପାଗ । ଆଜିଠାରୁ ଏହାର ରାଜନୀତିରେ ଆଉ ଏକ ନୂଆ ଫର୍ଦ୍ଦ ଏଥିରେ ଯୋଡି ହେବାକୁ ଯାଉଛି । କାରଣ ଯୋଗୀ ସରକାର ତାଙ୍କ କାର୍ଯ୍ୟକାଳ ସମୟରେ ପଞ୍ଚମ ଥର ପାଇଁ ସଂସଦରେ ବଜେଟ୍ ଉପସ୍ଥାପିତ କରିବାକୁ ଯାଉଛନ୍ତି।

ଯେଉଁଥିରେ ସରକାର ଇତିହାସର ସର୍ବବୃହତ ବଜେଟ୍ ଉପସ୍ଥାପନ କରିବା ସହ ଏକ ରେକର୍ଡ ସ୍ଥାପନ କରିବାକୁ ଯାଉଛନ୍ତି । ତେବେ ସେ ହେଉଛନ୍ତି ବିଜେପି ସରକାରରେ ପ୍ରଥମ ମୁଖ୍ୟମନ୍ତ୍ରୀ ଯାହାଙ୍କ କାର୍ଯ୍ୟକାଳରେ ପଞ୍ଚମ ଥର ପାଇଁ ବଜେଟ୍ ଉପସ୍ଥାପନ ହେବ।

ତେବେ 2017ରେ ଯୋଗୀ ସରକାର ଉତ୍ତରପ୍ରଦେଶର ଶାସନ ଭାର ଗ୍ରହଣ କରିଥିଲେ। ଏହାସହ ଆର୍ଥିକ ସ୍ତରରେ ଦୁର୍ବଳ ଥିବା ଏହି ରାଜ୍ୟକୁ ବିକାଶ ପଥରେ ଗତି କରାଇବା ତାଙ୍କ ପାଇଁ ଚ୍ୟାଲେଞ୍ଚ ଆଣିଥିଲା । ଯୋଗୀ ସରକାରଙ୍କ ପ୍ରଥମ ବଜେଟ ଅର୍ଥାତ୍ 2017-18 ମସିହାରେ ଆର୍ଥିକ ବ୍ୟୟବରାଦ 3.84 ଲକ୍ଷ କୋଟି ଥିଲା । ଯେଉଁଥିରେ ସାଧାରଣଜନତାଙ୍କ କର ଓ 86 ହଜାର କୃଷକଙ୍କ 36 ହଜାର କୋଟି ଟଙ୍କାକୁ ଛାଡ କରାଯାଇଥିଲା । ଏହାସହ ସପ୍ତମ ବେତନ କମିଶନରେ 36 ହଜାର ଟଙ୍କା କୋଟି ଟଙ୍କା ମଞ୍ଜୁର କରାଯାଇଥିଲା।

ଏହାସହ 2018-19 ବର୍ଷରେ 4.79 ଲକ୍ଷ କୋଟିର ଆର୍ଥିକ ବ୍ୟୟ ଅଟକଳ ଏବଂ 2020-21 ଆର୍ଥିକ ବର୍ଷ ପାଇଁ 5.12 ଲକ୍ଷ କୋଟିର ବ୍ୟୟବରାଦ ହୋଇଥିଲା। ତେବେ ପ୍ରତିବର୍ଷ ବଜେଟ୍ ରାଶିର ପରିମାଣ ବୃଦ୍ଧି ପାଉଥିବା ବେଳେ ଚଳିତ ବର୍ଷ ମଧ୍ୟ ଏହା ଆଶା ଠାରୁ ଅଧିକ ରହିବ ବୋଲି ସମସ୍ତେ ମତପୋଷଣ କରିଛନ୍ତି।

ତେବେ ୟୁପିର ଅର୍ଥନୀତିକୁ 1 ଟ୍ରିଲିୟନ ଡଲାରରେ ପହଁଞ୍ଚାଇବାକୁ ସରକାର ସମସ୍ତ ପ୍ରକାର ପ୍ରଚେଷ୍ଟା କରୁଛନ୍ତି। କୋରୋନା କାଳ ମଧ୍ୟରେ ଏ ବର୍ଷର ବଜେଟ୍ କିଛି ନୂଆ ସହ ଅର୍ଥନୀତିକୁ ଟ୍ରିଲିୟନ ବାଉଣ୍ଡ୍ରି ନେବାରେ ସହଯୋଗ କରିବ।

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.