କୃଷିକୁ ବୁଷ୍ଟର, 17 ହଜାର 468 କୋଟି ଆବଣ୍ଟନ
Breaking

ବଜେଟ ଆରମ୍ଭରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ରର ବିକାଶ ପାଇଁ କରିଛନ୍ତି ବ୍ୟୟ ବରାଦ । କୃଷି ଆମ ଅର୍ଥନୀତିର ଏକ ଜୀବନରେଖା । ଅନ୍ନ ଯୋଗାଇଥାଏ କୃଷକ ।

ଭୁବନେଶ୍ବର: ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାବେ 2021-22 ଇ-ବଜେଟ ଉପସ୍ଥାପନ କରିଛନ୍ତି । ବଜେଟ ଆରମ୍ଭରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ରର ବିକାଶ ପାଇଁ କରିଛନ୍ତି ବ୍ୟୟ ବରାଦ । କୃଷି ଆମ ଅର୍ଥନୀତିର ଏକ ଜୀବନରେଖା । ଅନ୍ନ ଯୋଗାଇଥାଏ କୃଷକ । ଏଣୁ କୃଷକଙ୍କୁ ସଶକ୍ତ କରିବା ପାଇଁ 17 ହଜାର 468 କୋଟି ବ୍ୟୟ ବରାଦ କରିଛନ୍ତି ଅର୍ଥମନ୍ତ୍ରୀ ।

କୃଷି

  • କାଳିଆ ଯୋଜନା ପାଇଁ 1 ହଜାର 800 କୋଟି
  • ଓମ୍ବାଡସି ଓ ଡିଏମଏଫରୁ କୃଷିରେ ବିନିଯୋଗ ହେବ 447 କୋଟି
  • ମନରେଗା ପାଣ୍ଠିରୁ କୃଷି କ୍ଷେତ୍ରରେ ବ୍ୟାପକ ଖର୍ଚ୍ଚ ହେବ
  • ଉଦ୍ୟାନ କୃଷି ବିକାଶ ପାଇଁ 132 କୋଟି
  • ଜାତୀୟ କୃଷି ବିକାଶ ଯୋଜନା ପାଇଁ 450 କୋଟି
  • କାଳିଆ ଯୋଜନା ଅଧିନରେ ଚାଷୀମାନଙ୍କୁ 50 ହଜାର ଟଙ୍କା ପର୍ଯ୍ୟନ୍ତ ଶୂନ ପ୍ରତିଶତ ସୁଧ ହାରରେ କୃଷି ଋଣ ଉପଲବ୍ଧ ହେବ
  • ଚାଷୀମାନଙ୍କୁ 50 ହଜାର ଟଙ୍କାରୁ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ରାଶି ଶତକଡା 2 ପ୍ରତିଶତ ରିହାତି ସୁଧରେ ଯୋଗାଇ ଦିଆଯାଇଛି
  • ସୁଧ ସବସିଡି ଯୋଜନାରେ ଚାଷୀମାନଙ୍କୁ ସୁଧ ରିହାତି ପ୍ରଦାନ ପାଇଁ 8 ଶହ 19 କୋଟି ଟଙ୍କା ବ୍ୟୟ ବରାଦ
  • ସମବାୟ ସଂସ୍ଥା ଗୁଡିକ ସମଗ୍ର ଦେଶରେ ପ୍ରଦାନ କରାଯାଉଥିବା କୃଷି ଋଣର ମାତ୍ର ଶତକଡା 17 ଭାଗ ବ୍ୟୟ ବହନ କରୁଥିବାବେଳେ ରାଜ୍ୟରେ ଶତକଡା 65 ଭାଗ କୃଷି ଋଣ ସମବାୟ ସଂସ୍ଥାଗୁଡିକ ମାଧ୍ୟମରେ ଚାଷୀମାନଙ୍କୁ ଉପଲବ୍ଧ ହୋଇଥାଏ
  • ସମବାୟ ବ୍ୟାଙ୍କମାନେ 2021-22ରେ 16 ହଜାର କୋଟି ଟଙ୍କାର କୃଷି ଋଣ ପ୍ରଦାନ କରିବେ

ଚାଷୀ ଭାଇର କଠିନ ଓ ନିଷ୍ଠାପର ଝାଳବୁହା ପରିଶ୍ରମ ଧରିତ୍ରୀର ପ୍ରକୃତ ରକ୍ଷକ । ଗଙ୍ଗାଧର ମେହେରଙ୍କ ଏକ ପଙ୍କ୍ତିକୁ ଗାଇ ଅର୍ଥମନ୍ତ୍ରୀ କୃଷି ବଜେଟ ଶେଷ କରିଛନ୍ତି ।

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.