MSME ପାଇଁ 465 କୋଟି ବ୍ୟୟବରାଦ
MSME

ରାଜ୍ୟସରକାର MSMEକୁ ଗୁରତ୍ବ ଦେଇଛନ୍ତି । ଏଥିପାଇଁ 465 କୋଟିର ବ୍ୟୟବରାଦ କରାଯାଇଛି । ଅଧିକ ପଢନ୍ତୁ...

ଭୁବନେଶ୍ବର: ଚଳିତ ବଜେଟରେ ରାଜ୍ୟ ସରକାର MSMEକୁ ଗୁରୁତ୍ବ ଦେଇଛନ୍ତି । ସରକାର ଉତ୍ପାଦନ ଓ ପ୍ରକ୍ରିୟା କରଣ ପାଇଁ ଇଜି ଅଫ ଡୁଇଂ ବିଜନେସରେ ଭିତ୍ତିଭୂମି ସହାୟକ ଯୋଗାଇ ଦେଉଛନ୍ତି । ଏଥିପାଇଁ ଏମଏସଏମଇ କ୍ଷେତ୍ରରେ ଗତ ଆର୍ଥିକ ବର୍ଷର ବ୍ୟୟ ବରାଦ 250 କୋଟିରୁ ବୃଦ୍ଧି କରାଯାଇ 465,42,27 କୋଟି କରାଯାଇଛି ।

ଯାହାକି ପୂର୍ବ ବର୍ଷ ତୁଳନାରେ 86 ପ୍ରତିଶତରୁ ଅଧିକ ଅଟେ । ଏମଏସଏଇ କ୍ଷେତ୍ରକୁ ଆର୍ଥିକ ସହାୟତା ପାଇଁ 125 କୋଟି ଟଙ୍କା । ପ୍ରୋତ୍ସାହନ ପାଇଁ 80 କୋଟି ଟଙ୍କା । ଖଦି ଓ ଗ୍ରାମ୍ୟଉଦ୍ୟୋଗ ପାଇଁ 27 କୋଟି ଟଙ୍କା ସରକାର ବ୍ୟୟବରାଦ କରିଛନ୍ତି ।

ସେହିପରି ଓଡିଶା ସରକାର କୋଭିଡ୍‌ ସମୟରେ ଏମଏସଏମଇ ସହାୟତା ପାଇଁ ପ୍ରାୟ 289 କୋଟିର ସ୍ବତନ୍ତ୍ର କୋଭିଡ୍‌ ପ୍ୟାକେଜ ଘୋଷଣା କରିଛନ୍ତି । ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବହୁ କାରିଗରଙ୍କୁ ନିଯୁକ୍ତି ଯୋଗାଇଥାଏ । ତେଣୁ 2021-22ରେ ହସ୍ତତନ୍ତ କ୍ଷେତ୍ର ପାଇଁ 36 କୋଟି ଟଙ୍କା । ହସ୍ତତନ୍ତ ଶିଳ୍ପ ପାଇଁ 30 କୋଟି । ବସ୍ତ୍ର ଏବଂ ବୟନ ଶିଳ୍ପ ପାଇଁ 9 କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.