ଓଭରଟେକ କରି ପର୍ଯ୍ୟଟକ ଅଟକ ଘଟଣା, ସ୍ପଷ୍ଟୀକରଣ ଦେଲା ମନ୍ତ୍ରୀଙ୍କ ମିଡିଆ ସେଲ
କେନ୍ଦ୍ରମନ୍ତ୍ରୀ

ମନ୍ତ୍ରୀଙ୍କ ଗାଡିକୁ ଓଭରଟେକ କରି ଥାନାରେ ପର୍ଯ୍ୟଟକ ଅଟକ ଘଟଣାରେ ସ୍ପଷ୍ଟୀକରଣ ରଖିଛି କେନ୍ଦ୍ରମନ୍ତ୍ରୀଙ୍କ ମିଡିଆ ସେଲ । ଅଧିକ ପଢନ୍ତୁ...

ବାଲେଶ୍ବର: କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଗାଡିକୁ ଓଭରଟେକ କରି ଥାନାରେ ପର୍ଯ୍ୟଟକ ଅଟକ ଘଟଣାରେ ସ୍ପଷ୍ଟୀକରଣ ରଖିଛି ମନ୍ତ୍ରୀଙ୍କ ମିଡିଆ ସେଲ । ଏହି ଘଟଣାକୁ ନେଇ ପର୍ଯ୍ୟଟକମାନେ 5 ଘଣ୍ଟା ଥାନାରେ ଅଟକ ରହିବା ଘଟଣାରେ ମିଡିଆ ସେଲ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ।

ମିଡିଆ ସେଲର ସ୍ପଷ୍ଟୀକରଣ ଅନୁସାରେ, ଗତ 20 ତାରିଖରେ ମନ୍ତ୍ରୀ ବସ୍ତା ବ୍ଲକ ସମୀକ୍ଷା ବୈଠକକୁ ଯିବା ବେଳେ ଜାତୀୟ ରାଜପଥରେ ଏକ ସମ୍ଭାବ୍ୟ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଯେଉଁ ଦୁଇଟି ଗାଡିକୁ ଥାନାରେ ଅଟକ ରଖା ଯାଇଥିଲା ସେ ଗାଡି ଦୁଇଟି ଦ୍ରୁତ ଗତିରେ କୋଲକତା ଆଡକୁ ଯାଉଥିଲେ ।

ରାସ୍ତାରେ ଏକ ଟ୍ରକକୁ ଓଭରଟେକ କରୁଥିବା ବେଳେ ଅଚାନକ ବ୍ରେକ ମାରିବାରୁ ରାସ୍ତା ଏକ ପ୍ରକାର ଅବରୋଧ ହୋଇଯାଇଥିଲା । ସେହି ସମୟରେ ପଛପଟୁ ଆସୁଥିବା କେନ୍ଦ୍ରମନ୍ତ୍ରୀଙ୍କ ପାଇଲଟ ଗାଡି ଓ କେନ୍ଦ୍ରମନ୍ତ୍ରୀଙ୍କ ଗାଡି ସମେତ ଅନ୍ୟ କିଛି ଗାଡି ସମ୍ଭାବ୍ୟ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ।

ଏହାପରେ ଉକ୍ତ ପର୍ଯ୍ୟଟକଙ୍କ ଗାଡି ଦୁଇଟିର ଡ୍ରାଇଭର ସେଠାରୁ ଚମ୍ପଟ ମାରିଥିଲେ । ପରେ କେନ୍ଦ୍ରମନ୍ତ୍ରୀଙ୍କ ପାଇଲଟ ଗାଡି ଓ ବସ୍ତା ପୋଲିସ ଉକ୍ତ ଗାଡି ଦୁଇଟିକୁ ଥାନାକୁ ଆଣି ଘଟଣା ସମ୍ପର୍କରେ ତଦନ୍ତ କରିଥିଲେ । ଏହି ଖବର କେନ୍ଦ୍ରମନ୍ତ୍ରୀ ପାଇବା ପରେ ସେମାନଙ୍କୁ ଛାଡିଦେବାପାଇଁ କହିଥିଲେ ବୋଲି ବାଲେଶ୍ଵରର କେନ୍ଦ୍ରମନ୍ତ୍ରୀଙ୍କ ମିଡିଆ ସେଲ ସ୍ପଷ୍ଟ କରିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.