1999 ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣା: ଝାରପଡା ଜେଲ ଗଲା ମୁଖ୍ୟ ଅଭିଯୁକ୍ତ
1999ର

16:27 February 22

1999 ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣା: ଝାରପଡା ଜେଲ ଗଲା ମୁଖ୍ୟ ଅଭିଯୁକ୍ତ

ଝାରପଡା ଜେଲ ଗଲା ମୁଖ୍ୟ ଅଭିଯୁକ୍ତ

1999ର ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣାରେ ଗିରଫ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ ସିବିଆଇ ସ୍ପେଶାଲ କୋର୍ଟରେ ହାଜର ହେବା ପରେ ଝାରପଡା ଜେଲ ଯାଇଛି । ପୋଲିସ ମହାରାଷ୍ଟ୍ରରୁ ତାକୁ ଗିରଫ କରିବା ପରେ ଆଜି ସିବିଆଇ ସ୍ପେଶାଲ କୋର୍ଟରେ ହାଜର କରିଥିଲା । ପରେ ତାକୁ ଝାରପଡା ଜେଲ ପଠାଯାଇଛି ।  

14:34 February 22

1999ର ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣା: ମୁଖ୍ୟ ଅଭିଯୁକ୍ତ ସିବିଆଇ ସ୍ପେଶାଲ କୋର୍ଟରେ ହାଜର

ସିବିଆଇ ସ୍ପେଶାଲ କୋର୍ଟ

ଭୁବନେଶ୍ବର: 1999ର ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣାରେ ଗିରଫ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ ସିବିଆଇ ସ୍ପେଶାଲ କୋର୍ଟରେ ହାଜର ।  22 ବର୍ଷ ପରେ ଗିରଫ ହୋଇଛି ମୁଖ୍ୟ ଅଭିଯୁକ୍ତ । ପୂର୍ବରୁ ଅନ୍ୟ ଦୁଇ ଅଭିଯୁକ୍ତ ଟୁନିଆ ଓ ପଦିଆ ଗିରଫ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇସାରିଛି ।  

ସୂଚନା ଥାଉକି, ୧୯୯୯ ଜାନୁଆରୀ ୯ ତାରିଖରେ ଭୁବନେଶ୍ବର ବାରଙ୍ଗ ରାସ୍ତାରେ ଘଟିଥିଲା ଏହି ଗଣଦୁଷ୍କର୍ମ । ଏହି ଘଟଣାରେ ସେତେବେଳର ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ପଦବୀ ହରାଇବାକୁ ପଡିଥିଲା ଏବଂ ଘଟଣାଟି ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇବା ସହ ରାଜନୈତିକ ପଟ୍ଟ ପରିବର୍ତ୍ତନ କରିଥିଲା ।

ଘଟଣା ପରଠାରୁ ମୁଖ୍ୟ ଅଭିଯୁକ୍ତ ମହାରାଷ୍ଟ୍ର ଫେରାର ହୋଇ ନିଜ ପରିଚୟ ବଦଳାଇ ପାଣି ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲା । ଅଭିଯୁକ୍ତ ବିବନ ଓଡିଶା ପୋଲିସ ସମେତ ସିବିଆଇ ରାଡରରୁ ବର୍ତ୍ତିବା ପାଇଁ ସେଠାରେ ଅତି ଚତୁରତାର ସହିତ ରହି ନିଜ ପରିବାର ସହ ସମ୍ପର୍କରେ ରହିବା ସହ ବିଭିନ୍ନ ସମୟରେ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଆସୁଥିଲା ।

ତେବେ ଏକ ନିଦ୍ଧିଷ୍ଟ ସୂତ୍ରରୁ ବିଭିନ୍ନ ତଥ୍ୟ ପାଇବା ପରେ ଏହି ଚର୍ଚ୍ଚିତ ଘଟଣାର ଫାଇଲ ପୁଣି ଥରେ କମିଶନରେଟ ପୋଲିସ ଖୋଲିଥିଲା । ସମସ୍ତ ତଥ୍ୟର ସମୀକ୍ଷା ପରେ ସିପି ଏକ ସ୍ବତନ୍ତ୍ର ଟିମ ଗଠନ କରିବା ସହ ନିଜେ ଏହାର ତଦାରଖ କରୁଥିଲେ । ପରେ ଅଭିଯୁକ୍ତକୁ ଧରିବା ପାଇଁ ମହାରାଷ୍ଟ୍ର ପୋଲିସର ସହାୟତା ନେଇ ଆମ୍ବାଭାଲି ଅଞ୍ଚଳରୁ ଅଭିଯୁକ୍ତ ବିବନ ବିଶ୍ବାଳକୁ ଗିରଫ କରି ଓଡିଶା ଅଣାଯାଇଛି ।  

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.