1999 ଗଣଦୁଷ୍କର୍ମ ମାମଲା: ମୁହଁ ଖୋଲିଲେ ପୀଡିତା, ୨୨ବର୍ଷ ଧରି ମରିମରି ବଞ୍ଚିଛି
ମୁଖ୍ୟ

ବହୁ ଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ଗିରଫ କରିବା ପରେ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି ଦୁଷ୍କର୍ମ ପୀଡିତା ।

ଭୁବନେଶ୍ବର: ଦୀର୍ଘ 22 ବର୍ଷ ପରେ ବହୁଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ଗିରଫ କରିବା ପରେ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି ପୀଡିତା । ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୁକ୍ତକୁ ଫାଶୀ ନହେଲେ ଆଜୀବନ କାରାଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ପୀଡିତା।

ମୁଖ୍ୟ ଅଭିଯୁକ୍ତକୁ ଫାଶି ଦେବାକୁ ଦାବି କଲେ ପୀଡିତା

1999 ମସିହା ଜାନୁଆରୀ 9ରେ ବାରଙ୍ଗରେ ଘଟିଥିଲା ଏହି ଲୋମହର୍ଷଣକାରୀ ଘଟଣା । ଯେଉଁଥିରେ ସେତେବେଳର ତତ୍କାଳ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଇସ୍ତଫା ଦେଇଥିଲେ । ଆଉ ଦୁଷ୍କର୍ମର ଅନ୍ୟଦୁଇ ଅଭିଯୁକ୍ତକୁ ଗିରଫ ହୋଇଥିଲେ ବି ମୁଖ୍ୟ ଅଭିଯୁକ୍ତକୁ ସିବିଆଇ ଧରିବାରେ ବିଫଳ ହୋଇଥିଲା ।

ମାତ୍ର କମିଶନ ପୋଲିସଙ୍କ ନେତୃତ୍ବରେ ନେଇ ମହାରାଷ୍ଟ୍ର ପୁଣେରୁ ଅଭିଯୁକ୍ତକୁ ଗିରଫ କଲେ ।ସେଥିପାଇଁ ସିପି ଏବଂ ତାଙ୍କ ଟିମ କୁ ଧନ୍ୟବାଦ । ଏହାସହ ସେ କହିଛନ୍ତି ଯେ, ଏହି ଘଟଣା ପଛରେ ରାଜନୈତିକ ଦଳ କଂଗ୍ରେସର ହାତ ଥିଲା । ମୋତେ ଜୀବନରୁ ମାରି ଦେବାକୁ ବାରମ୍ବାର ଚେଷ୍ଟା କରାଯିବା ସହ ଧମକ ମଧ୍ୟ ମିଳୁଥିଲା ।

କିନ୍ତୁ ଏଥିରେ ମୁଁ ଚୁପ ନବସି, ନ୍ୟାୟ ପାଇବାକୁ ଦିର୍ଘ 22 ବର୍ଷ ଧରି ସଂଘର୍ଷ ଜାରି ରଖିଥିଲି । ତେଣୁ ଏମିତି ଦୁଷ୍କର୍ମର ଶିକାର ହେଉଥିବା ମହିଳା ମାନଙ୍କୁ ଏହି ଘଟଣାରେ ଭାଙ୍ଗି ନପଡି ନ୍ୟାୟିକ ଲଢେଇ ଜାରି ରଖିବା ଉଚିତ ।



ପ୍ରତିଶୋଧ ନେବା ପାଇଁ ଏପରି କରୁଥିଲେ

ଯେଉଁମାନଙ୍କ ନାଁରେ କେସ ଫାଇଲ କରିଥିଲି ସେମାନେ ରିଭେଜ ନେବା ପାଇଁ ଏପରି କରୁଥିଲେ। ଜେବି ପଟ୍ଟନାୟକ ଇନ୍ଦ୍ରଜିତ ରାୟ ନାଁ ନେଇ କହିଥିଲେ । ଜେବି ପଟ୍ଟନାୟକ ବଞ୍ଚିଥିବା ବେଳେ କେସ ଆସିବାର ଥିଲା। ତେଣୁ ସେମାନଙ୍କ ଯୋଗୁଁ ଏଭଳି ହଇରାଣ କରାଯାଉଥିଲା।

ସିବିଆଇ ଭଳି ସଂସ୍ଥା ଚୁପ ବସିଗଲା

କେସ ସିବିଆଇ ନେଇଥିଲା।ତଦନ୍ତ କରି ଚାର୍ଜସିଟ ଦେଇଥିଲା। ହେଲେ ଅଭିଯୁକ୍ତଙ୍କୁ ଛଡା ଅନ୍ୟମାନଙ୍କୁ ଛାଡିଦେଇଥିଲା। ଯେଉଁମାନଙ୍କୁ କନସ୍ପେରନସି ଥିଲା ସେମାନଙ୍କୁ ଏହା ଭିତରକୁ ଟଣାଯାଇ ନଥିଲା। ରାଜନୈତିକ ଲୋକଙ୍କୁ ଏଥିରେ ସମ୍ପୃକ୍ତି ଥିବା ଦର୍ଶାଯାଇନଥିଲା।ଏହା ପଛର କନସ୍ପେରନସି ଆଙ୍ଗୈଲ ସିବିଆଇ ଖୁଲାସା କରିବା ଦରକାର।

ବିବନ ବିଶ୍ବାଳ ବିଷୟରେ

ଗଣଦୁଷ୍କର୍ମ ସମୟକେ ବିବନ ଧମକ ଦେଇ କହିଥିଲା।କାହିଁକି ଜେବି ପଟ୍ଟନାୟକ ବିରୋଧରେ କାହିକି ଲାଗୁଛୁ। ତେବେ ଅଭିଯୁକ୍ତ ଗିରଫ ହୋଇଛି ।ଏଥିପାଇଁ ଶରଙ୍ଗି ମହୋଦୟଙ୍କୁ ଧନ୍ୟବାଦ ଦେବି।କିଏ କହୁଥିଲା ବିବନ ମରିଯାଇଥିଲାକିଏ କହିଥିଲା ସିଏ ବାହାରକୁ ଦେଶ ପଠାଇଦିଆଯାଇଥିଲାମୋର ଆଶା କମ ଥିଲା ସେ ଧରାପଡିବ ବୋଲି।

ତଦନ୍ତ ପ୍ରକ୍ରିୟା ନେଇ ପ୍ରଶ୍ନ କଲେ

ଇନଡାଇରେକ୍ଟଲି ମୁହଁ ବନ୍ଦ ପାଇଁ ଧମକ ଦିଆଯାଉଥିଲା।୩ଜଣ ହେଉଛନ୍ତି ଗଣଦୁଷ୍କର୍ମର ଅଭିଯୁକ୍ତ ।ବହୁତ ବେଶି ଟାଇମ ଲାଗିଗଲା ।ଆଗରୁ ବି ଘଟଣା ସାମ୍ନାକୁ ଆସିପାରିଥାନ୍ତା।ଅଭିଯୁକ୍ତକୁ ଫାଶି ନଚେତ ଆଜିବନ ଦଣ୍ଡ ହେଉ।ଡରିନଥିଲିଡରିଥିଲେ ମୁ ଅସୁସ୍ଥ ହୋଇଯାଇଥାନ୍ତି।କିନ୍ତୁ ଭୟ ଲାଗୁଥିଲା ।କାରଣ ମତୈ ମାରିଦେବାର ଉର୍ଦ୍ଦେଶ୍ୟ ଥିଲା। ମୁଁ କେବେ ଡରି ନଥିଲି ସଂଗ୍ରାମ କରିଥିଲି। ଶେଷଥର ବର୍ଷେ ତଳେ ଧମକ ଦିଆଯାଇଥିଲା।

ଏହା ପଛରେ ଲେଡି ଶୁଶ୍ରୀ କାନୁନଗୋ ମହାନ୍ତି

ସିଏ ଜଣେ କଗ୍ରେସ ନେତ୍ରୀ ।ତାଙ୍କ ସ୍ବାମି ଆର୍ମିରେ ଥିଲେ। ତାଙ୍କ ସ୍ବାମି ଜରିଆରେ ଏପରି ପଥରମାଡ କରୁଥିଲେ। କବାଟ ଭାଙ୍ଗିବା ପାଇଁ ଉଦ୍ୟମ କରୁଥିଲେ। ସେ ରହୁଥିବା ଆପାର୍ଟମେଣ୍ଟରେ ସେହି ଲେଡି ଙ୍କର ଆପାର୍ଟମେଣ୍ଟ ରହିଛି। ଇନ୍ଦ୍ରଜିତ ରାୟ ପାଇଁ ରାଗତାଙ୍କ ନାରେ କେସ ଫାଇଲ କରିବା ଥିଲା ମୋ ଉପରେ ରାଗ।ରେପ ଆଟେମ୍ପ୍ଟ କେସ କରିବା ହିଁ ମୋ ତେ ଟାର୍ଗେଟ କରାଯାଉଥିଲା।ନାୟିକ ପ୍ରକ୍ରିୟା ଏତେ ସହଜ ନୁହେଁ ଲମ୍ବା ପ୍ରକ୍ରିୟା।ପୋଲିସ ତଦନ୍ତ କରିବ,ଚାର୍ଜସିଟ କରିବ କୋର୍ଟକୁ ଯିବ ପରେ ରାୟ ଆସିବା।ଏଭଳି ସ୍ଥିତି ଦେଖିଲେ କେହି ବି ଭାଙ୍ଗିପଡିବେ। ଆମ ସମାଜରେ ନାୟିକ ବ୍ୟବସ୍ଥା ବହୁତ ଲମ୍ବା।ଏଭଳି ସ୍ଥିତିରେ କେହି ଭାଙ୍ଗିପଡିବେନି କି ଡରିବେନି କି ହାର ମାନିବେନି । ଧର୍ଯ୍ୟର ସହ ସାମ୍ନା କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବି । ତାଙ୍କ ପୋଲିସ ଏତେ ବଡ ସଫଳତା କଲେ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2019 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2019 Ushodaya Enterprises Pvt. Ltd., All Rights Reserved.