ରକ୍ତାଭାବ ଦୂର ପାଇଁ ବିଜୁ ଛାତ୍ର ଜନତା ଦଳର ପ୍ରୟାସ
ରକ୍ତାଭାବ

ମହାମାରୀ ସମୟରେ ରକ୍ତାଭାବ ସଙ୍କଟ ଦୂର କରିବା ପାଇଁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ । ମୋଟ 100 ୟୁନିଟ୍ ରକ୍ତ ସଂଗ୍ରହ । ଅଧିକ ପଢନ୍ତୁ...

ଭୁବନେଶ୍ବର: କରୋନା ମହାମାରୀ ସମୟରେ ରକ୍ତାଭାବ ସଙ୍କଟ ଦୂର କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ବିଜୁ ଛାତ୍ର ଜନତା ଦଳ । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ମଙ୍ଗଳବାର ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରକ୍ତ ଦାନ ଶିବିର ଆୟୋଜନ କରାଯାଇଛି । ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ୧୦୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି ।

ବିଜୁ ଛାତ୍ର ଜନତା ଦଳର ରାଜ୍ୟ ବରିଷ୍ଠ ଉପସଭାପତି ସ୍ଵାଗତିକା ମହାନ୍ତିଙ୍କ ନେତୃତ୍ବରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରକ୍ତ ସଂଗ୍ରହ ଅଭିଯାନକୁ ଏକ ଆନ୍ଦୋଳନରେ ପରିଣତ କରିବା ସହ ସଶକ୍ତ ଓଡିଶା ଗଠନ ନିମନ୍ତେ ବିଜୁ ଛାତ୍ର ଜନତା ଦଳ ତରଫରୁ ସାମାଜିକ କାର୍ଯ୍ୟକ୍ରମକୁ ଗୁରୁତ୍ବ ଦିଆଯିବ ବୋଲି ସ୍ୱାଗତିକା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡିଶା ମୋ ପରିବାର’ର ଅଧ୍ୟକ୍ଷ ଅରୁପ ପଟ୍ଟନାୟକ, ବିଧାୟକ ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, ଅନନ୍ତ ନାରାୟଣ ଜେନା, ପ୍ରୀତିରଞ୍ଜନ ଘଡେଇ, ସୁଶାନ୍ତ ରାଉତ ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

ଏଥିସହ ବିଭିନ୍ନ ନିଗମର ଅଧ୍ୟକ୍ଷ, ବିଭାଗର ଉପଦେଷ୍ଟା ଚିନ୍ମୟ ସାହୁ, ପ୍ରିୟଦର୍ଶୀ ମିଶ୍ର, ଶ୍ରୀମୟୀ ମିଶ୍ର, ସୁଲତା ଦେଓ, ସୁଲୋଚନା ଦାଶ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେହିପରି ଦଳର ଯୁବ ନେତା ଓ ନେତ୍ରୀ ପ୍ରଭାତ ଆଦିତ୍ୟ ମିଶ୍ର, କୁନବିହାରୀ ଦାସ, ଦୁର୍ଗା ସାମନ୍ତରାୟ, ମୀରା ପରିଡ଼ା, ପ୍ରକାଶ ଡାଙ୍ଗ, ତନ୍ମୟ ସ୍ବାଇଁ, ମନ୍ଦାକିନୀ କର, ହରିଶଙ୍କର ରାଉତ, ନବକିଶୋର ବେହେରା, ରୁଦ୍ର ସାମନ୍ତରାୟ, ଯୁବ ବିଜେଡି ମହାସଚିବ ଏଲିନା ଦାଶ, ତି ମାର୍ଥା, ଜ୍ୟୋସ୍ନା ପରିଡା, ତାରିଣୀ ପ୍ରସାଦ ନାୟକ, ମଧୁସ୍ମିତା ନାୟକ, ଅବିନାଶ ପ୍ରଧାନ, ଅଂଶୁମାନ ରଶ୍ମିସାଗର ସେଠୀ, ସୋନାଲୀ ପ୍ରିୟଦର୍ଶିନୀ, ଅପର୍ଣ୍ଣା ଦାସ, ଜଗମୋହନ ବଳିଆରସିଂହ, ରାଜଲକ୍ଷ୍ମୀ ବେହେରା, ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ରାଜେଶରାଜ ସ୍ବାଇଁ, ଇସିତା ସାହୁ, ଅଜିତ ବେହେରା, ଅପୂର୍ବା ଅପରୂପା, ଭବାନୀ ଶଙ୍କର ଦାସ, ଦେବସ୍ମିତା ଦାସ, ପ୍ରୀତି ପ୍ରିୟଙ୍କା, ସୁଜିତ ପାଲଟାସିଂହ, ଶକ୍ତି ରଥ, ସଙ୍କେତ ରାୟ, ରଶ୍ମୀ ପରିଡା, ସାଗର ବଳବନ୍ତରାୟ, ତବରେଜ୍ ଖାନ୍, ଲକ୍ଷ୍ମୀପ୍ରିୟା ଦୀକ୍ଷିତ, ସୋନାଲୀ ସାହୁ, ପୂର୍ଣ୍ଣିମା ବେହେରା, ସମିତ ଲେଙ୍କା, ପ୍ରସନ୍ନ ପାଣି, ସଙ୍ଗୀତା ଦାଶଙ୍କ ସହ ଅନ୍ୟାନ୍ୟ ଯୁବଛାତ୍ର ନେତୃବୃନ୍ଦ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଛାତ୍ର ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ଅରୁପ ଶ୍ରୀଚନ୍ଦନ, ରାଜ୍ୟ ସମ୍ପାଦକ ରଶ୍ମୀରଞ୍ଜନ ପରିଡା, ସୁଚିସ୍ମିତା ବେହେରା, ଚିନ୍ମୟୀ ଜେନା, ସିମୁସିଂ ରାଜପୁତ, ଅନନ୍ତ ନାରାୟଣ ଜେନା, ପବନ ସ୍ୱାଇଁ, ଅନମୋଲ କୁମାର, ଶାଶ୍ଵତୀ ମିଶ୍ର, ଶିବାଜ୍ୟୋତି ପୂଣ୍ୟମୟୀ, ଜ୍ଞାନରଞ୍ଜନ ମହାପାତ୍ର, ବିଜୟଲକ୍ଷ୍ମୀ, ରଶ୍ମିତା ବେହେରା, ଶିଲା ସୋରେନ, ବିଶ୍ଵକଲ୍ୟାଣ ଦାସ ପ୍ରମୁଖ ପରିଚାଳନା କରିଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2019 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2019 Ushodaya Enterprises Pvt. Ltd., All Rights Reserved.