ମାନସିକ ଭାରସାମ୍ୟ ହରାଇଛନ୍ତି ଲେଖାଶ୍ରୀ: ଇପ୍ସିତା
ମାନସିକ

ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ 4 ସପ୍ତାହ ସମୟ ଦେଇଛନ୍ତି । ଯାହାକୁ ନେଇ ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତିକ୍ରିୟା ଉପରେ କଡା ସମାଲୋଚନା କରିଛନ୍ତି ବିଜେଡି ପେନାଲିଷ୍ଟ ଇପ୍ସିତା ସାହୁ । ଅଧିକ ପଢନ୍ତୁ...

ଭୁବନେଶ୍ବର: ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ 4 ସପ୍ତାହ ସମୟ ଦେଇଛନ୍ତି । ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମାମଲା ପାଇଁ ଓକିଲ ଇସି ଅଗ୍ରଓ୍ବାଲଙ୍କୁ ନିଯୁକ୍ତ କରାଯାଇଛି । ତେବେ କାହିଁକି ଇସି ଅଗ୍ରଓ୍ବାଲଙ୍କ ପରି ଦାମୀ ଓକିଲଙ୍କୁ ନିଯୁକ୍ତ କରାଗଲା ବୋଲି ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ଦେଇଥିବା ମନ୍ତବ୍ୟକୁ କଟାକ୍ଷ କରିଛନ୍ତି ବିଜେଡି ପେନାଲିଷ୍ଟ ଇପ୍ସିତା ସାହୁ । ଲେଖାଶ୍ରୀ ନିଜ ମାନସିକ ଭାରସାମ୍ୟ ହରାଇଥିବା ଭଳି ଲକ୍ଷ୍ୟ କରାଯାଉଛି । ବିଜୁ ଜନତା ଦଳ ବାରମ୍ବାର କହୁଛି ଯେ, ଯଦି ତାଙ୍କ ପାଖରେ କିଛି ତଥ୍ୟ ପ୍ରମାଣ ରହିଛି ତେବେ ସେ ତାକୁ ଅଦାଲତରେ ଦାଖଲ କରନ୍ତୁ । ହେଲେ ସେ କୌଣସି ପ୍ରମାଣ ଦାଖଲ କରିପାରୁ ନାହାଁନ୍ତି ବୋଲି କହିଛନ୍ତି ଇପ୍ସିତା ସାହୁ ।

ଆହୁରି ମଧ୍ୟ ରାଜ୍ୟ ସରକାର କେଉଁ ଆଇନଜୀବୀଙ୍କୁ ନିୟୋଜିତ କରିବେ ତାହା ଲେଖାଶ୍ରୀଙ୍କୁ ପଚାରି କରିଥାଆନ୍ତେ । ଏହି ମାମଲାର ତଦନ୍ତ କିଭଳି ହେବ ତାହା ସ୍ଥିର କରିବାକୁ ଲେଖାଶ୍ରୀ ଚାହୁଁଥିଲେ । ଏହାଦ୍ବାରା ସେ ତଦନ୍ତକୁ ଦିଗହରା ଓ ବାଟବଣା କରିବାକୁ ଚାହୁଁଛନ୍ତି । ଏଭଳି କାର୍ଯ୍ୟପାଇଁ ସେ ଲଜ୍ଜିତ ହେବା ସହିତ ଓଡିଶାବାସୀଙ୍କ ନିକଟରୁ ଏଥିପାଇଁ କ୍ଷମା ମାଗିନେବା ଉଚିତ୍ ବୋଲି ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ସମାଲୋଚନା କରିଛନ୍ତି ବିଜେଡି ପେନାଲିଷ୍ଟ ଇପ୍ସିତା ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.