ଲଦାଖରେ ଓଡିଆ ଯବାନ ଶହୀଦ ଘଟଣାରେ ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ
Breaking

ଲଦାଖ ସୀମାରେ ସହିଦ ହୋଇଥିବା ଓଡିଆ ଯବାନ ଲାନ୍ସ ନାଏକ ଶଶାଙ୍କ ଶେଖର ସାମଲ ଶହୀଦ ଘଟଣାରେ ଟ୍ବିଟ କରି ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ବର: ଲଦାଖରେ ଓଡିଆ ଯବାନ ଶହୀଦ ଘଟଣାରେ ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶନିବାର ଲଦାଖ ସୀମାରେ ଶହୀଦ ହୋଇଥିଲେ ଓଡିଆ ଯବାନ ଶଶାଙ୍କ ଶେଖର । ରବିବାର ଭୁବନେଶ୍ବରରେ ତାଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା ।

ଲଦାଖରେ ଓଡିଆ ଯବାନ ଶହୀଦ ଘଟଣାରେ ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ
ଲଦାଖରେ ଓଡିଆ ଯବାନ ଶହୀଦ ଘଟଣାରେ ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ତେବେ ଏନେଇ ମୁଖ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି ' ଲଦାଖରେ ଓଡ଼ିଆ ଯବାନ ଶଶାଙ୍କ ଶେଖର ସାମଲ ଶହୀଦ ହୋଇଥିବା ବିଷୟରେ ଜାଣି ଦୁଃଖିତ। ବୀର ଯବାନଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି '।

ଶଶାଙ୍କ ଶେଖର ଲଦାଖ ସୀମାରେ ଥିବାବେଳେ ଦୁର୍ଘଟଣାରେ ଶହୀଦ ହୋଇଥିବା ଜଣାପଡିଛି । ଏନେଇ ସେନା ପକ୍ଷରୁ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । କ୍ଷେତ୍ରପାଳ ଗ୍ରାମର ଅବସରପ୍ରାପ୍ତ ଲାନ୍ସ ନାୟକ ସ୍ବର୍ଗତ ଯଦୁନାଥ ସାମଲଙ୍କ ସାନ ପୁଅ ହେଉଛନ୍ତି ଶଶାଙ୍କ । ଘରେ ତାଙ୍କର ମାଆ, ବଡଭାଇ, ସ୍ତ୍ରୀ ସହ ଦେଢ଼ ବର୍ଷର ପୁଅ ଅଛନ୍ତି । ତାଙ୍କ ଦେହାନ୍ତରେ ସମଗ୍ର ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.