ମଣ୍ଡିରେ ସିସିଟିଭି ଲଗାନ୍ତୁ ସରକାର: ନରସିଂହ ମିଶ୍ର
ନରସିଂହ

ମଣ୍ଡିରେ ସରକାର ସିସିଟିଭି ଲଗାଇବାକୁ ଦାବି କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଅଧିକ ପଢନ୍ତୁ...

ଭୁବନେଶ୍ବର: ମଣ୍ଡିରେ ସିସିଟିଭି ଲଗାନ୍ତୁ ସରକାର । ସବୁଆଡେ କଟନି ଛଟନି ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ସିସିଟିଭି ଲଗାଯାଉ ବୋଲି ଆଜି ମଣ୍ଡି ସମସ୍ୟାକୁ ନେଇ ଆଲୋଚନା ସମୟରେ କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ଏହା ସହ ଏଫସିଆଇର ପ୍ରାଥମିକ ଦାୟିତ୍ଵ ରହିଛି ଧାନ କିଣିବା । ଏହା କେନ୍ଦ୍ର ସରକାର ଅଧିନରେ ଆସୁଛି । ଏହା ତାଙ୍କର ଦାୟିତ୍ଵ । ଓଡିଶା ସରକାର ଧାନ କିଣିବା ଓ ଚାଉଳ ବିକିବା ପାଇଁ କାହିଁକି ଆଣିଲେ । ଓଡିଶା ସରକାର ଲୋଭି, ମିଲ ମାଲିକ ଜରିଆରେ ଦୁର୍ନୀତି କରୁଛନ୍ତି ବୋଲି ସେ କହିଛନ୍ତି ।

ସେହିପରି ଯେଉଁ ଚାଷୀ ମାନେ ରେଜିଷ୍ଟ୍ରେସନ କରିଛନ୍ତି । ତାଙ୍କ ଧାନ କିଣିବା ନେଇ ରାଜି ହୁଅନ୍ତୁ । ସବୁଆଡେ କଟନି ଛଟନି ପାଇଁ ସିସିଟିଭି ଲଗାନ୍ତୁ । ହାଇକୋର୍ଟ ନିର୍ଦ୍ଦେଶ ଅନୁଯାୟୀ ମିଲର ମାଲିକ ମାନେ ଧାନ କିଣା ବେଳେ ଉପସ୍ଥିତ ନରହିବା ପାଇଁ ବ୍ୟବସ୍ଥା କରନ୍ତୁ । ସେମାନଙ୍କ ନାମରେ କ୍ରିମିନାଲ୍ କେସ ଦାୟର କରନ୍ତୁ ବୋଲି ନରସିଂହ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.