ହୀନ ରାଜନୀତି କରୁଛି ବିଜେଡି: କଂଗ୍ରେସ
Breaking

ପିପିଲି ବିଧାନସଭା ଉପନିର୍ବାଚନ ପୂର୍ବରୁ ମଙ୍ଗଳବାର ରାଜ୍ୟ ସରକାର ଆମ ଗାଁ ଆମ ବିକାଶ ନାମରେ କରାଯାଉଛି । ପିପିଲିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ବିରୋଧ କରି ସାମ୍ବାଦିକ ସମ୍ମିଳନୀ କରିଛି କଂଗ୍ରେସ। ଅଧିକ ପଢନ୍ତୁ...

ଭୁବନେଶ୍ବର: ପିପିଲି ବିଧାନସଭା ଉପନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଯାଇଛି ରାଜନୀତି । ପିପିଲିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ବିରୋଧ କରି ସାମ୍ବାଦିକ ସମ୍ମିଳନୀ କରିଛି କଂଗ୍ରେସ। ଶାସକ ବିଜୁ ଜନତା ଦଳ ଉପରେ ବର୍ଷିଛନ୍ତି କଂଗ୍ରେସ ମୁଖପାତ୍ର ।

ହିନ ରାଜନୀତି କରୁଛି ବିଜେଡି:କଂଗ୍ରେସ

ପିପିଲି ବିଧାନସଭା ଉପନିର୍ବାଚନ ପୂର୍ବରୁ ମଙ୍ଗଳବାର ରାଜ୍ୟ ସରକାର ଆମ ଗାଁ ଆମ ବିକାଶ ନାମରେ ପିପିଲି ବ୍ଲକ ଓ ପିପିଲି ପୌରାଞ୍ଚଳ ଏବଂ ଡେଲାଙ୍ଗ ବ୍ଲକ ପାଇଁ ପୃଥକ ଭାବେ ଦୁଇଟି ସାଧାରଣ ସଭା ଆୟୋଜନ କରିଥିଲା । ଏହି କାର୍ଯ୍ୟକ୍ରମରେ ହଜାର ହଜାର ଲୋକଙ୍କୁ ଏକତ୍ରିତ କରି ନିର୍ବାଚନମଣ୍ଡଳୀର ବିଭିନ୍ନ ପ୍ରକଳ୍ପ ପାଇଁ ବ୍ୟୟ ମଞ୍ଜୁରୀ କରିଛନ୍ତି । ଏହି ବୈଠକରେ ଭିଡିଓ କନଫରେନ୍ସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବା ସ୍ପଷ୍ଟ ପ୍ରମାଣିତ କରୁଛି । ସମଗ୍ର ରାଜ୍ୟରେ ମିତବ୍ୟୟିତା ଲାଗୁ ହୋଇଥିବା ବେଳେ ଗୋଟିଏ ବୈଠକରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ଏବଂ ହଜାର ହଜାର ଲୋକଙ୍କୁ ଏକତ୍ରିତ କରିବା ଏକ ହୀନ ରାଜନୈତିକ ପ୍ରୟାସ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ।ଏହା କେବଳ ଧୂଆଁବାଣ ଆମ ଗାଁ ଆମ ବିକାଶର ଦ୍ୱାହି ଦେଇ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି ବିଜୁ ଜନତା ଦଳ।

ପୂର୍ବରୁ ଯେଉଁ ସ୍ଥାନରେ ଉପନିର୍ବାଚନ ହୋଇଥିଲା ବିଜେପୁର, ବାଲେଶ୍ୱର, ତିର୍ତ୍ତୋଲର ବିକାଶ ମୋ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ହେଲେ ସେଠାରେ କଣ ବିକାଶ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ନିଶିକାନ୍ତ । ଅନୁରୂପ ଭାବେ ପିପିଲିରେ ମୁଖ୍ୟମନ୍ତ୍ରୀ ଏକ ନୂଆ ସ୍ଲୋଗାନ ପ୍ରଗତି ପଥେ ପିପିଲି ଦେଇଛନ୍ତି । ତାର ଅର୍ଥ ୨୧ ବର୍ଷ ଶାସନରେ ପିପିଲିରେ ବିଜେଡି କୌଣସି ବିକାଶ କାର୍ଯ୍ୟ କରିନାହିଁ। କଂଗ୍ରେସ କୌଣସି ବିକାଶକୁ ବିରୋଧ କରୁନି ବିକାଶ ନାଁରେ ଭଣ୍ଡାମିକୁ ବିରୋଧ କରୁଛୁ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.