କୋରୋନା ଡର; କଡାକଡି ହେଲା ଗାଇଡ଼ଲାଇନ
Breaking

କୋରୋନାର ନୂଆ ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ ଗାଇଡ଼ଲାଇନ କଡାକଡି କରାଯାଇଛି । ଅଧିକ ପଢନ୍ତୁ...

ଭୁବନେଶ୍ବର: କେରୋନାର ନୂଆ ଷ୍ଟେନକୁ ନେଇ ବଢିଛି ଚିନ୍ତା । ପଡୋଶୀ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ ଗାଇଡ଼ଲାଇନ କଡାକଡି କରାଯାଇଛି । ସ୍ମାର୍ଟ ସିଟିରେ କଡାକଡି ହୋଇଛି କୋଭିଡ ଏନଫୋର୍ସମେଣ୍ଟ ।

କଡାକଡି ହେଲା ଗାଇଡ଼ଲାଇନ

କୋରୋନା ନିୟମ କଡାକଡି ପାଳନ କରିବାକୁ ବିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ସୋମବାରଠାରୁ ସ୍ମାର୍ଟ ସିଟିରେ କଡାକଡି ଯାଞ୍ଚ କରାଯାଇଛି । ବିଏମସି ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥଙ୍କ ନେତୃତ୍ବରେ ଏକ ଟିମ ଗଠନ କରାଯାଇ ରାଜମହଲ ଛକଠାରୁ ସହୀଦ ନଗରର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଓ ଛୋଟ ବଡ ଦୋକାନରେ ଅଚାନକ ଚଢାଉ କରାଯାଇଥିଲା । କୋଭିଡ ନିୟମ ପାଳନ କରାଯାଉଛି କି ନାହିଁ ତାର ତଦାରଖ କରାଯାଇଛି ।

ଏହି ଯାଞ୍ଚ ସମୟରେ ଏନେକ କୋଭିଡ ନିୟମକୁ ଖୋଲାଖୋଲି ଭାବରେ ଉଲଘଂନ କରୁଥିବାର ଦେଖିବାକୁ ମିଳିଥିଲା । ଦୋକାନଗୁଡିକର କର୍ମଚାରୀ ମାସ୍କ ପିନ୍ଧିନଥିବା ସହିତ ସାମାଜିତ ଦୂରତା ରକ୍ଷା କରୁନଥିବା ନଜର ଆସିଥିଲା । ବିଏମସି ପକ୍ଷରୁ ପ୍ରାୟ 5ହଜାରରୁ ଉର୍ଦ୍ଧ୍ବ ଫାଇନ ଆଦାୟ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.