ରାଜ୍ୟକୁ ଘାରିଲା କୋରୋନା ଭୟ; ସଂକ୍ରମଣ ବଢିଲେ ପୁଣି ଖୋଲିବ କୋଭିଡ ହସ୍ପିଟାଲ
Breaking

ରାଜ୍ୟକୁ ପୁଣି ଘାରିଲା କୋରୋନା ଭୟ, ସଂକ୍ରମଣ ବଢିଲେ ଖୋଲିପାରେ କୋଭିଡ ହସ୍ପିଟାଲ। ଏନେଇ ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ଅଧିକ ପଢନ୍ତୁ...

ଭୁବନେଶ୍ବର: ଦେଶରେ ହୁ ହୁ ହୋଇ ବୃଦ୍ଧି ପାଉଥିବା କୋରୋନା ସଂକ୍ରମଣ ହଠାତ୍ କମିବା ପରେ ସାଧାରଣ ଲୋକଙ୍କ ମନରେ କୋରୋନାକୁ ନେଇ ଭୟ କମିଯାଇଥିଲା । ମାତ୍ର କୋରୋନାର ନୂଆ ଷ୍ଟ୍ରେନ ଏବଂ ପଡୋଶୀ ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦେଖି ରାଜ୍ୟ ମଧ୍ୟ ସଜାଗ ହୋଇରହିଛି । ସଂକ୍ରମଣ ବଢିଲେ, ପୁଣି କୋଭିଡ ହସ୍ପିଟାଲ ଖୋଲିବ ବୋଲି ସୂଚନା ମିଳିଛି ।

ରାଜ୍ୟକୁ ପୁଣି ଘାରିଲା କୋରୋନା ଭୟ, ସଂକ୍ରମଣ ବଢିଲେ ଖୋଲିପାରେ କୋଭିଡ ହସ୍ପିଟାଲ। ଏନେଇ ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

ମହାରାଷ୍ଟ୍ର ଷ୍ଟ୍ରେନ କହିପାରିବା ନାହିଁ। ଯେହେତୁ ଜୀବନଜୀବିକା ପାଇଁ ଯାତାୟତ ଚାଲିଛି, ତେଣୁ ଲୋକ ଯିବାଆସିବା କରୁଛନ୍ତି। ଭଦ୍ରକରୁ ଜଣେ ମହାରାଷ୍ଟ୍ରରୁ ଫେରିଛନ୍ତି। ପରୀକ୍ଷା ହେବା ପରେ ଜଣାପଡ଼ିବ ଯେ, ମହାରାଷ୍ଟ୍ର ଷ୍ଟ୍ରେନ ନା ନୁହେଁ।

ସଂକ୍ରମଣ ଆସିବାର ସମ୍ଭାବନା ଅଛି। ହେଲେ ନିୟମାବଳୀ ମାନି ଚାଲିଲେ, ବ୍ୟାପିବ ନାହିଁ। ଟେଷ୍ଟ ବଢାଯିବ। ସତର୍କ ବଢ଼ାଇବାକୁ ନିର୍ଦ୍ଦେଶ ରହିଛି। ଯେହେତୁ ପଞ୍ଚଟା ରାଜ୍ୟରେ ବଢିଲାଣି, ଆମକୁ ସତର୍କ ରହିବାକୁ କେନ୍ଦ୍ର ସରକାର କହିଛନ୍ତି।

ଆମେ ଆଶା କରୁଛୁ ମାର୍ଚ୍ଚରୁ 50 ବର୍ଷରୁ ଅଧିକ ଲୋକଙ୍କୁ ଟିକା ଦେବୁ। ଆମେ ପଞ୍ଜିକରଣ ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛୁ। ଏବେ କୋଭିଡ ହସ୍ପିଟାଲ ବନ୍ଦ ଅଛି। ସଂକ୍ରମଣ ବଢିଲେ, ପୁଣି ଖୋଲିବ କୋଭିଡ ହସ୍ପିଟାଲ। ଆମ ପାଖରେ ସବୁ ଭିତ୍ତିଭୂମି ମହଜୁଦ ଅଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଂଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.