ସ୍କୁଲରେ କୋଭିଡ ନିୟମ କଡାକଡି ପାଳନ କରିବାକୁ ଜାରି ହେଲା ନୋଟିସ । ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ସଚିବ । ଅଧିକ ପଢନ୍ତୁ...
ଭୁବନେଶ୍ବର: ସ୍କୁଲରେ କୋଭିଡ ନିୟମ କଡାକଡି ପାଳନ କରିବାକୁ ଜାରି ହେଲା ନୋଟିସ । ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ସଚିବ । ମାସ୍କ ପିନ୍ଧିଵା ବାଧ୍ୟତା ମୂଳକ କରାଯାଇଛି । ନିୟମରେ ଖିଲାପ ହେଲା ସ୍କୁଲ ଅଧିକାରୀଙ୍କ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ ।

ପ୍ରଶାସନିକ ନିୟନ୍ତ୍ରଣରେ ଥିବା ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ପରିମଳ ବ୍ୟବସ୍ଥା ବଜାୟ ରଖିବା ପାଇଁ କୋଭିଡ-19 ସୁରକ୍ଷା ନିର୍ଦ୍ଦେଶାବଳୀ ବା ପ୍ରୋଟୋକଲ୍ କାର୍ଯ୍ୟକାରୀ କରିବା ପାଇଁ ଉପଯୁକ୍ତ ନିର୍ଦ୍ଦେଶ ଦିଆଯାଇଛି।
ଶିକ୍ଷକ ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷ ନିଶ୍ଚିତ କରିବେ ଯେ କୋଭିଡ-19 ସୁରକ୍ଷା ପ୍ରୋଟୋକଲ୍ ଯେପରିକି ମାସ୍କ ପିନ୍ଧିବା, ଶାରୀରିକ ଦୂରତା ବଜାୟ ରଖିବା, ଥର୍ମାଲ୍ ସ୍କାନିଂ ଏବଂ ହାତ ଧୋଇବା ଆଦି କଡାକଡି ଭାବରେ ପାଳନ କରାଯିବ। କୋଭିଡ-19 ଗାଇଡଲାଇନ ବା ପ୍ରୋଟୋକଲ ଉଲ୍ଲଘଂନ କରୁଥିବା ବ୍ୟକ୍ତିମାନେ ଆଇନର ପ୍ରଯୁଜ୍ୟ ନିୟମ ଅନୁଯାୟୀ ଦଣ୍ଡିତ ହୋଇପାରନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ