ହସିବ ସବୁଜ ବନାନୀ, ବଜେଟରେ ଜଙ୍ଗଲ ସୁରକ୍ଷାକୁ ଗୁରୁତ୍ବ
environment

2021-22 ବର୍ଷ ପାଇଁ ବିଧାନସଭାରେ ଉପସ୍ଥାପିତ ହୋଇଛି ରାଜ୍ୟ ଆର୍ଥିକ ବଜେଟ । ଚଳିତ ବଜେଟରେ ଅନ୍ୟାନ କ୍ଷେତ୍ର ଭଲି ଜଙ୍ଗଲ ଓ ପରିବେଶ ସୁରକ୍ଷା ଦିଗରେ ମଧ୍ୟ ଧ୍ୟାନ ଦିଆଯାଇଛି।

ଭୁବନେଶ୍ବର: 2021-22 ବର୍ଷ ପାଇଁ ବିଧାନସଭାରେ ଉପସ୍ଥାପିତ ହୋଇଛି ରାଜ୍ୟ ଆର୍ଥିକ ବଜେଟ । ଚଳିତ ବଜେଟରେ ଅନ୍ୟାନ୍ୟ କ୍ଷେତ୍ର ଭଲି ଜଙ୍ଗଲ ଓ ପରିବେଶ ସୁରକ୍ଷା ଦିଗରେ ମଧ୍ୟ ଧ୍ୟାନ ଦିଆଯାଇଛି । 2021-22 ମସିହାରେ ଜଙ୍ଗଲ କ୍ଷେତ୍ର ପାଇଁ 1 ହଜାର 54 କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।

ଜଙ୍ଗଲ ଓ ପରିବେଶ ସୁରକ୍ଷା ପାଇଁ 2021-22 ବଜେଟରେ କାମ୍ପା ପାଣ୍ଠିରୁ 903 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଅନୁରୂପ ଭାବରେ ଜିକା (JICA) ସହାୟତାରେ ଓଡ଼ିଶା ବନାଞ୍ଚଳ ବିକାଶ ପ୍ରକଳ୍ପ (OFSDP) ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକାରୀତା ପାଇଁ 120 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

ଏହାସହ ଆମ ଜଙ୍ଗଲ ଯୋଜନା ମାଧ୍ୟମରେ ଅଧିକରୁ ଅଧିକ ବନାଞ୍ଚଳକୁ ସଂଯୁକ୍ତ ଜଙ୍ଗଲ ପରିଚାଳନା ପରିସରକୁ ଆଣିବାକୁ 15 କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି ।

ବିଧାନସଭାରେ 2021-22 ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.