
ଭୁବନେଶ୍ବରରେ ବ୍ୟବସାୟ କରୁଥିଲେ ଟ୍ରେଡ଼ ଲାଇସେନ୍ସ କରିବା ବାଧ୍ୟତାମୂଳକ । ଏନେଇ ୫୦ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଯେଉଁମାନେ ବୁଲି ବୁଲି ଟ୍ରେଡ଼ ଲାଇସେନ୍ସ ସର୍ଭେ କରିବେ। ଅଧିକ ପଢନ୍ତୁ...
ଭୁବନେଶ୍ବର: ରାଜଧାନୀରେ ବ୍ୟବସାୟ କରୁଛନ୍ତି କି ତେବେ ଟ୍ରେଡ଼ ଲାଇସେନ୍ସ କରିବା ବାଧ୍ୟତାମୂଳକ। ଭୁବନେଶ୍ବରରେ ବ୍ୟବସାୟିକ ପ୍ରତିଷ୍ଠାନ ଅଛି ଯାହାର ଟ୍ରେଡ଼ ଲାଇସେନ୍ସ ନାହିଁ । ତେଣୁ ସୋମବାର ଭୁବନେଶ୍ବରରେ ବିଏମସି ସହିତ ଚୁକ୍ତିନାମା ସ୍ବାକ୍ଷରିତ କରିଛି ସ୍ପାରୋ ସଫ୍ଟଟେକ ପ୍ରାଇଭେଟ ଲିମିଟେଡ଼।
ଏହି ସଂସ୍ଥା ପକ୍ଷରୁ ପ୍ରାୟ ୫୦ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି ଯେଉଁମାନେ ବୁଲି ବୁଲି ଟ୍ରେଡ଼ ଲାଇସେନ୍ସ ସର୍ଭେ କରିବେ। ଯେଉଁ ବ୍ୟବସାୟିକ ପ୍ରତିଷ୍ଠାନ ଟ୍ରେଡ଼ ଲାଇସେନ୍ସ କରିନାହାଁନ୍ତି ସେମାନଙ୍କ ଚିଠା ପ୍ରସ୍ତୁତ କରିବ ଏହି କମ୍ପାନୀ।
ତେବେ ଆଜିଠାରୁ ଆନୁଷ୍ଠାନିକ ଭାବେ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି। ବିଏମସି କମିଶନର କର୍ମଚାରୀଙ୍କୁ କାର୍ଡ ପ୍ରଦାନ କରିଛନ୍ତି। ବିଏମସି ସୂଚନା ଅନୁସାରେ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଏବେ ପ୍ରାୟ ୧୩ ,୦୦୦ ବ୍ୟବସାୟିକ ପ୍ରତିଷ୍ଠାନର ଟ୍ରେଡ଼ ଲାଇସେନ୍ସ ରହିଛି ସେମାନଙ୍କ ଠାରୁ ରାଜସ୍ବ ଆଦାୟ ହେଉଛି।
ଆକଳନ କରାଯାଉଛି ଭୁବନେଶ୍ବରରେ ପାଖାପାଖି ୫୦,୦୦୦ ପ୍ରତିଷ୍ଠାନର ଟ୍ରେଡ଼ ଲାଇସେନ୍ସ ନାହିଁ। ଯେଉଁଥିପାଇଁ ରାଜସ୍ବ ହରାଉଛି ବିଏମସି। ଏହି ସର୍ଭେ ପରେ ରାଜସ୍ବ ବୃଦ୍ଧି ପାଇବ ବୋଲି ଆଶା ରଖିଛି ବିଏମସି।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ