ମଣ୍ଡି ପ୍ରସଙ୍ଗ: ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ
ମଣ୍ଡି

ବିଧାନସଭାରେ ମଣ୍ଡି ପ୍ରସଙ୍ଗରେ ଆଲୋଚନା ସମୟରେ ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ । ଅଧିକ ପଢନ୍ତୁ...

ଭୁବନେଶ୍ବର: ଆଜି ବିଧାନସଭାରେ ପ୍ରଶ୍ନକାଳ ପରେ ମଣ୍ଡି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଏଥିରେ ସବୁ ଦଳ ଭାଗ ନେଇଥିବାବେଳେ ଶେଷରେ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିଜର ଉତ୍ତର ରଖିଥିଲେ । ତେବେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଉତ୍ତର ରଖୁଥିବା ସମୟରେ ଅସନ୍ତୁଷ୍ଟ ହୋଇ କଂଗ୍ରେସ ଓ ବିଜେପି କକ୍ଷତ୍ୟାଗ କରିଛନ୍ତି । ଚାଷୀଙ୍କ ସମସ୍ତ ଧାନ କିଣିବାକୁ ଦାବି କରିବା ସହ ହୋହଲ୍ଲା କରି କକ୍ଷତ୍ୟାଗ କରିଛନ୍ତି ବିରୋଧୀ ।

ମଣ୍ଡି ପ୍ରସଙ୍ଗ

ଏପଟେ ମନ୍ତ୍ରୀ କହିଛନ୍ତି,‘ବିଧାୟକ ମାନେ ଯାହା କହିଛନ୍ତି ତାକୁ ନୋଟିସ କରାଯାଇଛି । ବିଚାର କରାଯିବ । ଟୋକନ ଲ୍ୟାପ୍ସ ନେଇ ବିଭାଗ ପକ୍ଷରୁ କିଛି ଅସୁବିଧା ହୋଇଥିଲେ ପଦକ୍ଷେପ ନିଆଯିବ । ପ୍ରକୄତ ଚାଷୀଙ୍କ ଧାନ କିଣାଯିବ । ଯେଉଁମାନେ ବେପାରୀଙ୍କ ଧାନ ଆଣି ବିକିବାକୁ ଚାହୁଁଛନ୍ତି ତାକୁ କିଣାଯିବ ନାହିଁ ।’

ସେହିପରି ଧାନ କିଣା ଦୁର୍ନୀତିରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯାଇଛି । ଟୋକନ ପାଇ ମାସେ ଭିତରେ ଧାନ ନ ବିକିଲେ ଡ଼ମି ଚାଷୀ ଭାବେ ଗଣା ହେବେ ବୋଲି ମନ୍ତ୍ରୀ ସିଧା ସଳଖ କହିଛନ୍ତି ।

ଅନ୍ୟପଟେ ବିଜେପିକୁ ଟାର୍ଗେଟ କରିଛନ୍ତି ମନ୍ତ୍ରୀ । ପେଟ୍ରୋଲ ଡିଜେଲ ଦର ବୄଦ୍ଧି ପ୍ରସଙ୍ଗ ସହିତ ନୂଆ କୃଷି ଆଇନ କଥା କହି ବିଜେପିକୁ ଘେରିଛନ୍ତି ମନ୍ତ୍ରୀ । ସେପଟେ 83ଜଣ ସମବାୟ ସମିତି କର୍ମଚାରୀଙ୍କୁ ନିଲମ୍ବନ କରିବା ସହିତ 5ଜଣଙ୍କୁ ବହିଷ୍କାର ଏବଂ 5ଟି ମିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ମନ୍ତ୍ରୀ ଉଲ୍ଲେଖ କରିଛନ୍ତି । କେନ୍ଦୁଝର ଜିଲ୍ଲା ସମବାୟ ସମିତି ସମ୍ପାଦକ ଓ ଏଆରସିଏସକୁ ବହିଷ୍କାର କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ଏହାସହ ଷ୍ଟାଣ୍ଡିଂ କମିଟିର ସୁପାରିସ ଅନୁଯାୟୀ ମଣ୍ଡିରେ ସିସିଟିଭି ଲଗାଇବା ଉପରେ ସରକାର ବିଚାର କରୁଛନ୍ତି ବୋଲି ମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.