ପିପିଲି ପଲିଟିକ୍ସ: ବିଜେଡି ଖେଳିଲା ପ୍ୟାକେଜ କାର୍ଡ, ବିରୋଧୀ କହିଲେ ଲୋକଦେଖାଣିଆ
naveen

ପିପିଲି-ଡେଲାଙ୍ଗ ଅଞ୍ଚଳର ବିକାଶ ଲାଗି ୬୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି ରାଜ୍ୟ ସରକାର । ପିପିଲି ଉପ ନିର୍ବାଚନ ହେବାକୁଥିବାରୁ ସରକାରଙ୍କ ଏହି ଘୋଷଣାରେ ରାଜନୈତିକ ଅଭିସନ୍ଧି ଥିବା ଆଭାସ ପାଇଛନ୍ତି ବିରୋଧୀ । ବିଜେପି କହିଛି, ନିର୍ବାଚନ ଆସୁଛି, ତେଣୁ ଲୋକଙ୍କୁ ଚକମା ଦେଖାଇବା ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି ସରକାର । ଅଧିକ ପଡିଛି...

ପୁରୀ/ଭୁବନେଶ୍ବର: ପିପିଲି-ଡେଲାଙ୍ଗ ଅଞ୍ଚଳର ବିକାଶ ଲାଗି ୬୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି ରାଜ୍ୟ ସରକାର । ପିପିଲି-ଡେଲାଙ୍ଗରେ ଉପ ନିର୍ବାଚନ ହେବାକୁଥିବାରୁ ସରକାରଙ୍କ ଏହି ଘୋଷଣାରେ ରାଜନୈତିକ ଅଭିସନ୍ଧି ଥିବା ଆଭାସ ପାଇଛନ୍ତି ବିରୋଧୀ । ବିଜେପି କହିଛି, ନିର୍ବାଚନ ଆସୁଛି, ତେଣୁ ଲୋକଙ୍କୁ ଚକମା ଦେଖାଇବା ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି ସରକାର । ସେପଟେ କଂଗ୍ରେସ କହିଛି, ଆମ ଗାଁ, ଆମ ବିକାଶ’ର ଦ୍ୱାହି ଦେଇ ରାଜନୀତି କରୁଛି ବିଜେଡି ।

ପିପିଲି ପଲିଟିକ୍ସ ବିଜେଡି ଖେଳିଲା ପ୍ୟାକେଜ କାର୍ଡ,ବିରୋଧୀ କହିଲେ ଲୋକଦେଖାଣିଆ

ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂରେ ପିପିଲି-ଡେଲାଙ୍ଗ ଜନସାଧରଣଙ୍କ ସହ କରିଛନ୍ତି ଆଲୋଚନା । ଏହା ସହ ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀର ବିକାଶ ପାଇଁ ଘୋଷଣା କରିଛନ୍ତି ୬୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ । ଏଥିରେ ରାସ୍ତାଘାଟଠୁ ଆରମ୍ଭ କରି ଜଳସେଚନ, ଷ୍ଟାଡିୟମ, ସେତୁ, ବସଷ୍ଟାଣ୍ଡ ଆଦି ବିଭିନ୍ନ ବିକାଶ କାମ କରାଯିବ । ଗାଁର ବିକାଶ ଉପରେ ଫୋକସ୍ କରିଆସିଥିବା କଥା କହିଛନ୍ତି ନବୀନ । ମହିଳା ଓ ଚାଷୀଙ୍କ କଲ୍ୟାଣ ସାଙ୍ଗକୁ ଗରିବ ଲୋକଙ୍କ ମୁହଁରେ ହସ ହିଁ ତାଙ୍କୁ ସବୁଠାରୁ ଅଧିକ ସନ୍ତୋଷ ଦେଇଥାଏ ବୋଲି କହିଛନ୍ତି ନବୀନ । କରୋନା ଲକଡାଉନ ସମୟରେ ମିଶନଶକ୍ତି ଓ ଚାଷୀଭାଇଙ୍କ କାର୍ଯ୍ୟକ୍ରମକୁ ବେଶ ପ୍ରଶଂସା କରିଛନ୍ତି ସେ । ଆଲୋଚନା ବେଳେ ପୂର୍ବତନ ମନ୍ତ୍ରୀ ତଥା ପିପିଲି-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସ୍ୱର୍ଗତଃ ପ୍ରଦୀପ ମହାରଥୀଙ୍କ ସ୍ମୃତିଚାରଣ କରି ଲୋକଙ୍କ ଇମୋସନକୁ ଛୁଇଁବାକୁ ଚେଷ୍ଟା କରିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦୁଃଖର କଥା, ଆପଣଙ୍କର ପ୍ରିୟ ବିଧାୟକ ପ୍ରଦୀପ ବାବୁ ଆଜି ଆମ ଭିତରେ ନାହାନ୍ତି । ଗତ ୩୦ ବର୍ଷରୁ ଅଧିକ ସମୟ ଧରି ପିପିଲି-ଡେଲାଙ୍ଗର ବିକାଶ ସହ ସେ ଯୋଡି ହୋଇ ରହିଥିଲେ । ଆପଣମାନଙ୍କ ଭଲମନ୍ଦ, ସୁଖଦୁଃଖ ସବୁଥିରେ ସେ ଆପଣମାନଙ୍କ ସାଥିରେ ରହିଥିଲେ । ପିପିଲି-ଡେଲାଙ୍ଗର ବିକାଶ ପାଇଁ ସେ ସାରା ଜୀବନ କାମ କରିଯାଇଛନ୍ତି। ଏହି ଅବସରରେ ପ୍ରଦୀପ ମହାରଥୀଙ୍କ ସ୍ମୃତି ପ୍ରତି ସେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ନବୀନ । ପିପିଲି ଓ ଡେଲାଙ୍ଗ ଦୁଇଟି ସ୍ଥାନରେ ସଭାର ଆୟୋଜନ କରାଯାଇଥିଲା । ପିପିଲିଠାରେ ଆୟୋଜିତ ସଭାର ଦାଇତ୍ୱ ନିମାପଡା ବିଧାୟକ ତଥା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସେହିପରି ଡେଲାଙ୍ଗଠାରେ ଆୟୋଜିତ ସମାବେଶର ମୋର୍ଚ୍ଚା ସମ୍ଭାଳିଥିଲେ କାକଟପୁର ବିଧାୟକ ତଥା କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ।

ପିପିଲିରେ ୧୭୬୧ ଜଣଙ୍କୁ ରାସନ କାର୍ଡ, ୩୦୫୯ ଜଣଙ୍କୁ ଭତ୍ତା ଏବଂ ଭିନ୍ନକ୍ଷମ ମାନଙ୍କୁ ସହାୟତା ପ୍ରଦାନ କରାଯାଇଥିଲା । ସେହିପରି ଡେଲାଙ୍ଗଠାରେ ୩୨୦ ଜଣଙ୍କୁ ରାସନ କାର୍ଡ, ୧୨୩୦ ଜଣଙ୍କୁ ଭତ୍ତା ଏବଂ ୨୦ ଜଣ ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକେଲ ବାଣ୍ଟି ବଣ୍ଟଥିଲେ ସରକାର । କାର୍ଯ୍ୟକ୍ରମର ବିଭିନ୍ନ ସ୍ଥାନରେ ଉପସ୍ଥିତ ଥିଲେ ବିଜେଡିର ହେଭିଓ୍ବେଟ ସାଂସଦ ପିନାକୀ ମିଶ୍ର, ଯାଜପୁର ବିଧାୟକ ତଥା ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା, ପ୍ରତାପ କେଶରୀ ଦେବ, ଉମାକାନ୍ତ ସାମନ୍ତରାୟ । ହାଇଭୋଲ୍ଟେଜ କାର୍ଯ୍ୟକ୍ରମ ପରେ ସରକାର ଓ ବିଜେଡିକୁ ଘେରିଛନ୍ତି ବିରୋଧୀ ବିଜେପି ଓ ବିଜେଡି । ଟାର୍ଗେଟ କରିଛନ୍ତି ବିଜେପିର ସାଧାରଣ ସମ୍ପାଦିକା ତଥା ପିପିଲି-ଡେଲାଙ୍ଗ ଦାୟିତ୍ୱରେ ଥିବା ଲେଖାଶ୍ରୀ ସମାନ୍ତସିଂହାର । ଘୋଷଣା ସର୍ବସ୍ବ ସରକାରଙ୍କ ପ୍ରତି ନା ଆମର ସମ୍ମାନ ରହିଛି ନା ଆମେ ବିବ୍ରତ ଅଛୁ । 22 ବର୍ଷ ଭିତରେ ସରକାର ଏଭଳି ଅନେକ ଘୋଷଣା କଲେଣି । ଯାହାକି କୌଣସି କାର୍ଯ୍ୟକାରୀ ହୋଇନାହିଁ । ଯେଉଁ ଫଳକକୁ ସେଇ ଫଳକ ହୋଇପଡ଼ିରହିଛି । ନିର୍ବାଚନ ଆସୁଛି, ସେଥିପାଇଁ ଲୋକଙ୍କୁ ଗୋଟିଏ ଚକମା ଦେଖାଇବା ପାଇଁ ସରକାର ଏମିତି କରିଛନ୍ତି । ଯଦି ରାଜ୍ୟ ସରକାରଙ୍କ ଆନ୍ତରିକତା ଥାନ୍ତା ତେବେ 22 ବର୍ଷ ଯାଏ ପ୍ୟାକେଜ ଘୋଷଣା ପାଇଁ ଅପେକ୍ଷା କରିନଥାନ୍ତେ । ଆଗରୁ ପ୍ୟାକେଜ ଘୋଷଣା କରିଥିଲେ ଲୋକଙ୍କ କାମରେ ଵି ଲାଗିଥାନ୍ତା । ବିଜେପି ସବୁବେଳେ ଲୋକଙ୍କ ସହ ରହିଛି । ଲୋକଙ୍କ ସମସ୍ୟା ସହ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ହିଁ ଆମର ସବୁଠୁ ବଡ଼ ବିଜ୍ଞାପନ । ମୋଦି ଆମର ସବୁଠୁ ବଡ଼ ଷ୍ଟାର କ୍ୟାମ୍ପେନର । ଆମର କୌଣସି ମିଛି ମିଛିକା ଘୋଷଣା କରିବାର ଆବଶ୍ୟକତା ନାହିଁ କି ଲୋକଙ୍କୁ ଭଣ୍ଡେଇବାର ଆବଶ୍ୟକତା ନାହିଁ । ପିପିଲିବାସୀ ଭଲ ଭାବେ ଜାଣିଛନ୍ତି 22 ବର୍ଷରେ ବିଜେଡ଼ି ସରକାରରେ ତାଙ୍କର କଣ ବିକାଶ ହୋଇଛି କଣ ନ ହୋଇଛି । ଲୋକ ମନ ବଳେଇଲେଣି । ଲୋକେ ପ୍ରଧାନମନ୍ତ୍ରୀଙ୍କ ବିକାଶ ଧାରାରେ ସାମିଲ ହେବାକୁ ଇଚ୍ଛା କଲେଣି । ତା ସହ ବିଜେପିର ସାଙ୍ଗଠନିକ କାମ ଲଗାତାର ଜାରି ରହିଛି । ବୁଥ୍, ୱାର୍ଡ ସ୍ତରରେ, ମଣ୍ଡଳ ସ୍ତରରେ କାର୍ଯ୍ୟକ୍ରମ ଜାରି ରହିଛି । ବିଜେପି 24 ଘଣ୍ଟିଆ ଦଳ । 24*7 ଆମେ କାମ କରୁ । ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମର ଅହରହ ପ୍ରଚେଷ୍ଟା ଜାରି ରହିଛି । ତେଣୁ ଆମେ ସବୁ ବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ।ଉପନିର୍ବାଚନ ପୂର୍ବରୁ ସରକାର ‘ଆମ ଗାଁ, ଆମ ବିକାଶ’ ନାଁରେ ପିପିଲି ବ୍ଲକ ଓ ପିପିଲି ପୌରାଂଚଳ ଏବଂ ଡେଲାଙ୍ଗ ବ୍ଲକରେ ସାଧାରଣ ସଭା କଲେ । 68 କୋଟି ଟଙ୍କାର ପ୍ରକଳ୍ପର ବ୍ୟୟ ମଞ୍ଜୁରୀ କରିବା ଏବଂ ଉକ୍ତ ବୈଠକକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।ନିର୍ବାଚନର ଅବ୍ୟବହିତ ପୂର୍ବରୁ ନିର୍ଦ୍ଧିଷ୍ଟ ଗୋଟିଏ ନିର୍ବାଚନ ମଣ୍ଡଳୀରେ ‘ଆମ ଗାଁ, ଆମ ବିକାଶ’ କାର୍ଯ୍ୟକ୍ରମ କରିବା, ଏହା ବିଜୁ ଜନତା ଦଳର ହୀନ ରାଜନୈତିକ ପ୍ରୟାସ ବୋଲି କଂଗ୍ରେସ କହିଛି । ‘ଆମ ଗାଁ, ଆମ ବିକାଶ’ର ଦ୍ୱାହି ଦେଇ ରାଜକୋଷରୁ ଅର୍ଥ ଖର୍ଚ୍ଚ କରି ଉପନିର୍ବାଚନ ଘୋଷଣା ପୂର୍ବରୁ ବିଜେଡି ନିର୍ବାଚନ ପ୍ରଚାର ଆରମ୍ଭ କରିଛି ବୋଲି ମୁଖପାତ୍ର ନିଶିକାନ୍ତ ମିଶ୍ର ଅଭିଯୋଗ କରିଛନ୍ତି । ବିଗତ ଦିନରେ ଯେଉଁସବୁ ସ୍ଥାନରେ ଉପନିର୍ବାଚନ ହୋଇଥିଲା ବିଜେପୁର, ପାଟକୁରା, ତିର୍ତୋଲ, ବାଲେଶ୍ୱରର ବିକାଶ ମୋ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେଠାରେ କ’ଣ ବିକାଶ ହୋଇଛି ବୋଲି ନିଶିକାନ୍ତ ପ୍ରଶ୍ନ କରିଛନ୍ତି । ଅନୁରୂପ ଭାବେ ପିପିଲିରେ ମୁଖ୍ୟମନ୍ତ୍ରୀ ଏବେ ଏକ ନୂଆ ସ୍ଲୋଗାନ ‘ପ୍ରଗତି ପଥେ ପିପିଲି’ ଦେଇଛନ୍ତି । ତା’ର ଅର୍ଥ ୨୧ ବର୍ଷ ଭିତରେ ବିଜୁ ଜନତା ଦଳ ସରକାର ପିପିଲିରେ କୌଣସି ପ୍ରଗତି କରିନାହିଁ । କଂଗ୍ରେସ ବିକାଶକୁ ବିରୋଧ କରୁନାହିଁ, ବିକାଶ ନାଁରେ ଭଣ୍ଡାମୀକୁ ବିରୋଧ କରୁଛି ବୋଲି ନିଶିକାନ୍ତ କହିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମ କେବଳ ନିର୍ବାଚନୀ ଧୂଆଁବାଣ । ମୁଖ୍ୟମନ୍ତ୍ରୀଙ୍କର ପିପିଲି ପ୍ରତି ତିଳେମାତ୍ର ଆନ୍ତରିକତା ନାହିଁ ବୋଲି ନିଶିକାନ୍ତ ମିଶ୍ର କହିଛନ୍ତି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଭୁବନେଶ୍ବରରୁ ଭବାନୀଶଙ୍କର ଦାସ ଓ ସଞ୍ଜୀବ ରାୟ,ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.