ଓଡିଶା ବଜେଟ 2021: ପ୍ରବାସୀ ଶ୍ରମିକଙ୍କ ପାଇଁ ‘ମୁକ୍ତା’ର ଶୁଭାରମ୍ଭ
ଓଡିଶା

ଜୀବିକା ହରାଇଥିବା ରାଜ୍ୟର ସହରାଞ୍ଚଳରେ ବାସ କରୁଥିବା ଦରିଦ୍ର ତଥା ଅଣ ସଙ୍ଗଠିତ ପ୍ରବାସୀ ଶ୍ରମିକଙ୍କ ପାଇଁ କର୍ମନିଯୁକ୍ତି ଲକ୍ଷ୍ୟରେ ସହରୀ ଶ୍ରମ ନିଯୁକ୍ତି ଯୋଜନା ‘ମୁକ୍ତା’ (MUKTA) ର ଶୁଭାରମ୍ଭ ହେଲା ।

ଭୁବନେଶ୍ବର: କୋରୋନା କାଳରେ ସର୍ବାଧିକ କ୍ଷତି ସହିଛି ନିଯୁକ୍ତି ସେକ୍ଟର । କାମଧନ୍ଦା ଅଭାବରୁ ଲକ୍ଷାଧିକ ଲୋକ ରୋଜଗାର ହରାଇ ଘର ବାହୁଡିଛନ୍ତି । ଆଉ ସେମାନଙ୍କୁ ନିଯୁକ୍ତି ସହ ରୋଜଗାର ସୁନିଶ୍ଚିତ କରିବା ପାଇଁ ମନରେଗା ଅଧିନରେ ମଜୁରୀ ବାବଦରେ 5 ଶହ କୋଟିର କର୍ପସ ପାଣ୍ଠି ଘୋଷଣା ହୋଇଛି ।

ପ୍ରଭାବିତ ବ୍ଲକରୁ distress migration ଦୂର କରବା ପାଇଁ MGNREGA ଅଧିନରେ ଅଧିକ ଶହେ ଶ୍ରମ ଦିବସ ଯୋଗା ଯାଇଛି ।

ମଧୁବାବୁ ପେନସନ ଯୋଜନା ପାଇଁ 1 ହଜାର 509 କୋଟି ଟଙ୍କା “ଦୀନ ଦୟାଲ ଅନ୍ତ୍ୟୋଦୟ ଯୋଜନା ” – ଜାତୀୟ ଗ୍ରାମୀଣ ଜୀବକା ମିଶନରେ 1 ହଜାର 2 ଶହ 70 କୋଟି ଟଙ୍କା ବ୍ୟୟ ବରାଦର ପ୍ରସ୍ତାବ ରହିଛି । ସେହିଭଳି ଶ୍ୟାମାପ୍ରସାଦ ମୁଖାର୍ଜୀ RURBAN ମିଶନ ନିମନ୍ତେ 80 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

ସେହିଭଳି ଜୀବିକା ହରାଇଥିବା ରାଜ୍ୟର ସହରାଞ୍ଚଳରେ ବାସ କରୁଥିବା ଦରିଦ୍ର ତଥା ଅଣ ସଙ୍ଗଠିତ ପ୍ରବାସୀ ଶ୍ରମିକଙ୍କ ପାଇଁ କର୍ମନିଯୁକ୍ତି ଲକ୍ଷ୍ୟରେ ସହରୀ ଶ୍ରମ ନିଯୁକ୍ତି ଯୋଜନା ‘ମୁକ୍ତା’ (MUKTA) ର ଶୁଭାରମ୍ଭ ହେଲା ।

2 ଶହ କୋଟି ଟଙ୍କା ବ୍ୟୟ ଅଟକଳରେ 5 ହଜାର 3 ଶହ 68ଟି ମିଶନ ଶକ୍ତି ଗୋଷ୍ଠୀ ସଂଘ ଏବଂ 4 ଶହ 38 ଟି ବସ୍ତିବାସନ୍ଦା ସଂଘର ସହଭାଗିତାରେ ବିଭିନ୍ନ ପ୍ରକଳ୍ପ ହୋଇଛି । ଏହା ଦ୍ଵାରା ସହାରାଞ୍ଚଳେର 11 ଲକ୍ଷ 13 ହଜାର ଶ୍ରମଦବସି ସଷ୍ଟି ହୋଇଥିଲା ।

ରାଜ୍ୟର ପଞ୍ଚାୟତରାଜ ସଂସ୍ଥା ଏବଂ ସହରାଞ୍ଚଳ ସ୍ଥାନୀୟ ନିକାୟଗୁଡିକରେ ଜନସାଧାରଣଙ୍କୁ ମୌଳିକ ସେବା ଯୋଗାଇ ଦେବାରେ ସହାୟକ ପାଇଁ 6 ହଜାର 9 ଶହ 50 କୋଟି ଟଙ୍କା ପ୍ରଦାନ ହେବ ।

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.