କୋଭିଡ କଟକଣା ସତ୍ତ୍ବେ ଯାତ୍ରା କଳାକାର ସେମାନଙ୍କ ମଞ୍ଚ ଫେରିପାଇନଥିବା ଅର୍ଥାତ ଯାତ୍ରା ପରିବେଷଣ ପାଇଁ ଅନୁମତି ନମିଳିବାରୁ ରାଜରାସ୍ତାରେ କଳାକାର ବିକ୍ଷୋଭ କରିଛନ୍ତି। ଏହାକୁ ନେଇ ଧାରଣାରେ ବସିଲେ ଯାତ୍ରା କଳାକାର ଓ କର୍ମଚାରୀ ସଂଘ । ଅଧିକ ପଢନ୍ତୁ...
ଭୁବନେଶ୍ବର: ଆମରଣ ଅନଶନରେ ଯାତ୍ରା କଳାକାର । ୧୧ ମାସର କୋଭିଡ କଟକଣା ସତ୍ବେ ଯାତ୍ରା କଳାକାର ସେମାନଙ୍କ ମଞ୍ଚ ଫେରିପାଇନଥିବା ଅର୍ଥାତ ଯାତ୍ରା ପରିବେଷଣ ପାଇଁ ଅନୁମତି ନମିଳିବାରୁ ରାଜରାସ୍ତାରେ କଳାକାର ବିକ୍ଷୋଭ କରିଛନ୍ତି। ଏହାକୁ ନେଇ ଧାରଣାରେ ବସିଲେ ଯାତ୍ରା କଳାକାର ଓ କର୍ମଚାରୀ ସଂଘ । ୨ ଦଫା ଦାବିରେ ଭୁବନେଶ୍ୱର ଲୋୟର ପିଏମଜିରେ ଆମରଣ ଅନଶନ ଓ ଗଣଧାରଣା ଦେଇଛନ୍ତି।
କୋରୋନା ମହାମାରୀ ଭିତରେ ଦୀର୍ଘ ୧୧ ମାସ ବନ୍ଦ ରହିଛି ଯାତ୍ରା । ତେଣୁ ଅତି କମରେ ୨ ହଜାର ଦର୍ଶକ ଥାଇ ଯାତ୍ରା କରିବା ପାଇଁ ଅନୁମତି ଦେବା ପାଇଁ ଦାବି କରି ଧାରଣା ଦେଇଛନ୍ତି। ଯାତ୍ରା ଖୋଲିବା ପାଇଁ ଅନୁମତି ମିଳୁନାହିଁ, ତେଣୁ କଳାକାର ବଞ୍ଚିବେ କେମିତି କହିଛନ୍ତି ।
ସାରା ରାଜ୍ୟରେ ୩ ଲକ୍ଷରୁ ଉର୍ଦ୍ଧ୍ବ ଯାତ୍ରା କଳାକାର ସଙ୍କଟରେ ତେଣୁ ରାଜ୍ୟ ସରକାର ଦାବି ପୂରଣ ନକଲେ ଭୋକରେ ମରିବୁ ନଚେତ୍ ଓଡ଼ିଶା ଛାଡ଼ି ପଳାଇବୁ ବୋଲି କହିଛନ୍ତି। ୨୪ ଭିତରେ ଦାବି ନମାନିଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବେ କଳାକାର ଚେତାବନୀ ଦେଇଛନ୍ତି।
ଏହାସହ ଧାରଣା ବିକ୍ଷୋଭ ପରେ ଯଦି ସରକାରଙ୍କ ନିଦ ନ ଭାଙ୍ଗେ ତେବେ ଆମ ପରିବାର ଅଭାବରୁ ଖାଇବା ନପାଇବା ପୂର୍ବରୁ ଆମେ କଳାକାର ସମୂହ ଆତ୍ମାହୁତି ଦେବୁ ଆଉ ଏଥିପାଇଁ ସରକାର ଦାୟୀ ରହିବେ । କାରଣ ଜୀବନ ଜୀବିକା ହରାଇ ଆମେ ବହୁତ ଦୁଃଖରେ ରହିଛୁ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ