ଓଡିଶା ବଜେଟ: ବର୍ଷିଲେ ବିରୋଧୀ, ସରକାର କହିଲେ ସଶକ୍ତ ଓଡିଶା ଗଠନରେ ହେବ ସହାୟକ
ଓଡିଶା

ବଜେଟକୁ ନେଇ ବିରୋଧୀଙ୍କ କଡା ପ୍ରତିକ୍ରିୟା । ସେପଟେ ଏହି ବଜେଟ ସଶକ୍ତ ଓଡିଶା ଓ ସମୃଦ୍ଧ ଓଡିଶା ଗଠନରେ ସହାୟକ ହେବ ବୋଲି କହିଛନ୍ତି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର। ଅଧିକ ପଢନ୍ତୁ...

ଭୁବନେଶ୍ବର: ବିଧାନସଭାରେ ଆଗାମୀ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ ଆରମ୍ଭ । 2021-22 ଆର୍ଥିକ ବର୍ଷ ପାଇଁ ଆୟବ୍ୟୟ ଅଟକଳର ଚିଠା ଖୋଲିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । କୋଭିଡ ସଙ୍କଟରୁ ମୁକୁଳିବା ପାଇଁ ଏ ବର୍ଷ ସରକାର 1 ଲକ୍ଷ 70 ହଜାର କୋଟିର ବ୍ୟୟ ବରାଦ କରିଛନ୍ତି । ରାଜସ୍ବ ହ୍ରାସ ଓ ଆୟ ଅଭାବ ମଧ୍ୟରେ ବ୍ୟୟ ଅଧିକ ମଧ୍ୟରେ ବି ଏ ବର୍ଷର ଆବଣ୍ଟନ ଗତ ବର୍ଷ ତୁଳନାରେ 13 ପ୍ରତିଶତ ଅଧିକ ରହିଛି । ତେବେ ଚଳିତ ବର୍ଷ ରାଜ୍ୟ ଆର୍ଥିକ ବଜେଟକୁ ନେଇ ବିରୋଧୀଙ୍କ ପକ୍ଷରୁ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ଓଡିଶା ବଜେଟ: ବର୍ଷିଲେ ବିରୋଧୀ, ସରକାର କହିଲେ ସଶକ୍ତ ଓଡିଶା ଗଠନରେ ହେବ ସହାୟକ

ବଜେଟ କୁନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ରାଜ୍ୟର ତିନି ପ୍ରମୁଖ ଦଳ । ବରିଷ୍ଠ ବିଜେପି ନେତା କହିଛନ୍ତି ଯେ, ଅନ୍ତସାର ଶୁନ୍ୟ ବଜେଟ। କୋରୋନା ପ୍ରାକୋପରେ ପ୍ରଭାବିତ ହୋଇଥିବା ଶ୍ରମିକଙ୍କ ପାଇଁ ଏହି ବଜେଟରେ କିଛି ନାହିଁ। କିଛି ନୂତନତ୍ଵ ନାହିଁ। ପାରମ୍ପରିକ ବଜେଟ ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ।

ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ବଜେଟ ଦ୍ବାରା ରାଜ୍ୟ ସରକାର ଗୋଲାପୀ ଚିତ୍ର ଦେଖାଇବାକୁ ଚେଷ୍ଟା କରିଛନ୍ତି। ଏହା ଏକ ନୈରାଶ୍ୟଜନକ ବଜେଟ। କୃଶି କ୍ଷେତ୍ର ଓ ଚାଷୀମାନଙ୍କ ପାଇଁ ବଜେଟରେ କିଛି ନାହିଁ। ବଜେଟର ଘୋଷାଣ ହେଉଛି, କିନ୍ତୁ ରାଜ୍ୟ ସରକାର ଋଣ ଭାରରେ ବୁଡି ରହିଥିବା କହିଛନ୍ତି ସାଲୁଜା ।

ବଜେଟକୁ ନେଇ ପ୍ରତିକ୍ରିୟା ରଖିଛି ସମାଜବାଦୀ ପାର୍ଟିର ରାଜ୍ୟ ଶାଖା । ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା କହିଛନ୍ତି, ଏହି ବଜେଟରେ ସରକାର କୃଷି, ଗ୍ରାମାଞ୍ଚଳ ବିକାଶ, ଜଳସେଚନ, ସ୍ବାସ୍ଥ୍ୟସେବାକୁ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି । ଏହା ସହିତ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ମଧ୍ୟ ବେଶ ପ୍ରାଧାନ୍ୟ ଦେଇଛନ୍ତି । କିନ୍ତୁ ଏହି ବଜେଟ‌ରେ ଶିକ୍ଷିତ ବେକାରଙ୍କ ପାଇଁ ବିଶେଷ ନିଯୁକ୍ତି ସୁଯୋଗ ନାହିଁ । ବଜେଟ ଖର୍ଚ୍ଚକୁ ତୁଲେଇବା ପାଇଁ ସରକାରଙ୍କୁ ଅଧିକରୁ ଅଧିକ ବଜାରରୁ ଋଣ କରିବାକୁ ବାଧ୍ୟ ହେବେ । ସବୁଠାରୁ ବଡ଼ କଥା ହେଉଛି, ଯେତେବେଳେ କେନ୍ଦ୍ରରୁ ଅଂଶଧନ କମିବାରେ ଲାଗଛି ଏବଂ ଜିଏସଟି କ୍ଷତିପୂରଣ ଧିରେ ଧିରେ କମିଯିବର ସମ୍ଭାବନା ରହିଛି । ସେତେବେଳେ ରାଜ୍ୟ ସରକାର ରଣ କରିବା ପାଇଁ ବାଧ୍ୟ ହେବେ । ଯାହା ଆର୍ଥିକ ଶୃଙ୍ଖଳାକୁ ବ୍ୟାହତ କରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ବୋଲି ରବି ପୂର୍ବାନୁମାନ କରିଛନ୍ତି ।

କାଳିଆ ଯୋଜନାକୁ ସରକାର ଗୁରୁତ୍ବ ଦେଇଥିଲେ ମଧ୍ୟ କୃଷକମାନଙ୍କ ପାଇଁ ଅନୁକମ୍ପା ରାଶି ବୃଦ୍ଧି କରାଯାଇନାହିଁ । ସେହିଭଳି ସାମାଜିକ ସୁରକ୍ଷା ଯୋଜନାରେ ମଧୁବାବୁ ପେନସନ୍, ଭିନ୍ନକ୍ଷମ ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ପାଇଁ ଆର୍ଥିକ ବ୍ୟବସ୍ଥା କରାଯାଇଛି । ହେଲେ ଏହାର ଅନୁକମ୍ପା ରାଶି ବୃଦ୍ଧି ନ ହେବା ଯୋଗୁଁ ବୟସ୍କ ନାଗରିକମାନେ ହତାସ ହୋଇଛନ୍ତି । ଶିକ୍ଷାପ୍ରତି ସରକାର ଗୁରୁତ୍ବାରୋପ କରିଥିଲା ବେଳେ ଗରିବ ମେଧାବୀ ପିଲାଙ୍କୁ ଲାପଟପ୍ ଓ ସ୍ମାର୍ଟଫୋନ୍ ଯୋଗାଇ ଦେବାପାଇଁ କୌଣସି ଆର୍ଥକ ବ୍ୟୟବରାଦ ନ କରିବା ଦୁର୍ଭାଗ୍ୟଜନକ ବୋଲି ସମାଜବାଦୀ ପାର୍ଟି କହିଛି । ବଜେଟରେ ଅର୍ଥମନ୍ତ୍ରୀ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ୍ ରୋକିବା ପାଇଁ କୌଣସି ପଦକ୍ଷେପ ନ ନେବା ଦୁର୍ଭାଗ୍ୟଜନକ । ଏହା ସାଧାରଣ ଜନତାର ତେଲ ଲୁଣର ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିବାରେ ବିଫଳ ହୋଇଛି ବୋଲି ରବି କହିଛନ୍ତି ।

ବିରୋଧୀଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ଦେବୀ ମିଶ୍ର । ସେ କହିଛନ୍ତି, ଏହା ଦୂରଦୃଷ୍ଟି ସମ୍ପନ୍ନ ବଜେଟ। କୋରୋନା ମହମାରୀରେ ଯେଉଁ ଅର୍ଥନୀତି ଦୋହଲି ଯାଇଥିଲା ତାକୁ ଟ୍ରାକକୁ ଫେରେଇ ଆଣିବା ପାଇଁ ଉଦ୍ୟମ ଜାରି ରହିଛି। ବଜେଟରେ ଶିକ୍ଷା ସ୍ବାସ୍ଥ୍ୟ, ଜଳସେଚନ ଭିତ୍ତିଭୂମି କ୍ଷେତ୍ରରେ ପ୍ରାଧାନ୍ୟ ଦିଆଯାଇଛି। ଏହା ସଶକ୍ତ ଓଡିଶା ଓ ସମୃଦ୍ଧ ଓଡିଶା ଗଠନରେ ସହାୟକ ହେବ ବୋଲି କହିଛନ୍ତି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.