1999 ଗଣଦୁଷ୍କର୍ମ ମାମଲା: ଅଭିଯୁକ୍ତ ଧରାପଡ଼ିବା ପରେ ପ୍ରତିକ୍ରିୟା ରଖିଲେ ରାଜନୈତିକ ଦଳ
Breaking

ଗଣଦୁଷ୍କର୍ମ ଘଟଣାର ଅଭିଯୁକ୍ତ ଧରାପଡ଼ିବା ପରେ ପ୍ରତିକ୍ରିୟା ରଖିଲେ ରାଜନୈତିକ ଦଳ । ଦୀର୍ଘ 22 ବର୍ଷ ପରେ ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିବିନ ମିଶ୍ରକୁ ପୁନେରୁ ଗିରଫ କରିଛି ଓଡିଶା ପୋଲିସ । ସେତେବେଳ ଓଡିଶା ସରକାରର ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଇସ୍ତଫା ଦେଇଥିଲେ । ଅଧିକ ପଢନ୍ତୁ...

ଭୁବନେଶ୍ବର: ଗଣଦୁଷ୍କର୍ମ ଘଟଣାର ଅଭିଯୁକ୍ତ ଧରାପଡ଼ିବା ପରେ ପ୍ରତିକ୍ରିୟା ରଖିଲେ ବିଭିନ୍ନ ରାଜନୈତିକ ଦଳ । ଦୀର୍ଘ 22 ବର୍ଷ ପରେ ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିବିନ ମିଶ୍ରକୁ ପୁନେରୁ ଗିରଫ କରିଛି ଓଡିଶା ପୋଲିସ । ଏହି ଘଟଣା ଓଡିଶା ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା । ସେତେବେଳେ ଓଡିଶା ସରକାରର ମୁଖ୍ୟମନ୍ତ୍ରୀ ଥିବା ଜାନକୀବଲ୍ଲଭ ପଟ୍ଟନାୟକ ଇସ୍ତଫା ଦେଇଥିଲେ । ଓଡିଶା ପୋଲସ ଅଭିଯୁ୍କ୍ତକୁ ଗିରଫ କରିବା ପରେ ବିଭିନ୍ନ ରାଜନୈତିକ ଦଳ ପ୍ରତିକ୍ରିୟା ରଖିଛନ୍ତି ।

ଗଣଦୁଷ୍କର୍ମ ଘଟଣାର ଅଭିଯୁକ୍ତ ଧରାପଡ଼ିବାପରେ ପ୍ରତିକ୍ରିୟା ରଖିଲେ ରାଜନୈତିକ ଦଳ

22 ବର୍ଷ ପରେ 1999 ର ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣାର ଅଭିଯୁକ୍ତ ଧରାପଡ଼ିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜନୈତିକ ଦଳ। ଏହି ବହୁ ଚର୍ଚ୍ଚିତ ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ସେତେବେଳେ ଅନେକ ଆନ୍ଦୋଳନ କରିଥିବା କଥା ମନେ ପକାଇଥିଲେ ବରିଷ୍ଠ ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି । ତେବେ ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିବା ନେଇ ସେ ରାଜ୍ୟ ପୋଲିସକୁ ଧନ୍ୟବାଦ ଦେଇଛନ୍ତି। ଅନ୍ୟପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ ବହୁ ବିଳମ୍ବ ହେଲେ ମଧ୍ଯ ଅଭିଯୁକ୍ତ ଧରାପଡିଥିବା ନେଇ ପୋଲିସକୁ ଧନ୍ୟବାଦ ଦେଇଛନ୍ତି । ସେହିପରି ବିରୋଧୀ ଦଳ ଉପନେତା ପୋଲିସର ବିଳମ୍ବିତ କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରିବା ସହ ରାଜଧାନୀରେ ବିଧାୟକଙ୍କ ଘରୁ ଚୋରି ସହ ବଢୁଥିବା ଅପରାଧ ଘଟଣା ପୋଲିସର ପାରିବାପାପଣିଆକୁ ଦର୍ଶାଉଛି ବୋଲି କହିଛନ୍ତି।

ସୂଚନାଥାଉକି 1999 ମସିହା ଜାନୁୟାରୀ ମାସ 9 ତାରିଖ ଦିନ କଟକ ବାରଙ୍ଗ ରାସ୍ତାରେ ଏକ କାରରେ ଜଣେ ମହିଳାକୁ ତିନି ଜଣ ଗଣଦୁଷ୍କର୍ମ କରିଥିଲେ । ଏହି ଘଟଣା ସେତେବେଳେ ଓଡିଶାରେ ବହୁଚର୍ଚ୍ଚିତ ହୋଇଥିଲା । ଏହି ଘଟଣାରେ ପୂର୍ବରୁ 2 ଜଣ ଗିରଫ ହୋଇଥିବାବେଳେ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇସାରିଛି । ଏହି ମାମଲାକୁ ସିବିଆଇ ମଧ୍ୟ ତଦନ୍ତ କରିଥିଲା କିନ୍ତୁ ମୁଖ୍ୟ ଅଭିଯୁକ୍ତ ବିବନ ମିଶ୍ରକୁ ଗିରଫ କରିପାରିନଥିଲା । ସେ ମହାରାଷ୍ଟ୍ରର ପୁନେରେ ଜଳନ୍ଦର ସ୍ବାଇଁ ନାମରେ ଏକ ପାଇପ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ଦୀର୍ଘ ବର୍ଷର ଏହି ମାମଲାକୁ କମିସନରେଟ ପୋଲିସ ଅତି ଚତୁରତାର ସହ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ।

ଭୁବନେଶ୍ବରରୁ ତପନ ଦାସ,ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.