ଆଗାମୀ 5 ଦିନ ରାଜ୍ୟର ପାଗ ଶୁଖିଲା ରହିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି । ଏଥିସହ ଭୁବନେଶ୍ବରର ତାପମାତ୍ରା ସବୁଠୁ ଅଧିକ ରହିବ ବୋଲି ସୂଚନା । ଅଧିକ ପଢନ୍ତୁ...
ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ ଶୀତର ପ୍ରକୋପ କମୁଛି ଏବଂ ତାପମାତ୍ରା ବୃଦ୍ଧି ପାଉଛି । ଆଗାମୀ 5 ଦିନ ରାଜ୍ୟର ପାଗ ଶୁଖିଲା ରହିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି । ଏଥିସହ ଭୁବନେଶ୍ବରର ତାପମାତ୍ରା ସବୁଠୁ ଅଧିକ ରହିବ ବୋଲି ସୂଚନା ମିଳିଛି ।
ସ୍ୱାଭାବିକ ଠାରୁ ତାପମାତ୍ରା ୨/୩ ଡିଗ୍ରୀ ବୃଦ୍ଧି ପାଇବ । ଉପକୂଳ ଜିଲ୍ଲାଗୁଡିକରେ ଦିନ ତାପମାତ୍ରା ବୃଦ୍ଧି ପାଇବ ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । ଗତ ୨୪ ଘଣ୍ଟାରେ ପାଗ ଶୁଖିଲା ରହିଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୧.୦ ଡିଗ୍ରୀ ରେକର୍ଡ ହୋଇଛି, ଭୁବନେଶ୍ୱରରେ ସର୍ବାଧିକ ୩୬.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ