ସିଲଭରସିଟିରେ ମାସ୍କ ନ ପିନ୍ଧିଲେ ହଜାର ଟଙ୍କା ଫାଇନ କାଟିବ ସିଏମସି
Breaking

କଟକ ମହାନଗର ନିଗମରେ ମଙ୍ଗଳବାର ଠାରୁ ମାସ୍କ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯିବ। ନିୟମ ଉଲଙ୍ଘନ କଲେ ୧୦୦୦ ଟଙ୍କା ଫାଇନ କଟାଯିବ ବୋଲି ସିଏମସି ଡେପୁଟି କମିଶନର କହିଛନ୍ତି। ଅଧିକ ପଢନ୍ତୁ...

କଟକ: ମହାନଗର ନିଗମରେ ମଙ୍ଗଳବାର ଠାରୁ ମାସ୍କ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯିବ। ଏନେଇ ସିଏମସି ପକ୍ଷରୁ ସଚେତନ କରାଯାଇଛି।

କଟକରେ ମାସ୍କ ନ ପିନ୍ଧିଲେ ହଜାର ଟଙ୍କା ଫାଇନ କାଟିବ ସିଏମସି

କୋରୋନା ମହାମାରୀର ପ୍ରକୋପକୁ ଦେଖି କଟକ ମହାନଗର ନଗମ ପକ୍ଷରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସହରର ବିଭିନ୍ନ ସ୍ଥାନରେ ସଚେତନ କରାଯାଇଛି । ବିଶେଷକରି ଜନଗହଳି ସ୍ଥାନରେ ଲୋକମାନେ କୋଭିଡ ନିୟମକୁ ଉଲଙ୍ଘନ କରୁଛନ୍ତି । ଏପରିକି ମାସ୍କ ପିନ୍ଧିବା ବି ଭୁଲିଗଲେଣି । ତେବେ ଆସନ୍ତାକାଲି ଠାରୁ ନିୟମ ଉଲଙ୍ଘନକାରୀଙ୍କ ଠାରୁ ଫାଇନ କଟାଯିବ । ପ୍ରଥମ ଥର ଓ ଦ୍ଵିତୀୟ ଥର ନିୟମ ଉଲଙ୍ଘନ କଲେ ୫୦୦ ଟଙ୍କା ଫାଇନ କଟାଯିବ ।

ସେହିପରି ତୃତୀୟ ଥର ପାଇଁ ଯଦି ଜଣେ ନିୟମ ଉଲଙ୍ଘନ କରେ, ତେବେ ୧୦୦୦ ଟଙ୍କା ଫାଇନ କଟାଯିବ ବୋଲି ସିଏମସି ଡେପୁଟି କମିଶନର କହିଛନ୍ତି। ନିୟମ ଉଲଙ୍ଘନକାରୀଙ୍କୁ ଜଗିବା ପାଇଁ ଦୁଇଟି ସ୍କ୍ୱାର୍ଡ ଗଠନ କରାଯିବ ବୋଲି ଡେପୁଟି କମିଶନର କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.