ଫ୍ରାନ୍ସର ଦକ୍ଷିଣପୂର୍ବ ଲୟାଲଟି ଦ୍ବୀପପୁଞ୍ଜରେ ଭୂକମ୍ପ

ସୋମବାର ସକାଳୁ ଫ୍ରାନ୍ସର ଦକ୍ଷିଣପୂର୍ବ ଲୟାଲଟି ଦ୍ବୀପପୁଞ୍ଜରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.1 ଆକଳନ ହୋଇଛି । ଅଧିକ ପଢନ୍ତୁ...
ପ୍ୟାରିସ: ଫ୍ରାନ୍ସର ନିୟୁ କାଲିଡୋନିଆ ଅଞ୍ଚଳରେ ଭୂକମ୍ପ ଝଟକା । ଫ୍ରାନ୍ସର ଦକ୍ଷିଣପୂର୍ବ ଲୟାଲଟି ଦ୍ବୀପପୁଞ୍ଜରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.1 ଆକଳନ ହୋଇଛି ।
ୟୁଏସ ଜିୟୋଲୋଜିକାଲର ସର୍ଭେର ସୂଚନା ଅନୁସାରେ ସୋମବାର ଭୋରୁ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.1 ରେକର୍ଡ ହୋଇଛି । ଅନୁଭୂତ ଭୂକମ୍ପର ଗଭୀରତା 10କିଲୋମିଟର ରହିଥିଲା । ଦକ୍ଷିଣକୁ 23.2846 ଅକ୍ଷାଂଶ ରହିଥିବାବେଳେ ପୂର୍ବକୁ 171.4547 ଦ୍ରାଘିମା ରହିଥିଲା ।
ଭୂକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ନାହିଁ । ଭୂକମ୍ପ ହେବା ସମୟରେ ଲୋକେମାନେ ଭୟଭୀତ ହୋଇ ଯାଇଥିବା ଦେଖିବାକୁ ମିଳିଥିଲା ।
@ANI