ଆମେରିକା ସହ ଜଳବାୟୁ ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁଛି ଚୀନ
Breaking

ଜଳବାୟୁ ପରିବର୍ତ୍ତନ ନେଇ ଆମେରିକା ସହ ମିଳିତ ଭାବରେ କାମ କରିବାକୁ ପ୍ରସ୍ତୁତ ଅଛି ଚୀନ । ଏନେଇ ଚୀନର ଏକ ବରିଷ୍ଠ କୂଟନିତୀଜ୍ଞ କହିଛନ୍ତି । ଯଦି ଦୁଇ ଦେଶ ନିଜ ମଧ୍ୟରେ ଥିବା ଆଭ୍ୟନ୍ତରୀଣ ବିବାଦର ସମାଧାନ କରିନେବେ ତେବେ ଦୁଇ ଦେଶ ଜଳବାୟୁ ପରିବର୍ତ୍ତନ, କୋଭିଡ-19 ସମ୍ବନ୍ଧୀୟ ଅନେକ ସମସ୍ୟା ବିଷୟରେ ପୁଣି ଥିରେ ମିଳିତ ଭାବରେ କାର୍ଯ୍ୟ କରିବେ ବୋଲି କହିଛନ୍ତି ବରିଷ୍ଠ କୂଟନୀତିଜ୍ଞ ୱାଙ୍ଗ ଇ ।

ବେଜିଂ: ଜଳବାୟୁ ପରିବର୍ତ୍ତନ ନେଇ ଆମେରିକା ସହ ମିଳିତ ଭାବରେ କାମ କରିବାକୁ ପ୍ରସ୍ତୁତ ଅଛି ଚୀନ । ଏନେଇ ଚୀନର ଏକ ବରିଷ୍ଠ କୂଟନିତୀଜ୍ଞ କହିଛନ୍ତି । ଯଦି ଦୁଇ ଦେଶ ନିଜ ମଧ୍ୟରେ ଥିବା ଆଭ୍ୟନ୍ତରୀଣ ବିବାଦର ସମାଧାନ କରିନେବେ ତେବେ ଦୁଇ ଦେଶ ଜଳବାୟୁ ପରିବର୍ତ୍ତନ, କୋଭିଡ-19 ସମ୍ବନ୍ଧୀୟ ଅନେକ ସମସ୍ୟା ବିଷୟରେ ପୁଣି ଥିରେ ମିଳିତ ଭାବରେ କାର୍ଯ୍ୟ କରିବେ ବୋଲି କହିଛନ୍ତି ବରିଷ୍ଠ କୂଟନୀତିଜ୍ଞ ୱାଙ୍ଗ ଇ ।

ଚୀନର ରାଜ୍ୟ ପରିଷଦ ତଥା ବୈଦେଶିକ ମନ୍ତ୍ରୀ ୱାଙ୍ଗ କହିଛନ୍ତି ଯେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଧୀନରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସର୍ବନିମ୍ନ ସ୍ତରରେ ପହଞ୍ଚିବା ପରେ ୱାଶିଂଟନ୍ ସହ ଗଠନମୂଳକ କଥାବାର୍ତ୍ତା ଖୋଲିବାକୁ ବେଜିଂ ପ୍ରସ୍ତୁତ ଅଛି ।

ୱାଙ୍ଗ ଇ ଚାଇନାର ସାମଗ୍ରୀ ଉପରେ ଶୁଳ୍କ ହଟାଇବାକୁ ୱାଶିଂଟନକୁ ଆହ୍ବାନ ଦେଇଛନ୍ତି । ସହଯୋଗ ପାଇଁ ଚୀନ ମଧ୍ୟ ଆବଶ୍ୟକ ସର୍ତ୍ତ ଗୁଡିକୁ ମାନିବ ବୋଲି କହିଛନ୍ତି କୁଟନୀତିଜ୍ଞ ୱାଙ୍ଗ ଇ । ୱାଙ୍ଗ ୱାଶିଂଟନ୍‌କୁ ଚୀନର ମୂଳ ସ୍ବାର୍ଥକୁ ସମ୍ମାନ ଦେବା, ଶାସକ କମ୍ୟୁନିଷ୍ଟ ପାର୍ଟିକୁ “ଅପମାନିତ କରିବା” ବନ୍ଦ କରିବା, ବେଜିଂର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ବନ୍ଦ କରିବା ଏବଂ ତାଇୱାନର ସ୍ବାଧୀନତା ପାଇଁ ବିଚ୍ଛିନ୍ନତାବାଦୀ ଶକ୍ତି ସହିତ “ସଂଯୋଗ” ବନ୍ଦ କରିବାକୁ ଅନୁରୋଧ କରିଛନ୍ତି। ଯଦି ଆମେରିକା ଏ ଦିଗରେ ପଦକ୍ଷେପ ନିଏ ତେବେ ଦୁଇ ଦେଶ ଜଳବାୟୁ ସମ୍ପର୍କିତ କଥାବାର୍ତ୍ତା କରିବେ ବୋଲି କହିଛନ୍ତି କୂଟନୀତିଜ୍ଞ ୱାଙ୍ଗ ଇ ।

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.