ନାଇଜେରିଆରେ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ,7 କର୍ମଚାରୀ ମୃତ
ନାଇଜେରିଆରେ

ନାଇଜେରିଆରେ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ । ଏହି ଦୁର୍ଘଟଣାରେ 7 ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

ଲାଗୋସ୍: ନାଇଜେରିଆରେ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ । ଏହି ଦୁର୍ଘଟଣାରେ 7 ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି। ତେବେ ନାଇଜେରିଆରେ ଦୁର୍ଘଟଣାଗ୍ରସ୍ତ ବିମାନଟି ନାଇଜେରିଆର ରାଜଧାନୀ ଆବୁଜା ବିମାନବନ୍ଦରରୁ କିଙ୍ଗ ଏୟାର 350 ବିମାନ ଉଡ଼ାଣ ଭରିବା ପରେ ଏହା ଇଞ୍ଜିନ ଫେଲ ହୋଇଥିଲା । ଏହାପରେ ବିମାନଟିକୁ ଫେରାଇ ଆଣିବାକୁ ଚେଷ୍ଟା କରାଯାଇଥିଲା ହେଲେ ବିଫଳ ହୋଇଥିବା ନାଇଜେରିଆ ବାୟୁସେନାର ମୁଖପାତ୍ର ଇବିକୁନଲେ ଡାରାମୋଲା ଏକ ଟ୍ୱିଟରେ କହିଛନ୍ତି।

ବିମାନ ଚଳାଚଳ ମନ୍ତ୍ରୀ ହାଦି ସିରିକା ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଟ୍ବିଟ୍ କରି ମୃତ କର୍ମଚାରୀଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ବିମାନଟି ଆବୁଜା ଠାରୁ ପ୍ରାୟ 100 କିଲୋମିଟର ଦୂର ମିନିନା ସହରକୁ ଯାଉଥିଲା ବିମାନବନ୍ଦରରେ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଅତିକମରେ ଏକ ଦଶନ୍ଧି ବିତିଛି ବୋଲି ସେ କହିଛନ୍ତି।

ଦୁର୍ଘଟଣାଗ୍ରସ୍ତ ସ୍ଥାନର ଫଟୋ ଗୁଡ଼ିକ ଭାଙ୍ଗି ଯାଇଥିବା ଧୂଆଁଳିଆ ଦେଖାଯାଉଛି । ସାକ୍ଷୀମାନେ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ବିମାନଟି ପଛକୁ ଫେରିବା ପାଇଁ ସଂଘର୍ଷ କରୁଥିବାର ଦେଖାଯାଇଥିଲା ।

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.