କାର୍ଗିଲରେ 'ଲାଲ ସିଂ ଚଡ୍ଡା' ସୁଟିଂ କରିବେ ଆମୀର
aamir-khan-heads-to-kargil-for-the-shoot-of-laal-singh-chaddha

ଆମୀର ଖାନ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଲାଲ ସିଂ ଚଡ୍ଡା'କୁ ନେଇ ଚର୍ଚ୍ଚାରେ । ତେବେ ଏପର୍ଯ୍ୟନ୍ତ ଏହି ଫିଲ୍ମର ସୁଟିଂ ଶେଷ ହୋଇନାହିଁ । ଏବେ ଆମୀର ଏହି ଫିଲ୍ମର କିଛି ସୀନର ସୁଟିଂ ପାଇଁ କାର୍ଗିଲ ଯିବେ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଆମୀର ଖାନ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଲାଲ ସିଂ ଚଡ୍ଡା'କୁ ନେଇ ଚର୍ଚ୍ଚାରେ । ତେବେ ଏପର୍ଯ୍ୟନ୍ତ ଏହି ଫିଲ୍ମର ସୁଟିଂ ଶେଷ ହୋଇନାହିଁ।

ଏବେ ଏକ ଖବର ସାମ୍ନାକୁ ଆସିଛି ଯେ, ଆମୀର ଏହି ଫିଲ୍ମର କିଛି ସୀନ୍ ର ସୁଟିଂ ପାଇଁ କାର୍ଗିଲ ଯିବେ ।

ସୂଚନା ମୁତାବକ, ୟୁନିଟ୍ ଫିଲ୍ମ ସୁଟିଂ ପାଇଁ ମେ-ଜୁନ୍ ମାସରେ ସେଠାକୁ ଯିବେ । ଫିଲ୍ମର ଏକ ଗୁରୁତ୍ବପୂର୍ଣ୍ଣ ଓ୍ବାର ସୀନ୍ ସେଠାରେ ସୁଟିଂ କରାଯିବ । ଏହି ସୀନ୍ ଫିଲ୍ମର କାହାଣୀରେ ଏକ ଗୁରୁତ୍ବପୂର୍ଣ୍ଣ ଏବଂ ନୂଆ ମୋଡ଼ ଆଣିବ ।

ପ୍ରକାଶ ଥାଉ ଯେ, ଚଳଚ୍ଚିତ୍ର 'ଲାଲ ସିଂ ଚଡ୍ଡା' ଆମୀରଙ୍କ ସହ କରୀନା କପୁରଙ୍କ ଯୋଡି ପୁଣିଥରେ ନଜର ଆସିବେ । ଏହି ଫିଲ୍ମ ହଲିଉଡର ସୁପରହିଟ୍ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ହିନ୍ଦୀ ରିମେକ । ଫିଲ୍ମଟି 2021 ମସିହାରେ ଖ୍ରୀଷ୍ଟମାସରେ ମୁକ୍ତିଲାଭ କରିବ ବୋଲି ଜଣାପଡିଛି।

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.