ଏପ୍ରିଲରେ ହାଇଦ୍ରାବାଦ ଯିବେ ଆଲିୟା, ଜାଣନ୍ତୁ କାହିଁକି...
ଫଟୋ

‘ଟ୍ରିପଲ ଆର’ର ଦୁଇଟି ଫେମସ ଗୀତର ସୁଟିଂ ଆଉ କିଛି ଦିନ ପରେ ଆରମ୍ଭ କରିବେ ମେକର୍ସ । ଯେଉଁଥିରେ ରାମ ଚରଣଙ୍କ ସହ ନଜର ଆସିବେ ଆଲିୟା । ଅଧିକ ପଢନ୍ତୁ...

ମୁମ୍ବାଇ: କ୍ୟୁଟ ଅଭିନେତ୍ରୀ ଆଲିୟା ଭଟ୍ଟ ବର୍ତ୍ତମାନ ବହୁ ପ୍ରତିକ୍ଷିତ ଫିଲ୍ମ ‘ଟ୍ରିପଲ ଆର’କୁ ନେଇ ଚର୍ଚ୍ଚାରେ । ଫିଲ୍ମରେ ସେ ମୁଖ୍ୟ ଭୂମିକାରେ ନଜର ଆସିବେ । ‘ବାହୁବଳୀ’ ନିର୍ଦ୍ଦେଶକ ଏସ ଏସ ରାଜମୌଲୀଙ୍କ ଏହି ଫିଲ୍ମରେ ଆଲିୟାଙ୍କ ବ୍ୟତୀତ ଅଭିନୟ କରୁଛନ୍ତି ଜୁନିୟର ଏନଟିଆର, ରାମ ଚରଣ ଓ ବି-ଟାଉନର ସିଂଘମ ଅଜୟ ଦେବଗନ । ନିକଟରେ ଅଜୟ ଫିଲ୍ମର ସୁଟିଂ କରିଥିବା ବେଳେ ଆଲିୟା ମଧ୍ୟ ସୁଟିଂ ଶେଷ କରିସାରିଛନ୍ତି । ଇତିମଧ୍ୟରେ ଫିଲ୍ମକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି ।

ଚର୍ଚ୍ଚା ଜୋର ଧରିଛି ଯେ ଫିଲ୍ମର ଦୁଇଟି ବଡ ଗୀତର ସୁଟିଂ କରିବେ ଆଲିୟା । ଯେଉଁଥିରେ ତାଙ୍କ ସହ ରୋମାନ୍ସ କରିବେ ରାମ ଚରଣ । ଏହି ଗୀତର ସୁଟିଂ ପାଇଁ ଏପ୍ରିଲରେ ହାଇଦ୍ରାବାଦ ଯାତ୍ରା କରିବେ ଅଭିନେତ୍ରୀ। ସେହିପରି ଗୀତରେ ଆଲିୟାଙ୍କ ଭିନ୍ନ ଅବତାର ଦେଖିବାକୁ ମିଳିବ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଲିୟା ଭଟ୍ଟ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଲିୟା ଭଟ୍ଟ

ଏହାବ୍ୟତୀତ ଆଲିୟାଙ୍କ ହାତରେ ଅଛି ଆଉ ଦୁଇ ଫିଲ୍ମ । ସେ ସଞ୍ଜୟ ଲୀଲା ଭଂସାଲୀଙ୍କ ଚର୍ଚ୍ଚିତ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ରେ ନଜର ଆସିବେ। ଖାଲି ଏତିକି ନୁହେଁ ବୟଫ୍ରେଣ୍ଡ ତଥା ଅଭିନେତା ରଣବୀର କପୁରଙ୍କ ସହ ‘ବ୍ରହ୍ମାସ୍ତ୍ର’ରେ ମଧ୍ୟ ଆଲିୟାଙ୍କୁ ଦେଖିବାକୁ ମିଳିବ । ଏହା ଏକ ମଲ୍ଟି ଷ୍ଟାରର ଫିଲ୍ମ । ଯେଉଁଥିରେ ଅମିତାଭ ବଚ୍ଚନ, ନାଗାର୍ଜୁନ ଓ ମୌନୀ ରୟ ଭଳି କଳାକାର ଅଭିନୟ କରୁଛନ୍ତି ।

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2019 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2019 Ushodaya Enterprises Pvt. Ltd., All Rights Reserved.