ଅଭିନେତା କବୀରଙ୍କ ବଡ ଘୋଷଣା । ନିଜ ଜୀବନର ପ୍ରତ୍ୟେକ କାହାଣୀକୁ ବହିରେ କଲେ ପ୍ରକାଶ । ଆସନ୍ତା ଏପ୍ରିଲ ମାସରେ ପ୍ରକାଶିତ ହେବ ତାଙ୍କ ଅଟୋବାୟୋଗ୍ରାଫି । ଅଧିକ ପଢନ୍ତୁ...
ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା କବୀର ବେଦୀ ଚଳିତ ବର୍ଷ ଏପ୍ରିଲରେ ନିଜ ଆତ୍ମକଥା ପ୍ରକାଶ କରିବାକୁ ଯାଉଛନ୍ତି । ଯାହାର ସୂଚନା ସେ ରବିବାର ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଦେଇଛନ୍ତି । ଏହାସହ ସେ ନିଜ ଲିଖିତ ବହିର ଲଞ୍ଚିଂ ଡେଟର ମଧ୍ୟ ଘୋଷଣା କରିଛନ୍ତି ।
75 ବର୍ଷିୟ କବୀରଙ୍କ ଅଟୋବାୟୋଗ୍ରାଫିର ଟାଇଟେଲ ‘ଷ୍ଟୋରିଜ ଆଇ ମଷ୍ଟ ଟେଲ-ଦ ଇମୋଶନ ଜର୍ନି ଅଫ୍ ଅନ୍ ଆକ୍ଟର’ ରଖିଛନ୍ତି। ସେହିପରି ନିଜର ଏକ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସେ ଲେଖିଛନ୍ତି, ‘ଆମ ପାଖରେ ଗୋଟିଏ ତାରିଖ ଅଛି । ଅଟୋବାୟୋଗ୍ରାଫି ଏବର୍ଷ ଏପ୍ରିଲରେ ।
ଯାହା ୱେଷ୍ଟଲ୍ୟାଣ୍ଡ ପବ୍ଲିକିଶନ ଦ୍ବାରା ପ୍ରକାଶିତ ହେବ। ମୁଁ ମୋର ହୃଦୟର କଥା ଏହି ବହିରେ ଲେଖିଦେଇଛି । ଯାହାକୁ ଭାବବିହ୍ବଳ ରୂପେ ଲେଖିଛି । କାହାଣୀ ଦୁଃଖ ଏବଂ ସୁଖର । ଦୀର୍ଘ ଯାତ୍ରାର ଭୁଲ, ସ୍ମୃତି ଏବଂ ଅନୁତାପ । ପ୍ରେମ, ଲାଳସା ଏବଂ ଦୀର୍ଘସ୍ଥାୟୀ କ୍ଷତି । ଷ୍ଟୋରିଜ ଆଇ ମଷ୍ଟ ଟେଲ୍ ।’
ବହି ବିଷୟରେ ଆଲୋଚନା କରି ନିକଟରେ ଏକ ସାକ୍ଷାତକାରରେ ଅଭିନେତା କହିଥିଲେ,‘ଏହା ମୋ ଜୀବନର କାହାଣୀ । ଯାହାକୁ ଅନେକ କାହାଣୀ ଜରିଆରେ କୁହାଯାଇଛି । ମତେ ଲାଗୁଛି ଏହାକୁ ପଢିବା ପରେ ଲୋକେ ମୋର ବିଜୟ, ପରାଜୟ, ସଫଳତା ଏବଂ ଭୁଲକୁ ଜଣେ ବ୍ୟକ୍ତି ଭାବରେ ବୁଝିପାରିବେ ।’