‘ଟାଇମ୍ ଟୁ ଡାନ୍ସ’ର ଫାଷ୍ଟଲୁକ ପୋଷ୍ଟର, ମାର୍ଚ୍ଚରେ ଆସିବ ଫିଲ୍ମ
Breaking

ଘୋଷଣା ହୋଇଯାଇଛି ଇସାବେଲଙ୍କ ଡେବ୍ୟୁ ଫିଲ୍ମ ‘ଟାଇ ଟୁ ଡାନ୍ସ’ ରିଲିଜ ତାରିଖ । ମାର୍ଚ୍ଚରେ ସୁରଜଙ୍କ ସହ ନଜର ଆସିବେ ସେ । ଅଧିକ ପଢନ୍ତୁ...

ମୁମ୍ବାଇ: ଖୁବଶୀଘ୍ର ବଲିଉଡରେ ଆଉ ଜଣେ କୈଫଙ୍କୁ ଦେଖିବାକୁ ମିଳିବ । ସେକ୍ସୀ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସାନ ଭଉଣୀ ଇସାବେଲ କୈଫ ନିଜ ଡେବ୍ୟୁ ଫିଲ୍ମ ‘ଟାଇମ୍ ଟୁ ଡାନ୍ସ’ ନେଇ ପରଦାରେ ନଜର ଆସିବେ । ଆଉ ତାଙ୍କ ସହ ରୋମାନ୍ସ କରିବେ ସୁରଜ ପଞ୍ଚୋଲୀ । ଆସନ୍ତା ମାର୍ଚ୍ଚ 12ରେ ରିଲିଜ ହେବାକୁ ଯାଉଥିବା ଏହି ଫିଲ୍ମର ଫାଷ୍ଟ ଲୁକ ପୋଷ୍ଟର ବର୍ତ୍ତମାନ ଜାରି କରିଦେଇଛନ୍ତି ମେକର୍ସ ।

  • View this post on Instagram

    A post shared by Isabelle Kaif (@isakaif)

ପୋଷ୍ଟର ସହ ରିଲିଜ ତାରିଖ ଘୋଷଣା କରି ଦର୍ଶକଙ୍କୁ ଗୁଡନ୍ୟୁଜ ଦିଆଯାଇଛି । ଫିଲ୍ମର ପ୍ରଯୋଜନା କରୁଥିବା ଟି-ସିରିଜର ଅଧିକାରୀକ ଟ୍ବିଟର ଆକାଉଣ୍ଟରେ ଫିଲ୍ମର ଫାଷ୍ଟଲୁକ ପୋଷ୍ଟର ସେୟାର କରି ଲେଖାଯାଇଛି, ‘ଟାଇମ୍ ଟୁ ବ୍ରେକ୍ ଫ୍ରି, ଟାଇମ୍ ଟୁ ଲେଟ୍ ଦ ମୁଭ୍ସ ଟେକ୍ ଓଭର । ଟାଇମ୍ ଟୁ ଡାନ୍ସ ରିଲିଜ 2021 ମାର୍ଚ୍ଚ 12 ।’

ସେହିପରି ପୋଷ୍ଟରେ ଦେଖିବାକୁ ମିଳୁଛି ଇସାବେଲ ଏବଂ ସୁରଜ ଡାନ୍ସ କରୁଥିବାର । କ୍ୟାଟଙ୍କ ପରି ଇସାବେଲ ମଧ୍ୟ ସେକ୍ସୀ ନଜର ଆସୁଛନ୍ତି । ଖାଲି ଏତିକି ନୁହେଁ ଫିଲ୍ମର ନିର୍ଦ୍ଦେଶନା କରୁଛନ୍ତି ଡେବ୍ୟୁ ନିର୍ଦ୍ଦେଶକ ଷ୍ଟାନଲି ଡିକୋଷ୍ଟା । ସେପଟେ କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡିସୁଜାଙ୍କ ପତ୍ନୀ ଲିଜେଲ ଫିଲ୍ମର ପ୍ରଯୋଜନା ଦାୟିତ୍ବ ତୁଲାଉଛନ୍ତି ।

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.