ଦିବଙ୍ଗତ ସୁଶାନ୍ତଙ୍କୁ ଦାଦାସାହେବ ଫାଲକେ ଆୱାର୍ଡ
ଫଟୋ

ମୃତ୍ୟୁ ପରେ ସମ୍ମାନିତ ହେଲେ ସୁଶାନ୍ତ । ଶେଷ ଫିଲ୍ମ ‘ଦିଲ ବେଚାରା’ ପାଇଁ ତାଙ୍କୁ ମିଳିଲା କ୍ରିଟିକ୍ସ ବେଷ୍ଟ ଆକ୍ଟର ଆୱାର୍ଡ । ଅଧିକ ପଢନ୍ତୁ...

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁକୁ 8 ମାସରୁ ଅଧିକ ସମୟ ହୋଇଯାଇଥିଲେ ମଧ୍ୟ ତାଙ୍କ ପ୍ରଶଂସକ ଆଜି ବି ତାଙ୍କୁ ଝୁରୁଛନ୍ତି। ସୋସିଆଲ ମିଡିଆରେ ସୁଶାନ୍ତଙ୍କ ନାଁ କ୍ରମାଗତ ଭାବରେ ଟ୍ରେଣ୍ଡ କରୁଛି। ଏଥର ସୁଶାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି । ଅଭିନେତାଙ୍କ ମୃତ୍ୟୁ ପରେ ତାଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି ।

ଶନିବାର ମୁମ୍ବାଇରେ ଆୟୋଜିତ ହୋଇଥିବା ଦାଦାସାହେବ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ସୁଶାନ୍ତଙ୍କୁ କ୍ରିଟିକ୍ସ ବେଷ୍ଟ ଆକ୍ଟର ସମ୍ମାନରେ ସମ୍ମାନିତ କରାଯାଇଛି । ତାଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ ପାଇଁ ତାଙ୍କୁ ଏହି ଆୱାର୍ଡ ପ୍ରଦାନ କରାଯାଇଛି ।

ସେପଟେ ଏହି ଖୁସି ଖବର ଶୁଣି ପୁଣି ଭାବବିହ୍ବଳ ହୋଇପଡିଛନ୍ତି ଫ୍ୟାନ୍ସ । ସୋସିଆଲ ମିଡିଆରେ ପୁଣି ତାଙ୍କ ପୁରୁଣା ଫଟୋ ଭିଡିଓ ପୋଷ୍ଟ କରି ଦୁଃଖ ପ୍ରକାଶ କରିବା ସହ ଖୁସି ଜାହିର କରିଛନ୍ତି ସମସ୍ତେ ।

ପ୍ରକାଶ ଥାଉକି ଶ୍ରେଷ୍ଠ ଫିଲ୍ମ ପୁରସ୍କାର ଅଜୟ ଦେବଗନଙ୍କ ‘ତାନାଜୀ: ଦ ଅନସଙ୍ଗ ୱାରିୟର’ ପାଇଁ ମିଳିଥିବା ବେଳେ ‘ଲକ୍ଷ୍ମୀ’ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଜିତିଛନ୍ତି ଅକ୍ଷୟ କୁମାର । ସେହିପରି ‘ଛପାକ’ ପାଇଁ ଦୀପିକାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି ।

    About us Privacy Policy
    Terms & Conditions Contact us

    • ETV
    • ETV
    • ETV
    • ETV

    Copyright © 2021 Ushodaya Enterprises Pvt. Ltd., All Rights Reserved.
    ETV

    INSTALL APP

    ETV

    CHANGE STATE

    ETV

    SEARCH

    ETV

    MORE

      • About us
      • Privacy Policy
      • Terms & Conditions
      • Contact us
      • Feedback

      Copyright © 2021 Ushodaya Enterprises Pvt. Ltd., All Rights Reserved.